ପାଣିରେ ଦୁଇ କିଲୋମିଟର ଭାସିଗଲେ ଯୁବକ – ଉଦ୍ଧାର କଲେ ଗ୍ରାମବାସୀ

ଅନୁଗୁଳ – ଲିଙ୍ଗରା ନାଳ ବଢ଼ି ପାଣିରେ ଭାସି ଯାଇଥିଲେ ଯୁବକ।ଉଦ୍ଧାର କଲେ ଗ୍ରାମବାସୀ । ଅନୁଗୁଳ ସହର ଦେଇ ଯାଇଥିବା ଲିଙ୍ଗରା ନାଳରେ , ଡେରଜାଙ୍ଗ ଡ୍ୟାମ୍ ଛାଡ଼ିବା ଫଳରେ ନାଳରେ ବଢ଼ି ପାଣି ଆସିଥିଲା । ଏହି ସମୟରେ ପରତରା ଗ୍ରାମର ଜଣେ ଯୁବକ ଗାଧୋଉଥିବା ବେଳେ ବଢି ପାଣି ରେ ଭାସି ଯାଇଥିଲେ । ପାଣିରେ ପ୍ରାୟ ଦୁଇ କିଲୋମିଟର ଭାସିଯିବା ପରେ , ଜରାସିଂହା  ଗ୍ରାମର କିଛି ଲୋକ ସେ ପାଣିରେ ଭାସି ଆସୁଥିବାର ଦେଖିବାକୁ ପାଇଥିଲେ ଗ୍ରାମବାସୀ ଏକତ୍ରିତ ହୋଇ ସାହସ କରି ବଢ଼ି ପାଣିରୁ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ଆଉ ସଫଳ ମଧ୍ୟ ହୋଇଥିଲେ ବର୍ତ୍ତମାନ ତାର ସ୍ବାସ୍ଥ୍ୟ ବ୍ୟବସ୍ଥା ଠିକ୍ ଅଛି । ଯୁବକ ଜଣଙ୍କ ପରତରା ଗ୍ରାମର ୧୪ ବର୍ଷୀୟ ଅନିଲ ନାଏକ ବୋଲି ଜଣା ପଡିଛି । ତେବେ ଲୋକ ମାନଙ୍କ ସାହସିକତା ଯୋଗୁଁ ଆଜି ଅନୁଗୁଳ ଜିଲ୍ଲାରେ ଦୁଇ ଦୁଇଟି ଜୀବନ ବଞ୍ଚି ଯାଇଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page