ପଥର କୁଆଁରୀରେ ପ୍ରଶାସନର ଚଢ଼ାଉ – ୨୭୫ କେଜିରୁ ଅଧିକ ବିସ୍ଫୋରକ ଜବତ

ଅନୁଗୁଳ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ରେଙ୍ଗାଳି ଥାନା ଖିଣ୍ଡା ଅଞ୍ଚଳରେ ଥିବା ପଥର କୁଆଁରୀରେ ପ୍ରଶାସନ ପକ୍ଷରୁ ବିଳମ୍ବିତ ରାତିରେ ଚଢ଼ାଉ କରାଯାଇଛି । ଚଢ଼ାଉ ବେଳେ ସେଠାରେ ବେଆଇନ୍ ଭାବରେ ମହଜୁଦ ଥିବା ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି ।

ସୂଚନା ଅନୁସାରେ , ଖିଣ୍ଡା ଅଞ୍ଚଳରେ ଥିବା ଏହି ପଥର କୁଆଁରୀ ବେଆଇନ ଭାବେ ଚାଲିଥିବା ଏବଂ ଏଠାରେ ବେଆଇନ ଭାବେ ବିସ୍ଫୋରକ ସାମଗ୍ରୀ ମହଜୁଦ ଥିବା ଖବର ପାଇ ତାଳଚେର ଖଣି ବିଭାଗ , ଉପଖଣ୍ଡ ପ୍ରଶାସନିକ ଅଧିକାରୀ ଏବଂ ରେଙ୍ଗାଳି ପୁଲିସ ମିଳିତ ଚଢ଼ାଉ କରିଥିଲେ । ବିଳମ୍ବିତ ରାତିରେ ହୋଇଥିବା ଏହି ଚଢ଼ାଉ ଭୋର ପର୍ଯ୍ୟନ୍ତ ଚାଲିଥିଲା । ଚଢ଼ାଉ ବେଳେ ସେଠାରୁ ୨୭୫ କିଲୋଗ୍ରାମରୁ ଅଧିକ ବେଆଇନ ବିସ୍ପୋରକ ଜବତ କରାଯାଇଛି । ଏତେ ପରିମାଣର ବିସ୍ଫୋରକ ଜବତ ପରେ ପୁଲିସ ଘଟଣାର ଅଧିକ ଖୋଳତାଳ ଚଲାଇଥିବା ବେଳେ ଏହି ଘଟଣାରେ କାହାକୁ ଗିରଫ କରାଯାଇ ନାହିଁ  ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page