ମୁଖ୍ୟ ଖବର ଦୂର୍ଘଟଣା ପରେ ନାଳରେ ପଡିଲା ଗାଡି – ଚାଳକ ମୃତ Angul OnlineDecember 30, 2023December 30, 2023 ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ସମଲ ବ୍ୟାରେଜ୍ ଦକ୍ଷିଣ ଶାଖା କେନାଲ ରୋଡର ଗୁରୁଜାଙ୍ଗ- ଜନ୍ଦାବାହାଳ ବଙ୍ଗାରୁ ଜୁର ନିକଟରେ ୩୦ ଫୁଟ କେନାଲ ତଳକୁ ଖସିଲା ବୋଲେରୋ କ୍ୟାମ୍ପର । ଘଟଣା ସ୍ଥଳରେ କ୍ୟାମ୍ପର ଚାଳକଙ୍କ ମୃତ୍ୟୁ ଘଟିଛି । ମୃତ ଚାଳକ ଜଣକ ହେଲେ ଖମାର ବନ୍ଧକାନି ଅଞ୍ଚଳର ଦେବେନ୍ଦ୍ର ପ୍ରଧାନ । ସୂଚନା ଅନୁସାରେ ଦେବେନ୍ଦ୍ର ଗତକାଲି ବିଳମ୍ବିତ ରାତିରେ ଖମାର ଅଞ୍ଚଳରୁ ତାଳଚେର ଆଡ଼କୁ ଆସୁଥିବା ବେଳେ ଭାରସ୍ୟମ ହରାଇ କେନାଲ ତଳକୁ ପସିଯିବା ପରେ ପାଖରେ ଯାଇଥିବା ବଙ୍ଗାରୁ ଜୋରରେ କ୍ୟାମ୍ପରଟି ଓଲଟି ପଡିଥିବା ବେଳେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ସ୍ଥାନୀୟ ଲୋକ ଉକ୍ତ ରାସ୍ତାରେ ଯିବା ବେଳେ କ୍ୟାମ୍ପରଟି ପାଣି ଭିତରେ ଓଲଟି ପଡିଥିବା ଦେଖି ଅଗ୍ନିଶମ ବିଭାଗ ଓ ପୁଲିସକୁ ଜଣାଇଥିଲେ । ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗର କର୍ମଚାରୀ ପହଁଚି ପାଣି ଭିତରେ ପଡିଥିବା କ୍ୟାମ୍ପର ଚାଳକଙ୍କୁ ଉଦ୍ଧାର କରିଥିଲେ । ପରେ ତାଳଚେର ପୁଲିସ ପହଁଚି ମୃତ ଶରୀରକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ପରେ ଏକ ଏକ କ୍ରେନ ମାଧ୍ୟମରେ କ୍ୟାମ୍ପରଟିକୁ କେନାଲ ଭିତରୁ ଉପରକୁ ଉଠାଇ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । Advertisement
ବାଣ୍ଟିଲେ ଉଜ୍ୱଳା ଗ୍ଯାସ – ଆଦର୍ଶ ଆଚରଣ ବିଧି ଉଲଘଂନ ଅଭିଯୋଗ ଅନୁଗୁଳ – ସାଧାରଣ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ଏହି ଆଚରଣବିଧି ସମୟରେ ସରକାରୀ ସହାୟତା କିମ୍ବା କୌଣସି ଯୋଜନା କାର୍ଯ୍ୟକାରୀ…
ଲାଞ୍ଚୁଆ ପୁଲିସ ବାବୁଙ୍କୁ କାରାଦଣ୍ଡାଦେଶ ଅନୁଗୁଳ – ଅନୁଗୁଳ ଜିଲ୍ଲା ଠାକୁରଗଡ ଥାନାରୁ ଏକ ମୋଟରସାଇକେଲ ମୁକୁଳାଇବା ପାଇଁ ଗତ ୨/୧୨/୨୦୦୯ ମସିହାରେ ସେତେବେଳେ ସେଠାରେ ଥିବା ଏ ଏସ ଆଇ ରବୀନ୍ଦ୍ର…
ମୁଖ୍ୟ ଚିକିତ୍ସାଳୟ ଉପର ମହଲାରୁ ପଡି ରୋଗୀ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଛାତରୁ ଡେଇଁ ରୋଗୀ ମୃତ । ତେବେ ଏହା ଆତ୍ମହତ୍ୟା ନା ଦୁର୍ଘଟଣା ସ୍ପଷ୍ଟ ହୋଇ ପାରି ନାହିଁ…