ଆଞ୍ଚଳିକ ଅଭିପଶାଙ୍କୁ ରାଜ୍ୟ ପୁରସ୍କାର Angul OnlineNovember 14, 2021November 14, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାର ସର୍ବ ପୁରାତନ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ରୋଟାରୀ ପଵ୍ଲିକ ସ୍କୁଲ , ଅନୁଗୁଳ ପରିସରରେ ଶିଶୁ ଦିଵସ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ଲେଖିକା ତଥା ଜରପଡା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷା ଡ. ସୁଷମା ପ୍ରଧାନ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଚଳିତ ପିଢିର ଛାତ୍ରଛାତ୍ରୀ ମାନଙ୍କୁ ଡିଜିଟାଲ ଗୁରୁ ବୋଲି ସମ୍ଵୋଧନ କରିବା ସହ ସେମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ସେହିପରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗମୋହନ ମୀନା ଏବଂ ପତ୍ନୀ ଶ୍ରୀମତୀ ଅନୁପମା ମୀନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରଷ୍କୃତ କରିଥିଲେ । ଏହି ଅବସରରେ ସ୍କାଉଟରେ ଉଚ୍ଚ କୋଟିର ପ୍ରଦର୍ଶନ କରି ରାଜ୍ୟ ପୁରସ୍କାର ପାଇଥିବା ରୋଟାରୀ ସ୍କୁଲର ଛାତ୍ରୀ ଅଭିପଶା ଜେନାଙ୍କୁ ଅତିଥି ପୁରସ୍କୃତ କରିଥିଲେ । ଵିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଶୋକ କୁମାର ଵେହେରା ଏବଂ ଉପାଧ୍ୟକ୍ଷ ଡ. ମନୋରଞ୍ଜନ ପଣ୍ଡାଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ଉତ୍ସବରେ ଵିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଵିଭିନ୍ନ ପ୍ରତିଯୋଗିତାର ଵଛା ଵଛା ପ୍ରତିଯୋଗୀ ମାନଙ୍କ ଦ୍ଵାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କୋଭିଡ କଟକଣା ପାଇଁ କିଛି ନିର୍ଦିଷ୍ଟ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟରେ ଯୋଗଦେଇଥିବା ଵେଳେ ଅନ୍ୟମାନେ ଅନଲାଇନ ମାଧ୍ୟମରେ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଵିଦ୍ୟାଳୟ ତରଫରୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଵିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିବା ବେଳେ ଵିଦ୍ୟାଳୟର ପ୍ରତିଯୋଗିତା ପରିଚାଳିକା ତଥା ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ଅନୁଭା ମିଶ୍ର ଧନ୍ୟଵାଦ ଅର୍ପଣ କରିଥିଲେ । Advertisement
ଶୌଚାଳୟ ପାଇଁ ଦାବି କଲେ ମହିଳା ଅନୁଗୁଳ – ଗାଁ ଲୋକଙ୍କ ପାଖରେ ନାହିଁ ଶୌଚାଳୟ । ବାହାରକୁ ଶୌଚ ହେବାକୁ ଯିବାକୁ ହେଲେ ମୃତ୍ୟୁ ସହ ଭେଟ କରିବାକୁ ପଡୁଛି । ଗାଁରେ…
ପ୍ରତିଭା ସମ୍ମାନ ଉତ୍ସବ – ସମ୍ମାନୀତ ହେଲେ ୧୦୦ରୁ ଉର୍ଦ୍ଧ୍ବ ପ୍ରତିଭା ଅନୁଗୁଳ – ଅନୁଗୁଳ ଜିଲ୍ଲାର ଆମ ପ୍ରତିଭା ଆମ ସ୍ବାଭିମାନର ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନ ତରଫରୁ ପ୍ରଥମେ ଓଡ଼ିଶାର ମୁଖ୍ୟମନ୍ତ୍ରୀ…
କେଦାର ଗୌରୀ ଦୃଷ୍ଟି ହୀନ ଧନ୍ଦା ମୂଳକ ତାଲିମ କେନ୍ଦ୍ରକୁ ସହାୟତା ପ୍ରଦାନ ଅନୁଗୁଳ – ଅନୁଗୁଳ ସହର ଉପକଣ୍ଠ ଗୋପୀନାଥପୁର ଗ୍ରାମରେ ଅବସ୍ଥିତ ଥିବା କେଦାର ଗୌରୀ ଦୃଷ୍ଟି ହୀନ ଧନ୍ଦା ମୂଳକ ତାଲିମ କେନ୍ଦ୍ର ରେ ପ୍ରାୟ ୩୫ଜଣ…