ଖେଳ ଓ ଖେଳାଳି ହକି ୱାର୍ଲଡ଼ କପର ପ୍ରଚାର ପ୍ରସାର ପାଇଁ ପ୍ରଶାସନର ଉଦ୍ୟମ Angul OnlineJanuary 4, 2023January 4, 2023 ଅନୁଗୁଳ – ସାରା ଓଡ଼ିଶାରେ ଏବେ ହକି ଫିବର । ଓଡ଼ିଶାରେ ହେବାକୁ ଥିବା ପୁରୁଷ ୱାର୍ଲଡ଼ କପ ହକି ପାଇଁ ରାଜ୍ୟ ସରକାର ସବୁ ପ୍ରକାର ପ୍ରସ୍ତୁତି କରିଥିବା ବେଳେ ଏହାର ପ୍ରଚାର ଓ ପ୍ରସାର ପାଇଁ ଅନେକ କାର୍ଯ୍ୟକ୍ରମ କରୁଛନ୍ତି । ଅନୁଗୁଳ ଜିଲ୍ଲା ପ୍ରଶାସନ ମଧ୍ୟ ଲୋକଙ୍କୁ ହକି ୱାର୍ଲଡ଼ କପ ସମ୍ପର୍କରେ ସଚେତନ କରିବା ପାଇଁ ଆଗେଇ ଆସିଛି । ଏଥିପାଇଁ ପ୍ରତ୍ୟେକ ସହର ଗାଁରେ ବୁଲି ବୁଲି ସମସ୍ତ ଘର ଆଗରେ ଷ୍ଟିକରିଙ୍ଗ କରାଯାଇଛି । ଏହା ସହ ଆଜିଠାରୁ ଏକ ରଥ ବାହାରିଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପତାକା ଦେଖାଇ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏହି ରଥର ଶୁଭାରମ୍ଭ କରିଥିଲେ । ଏହି ରଥ ଜିଲ୍ଲା ସାରା ବୁଲି ଲୋକଙ୍କୁ ଘରେ ଟିଭିରେ ହେଉ କିମ୍ବା ଷ୍ଟାଡିଅମକୁ ଯାଇ ହକି ଦେଖିବାକୁ ଅନୁରୋଧ କରିବ । Advertisement
ଓଡିଶା ରାଜ୍ୟ ବରିଷ୍ଠ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ଅନୁଗୁଳ – ଅନୁଗୁଳ ନାଲକୋନଗରସ୍ଥିତ ଇନଡୋର ହଲରେ ଅନୁଗୁଳ ଜିଲ୍ଲା ୟୁନାଇଟେଡ୍ ବ୍ୟାଡମିଣ୍ଟନ୍ ଆସୋସିଏସନ୍ ଦ୍ବାରା ” ଓଡିଶା ରାଜ୍ୟ ବରିଷ୍ଠ ବ୍ୟାଡମିଣ୍ଟନ୍ ଟୁର୍ନାମେଣ୍ଟ ୨୦୨୦ ”…
ଦଶନ୍ଧି ପରେ କ୍ରୀଡା ସଂସଦର ନୂତନ କର୍ମକର୍ତ୍ତା ନିର୍ବାଚିତ ଅନୁଗୋଳ – ଅନୁଗୋଳ ଜିଲ୍ଲା କ୍ରୀଡା ସଂସଦ ଦୀର୍ଘ ବର୍ଷର ହେଲା ଏକ ପ୍ରକାର ସ୍ଥାଣୁ ଅବସ୍ଥାରେ ଥିଲା । ଗଣମାଧ୍ୟମରେ ବାରମ୍ବାର ଏ ନେଇ ଖବର…
ମର୍ଣ୍ଣିଷ୍ଟାର୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ – ବିଏମ୍ସିସି ଚମ୍ପିୟନ୍, ଡିସିସି ରନର୍ସଅପ ଅନୁଗୁଳ – ମର୍ଣ୍ଣିଷ୍ଟାର୍ କ୍ରିକେଟ କ୍ଲବ ତରଫରୁ ସ୍ଥାନୀୟ କଦମ ପଡ଼ିଆରେ ଚାଲିଥିବା ଷଷ୍ଠ ମର୍ଣ୍ଣିଷ୍ଟାର୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଉଦ୍ଯାପିତ ହୋଇଯାଇଛି । ଫାଇନାଲ୍ରେ ଅନୁଗୁଳର…