ମୁଖ୍ୟ ଖବର ଇକୋ ପାର୍କରେ ଉଦଘାଟନ ପରେ ଫଳକ ଭଙ୍ଗା – ପୁଲିସର ଛାନଭିନ Angul OnlineAugust 16, 2023August 16, 2023 ଅନୁଗୁଳ – ସ୍ବାଧୀନତା ଦିବସ ଅବସରରେ ଅନୁଗୁଳ ଇକୋ ପାର୍କରେ ମ୍ୟୁଜିକାଲ ଫାଉଣ୍ଟେନ ଉଦ୍ଘାଟିତ ହୋଇଥିଲା । ଏଥିପାଇଁ ଅତିଥିଙ୍କ ନାମ ଥାଇ ଏକ ଫଳକ ଲଗାଯାଇଥିଲା । ଶିଳ୍ପ , ସୂକ୍ଷ୍ମ , କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଶକ୍ତି ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଦେବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ମ୍ୟୁଜିକାଲ ଫାଉଣ୍ଟେନକୁ ଉଦଘାଟନ କରିଥିଲେ । ହେଲେ ଉଦ୍ଘାଟନ ପରେ ଏହି ଫଳକକୁ ଭାଙ୍ଗି ଦିଆଯାଇଛି । କିଏ, କ’ଣ ପାଇଁ ଏହି ଫଳକ ଭାଙ୍ଗିଲା ତାହା ଜଣାପଡ଼ିନି । ଏଥିନେଇ ପୌରପାଳିକା ପକ୍ଷରୁ ଅନୁଗୁଳ ଥାନାରେ ଅଭିଯୋଗ କରାଯାଇଛି । ପୁଲିସ ଏହାର ତଦନ୍ତ କରୁଛି । ତେବେ ଏହି ଉଦଘାଟନ ପାଇଁ ନିର୍ମାଣ ହୋଇଥିବା ଫଳକରେ ମୁଖ୍ଯ ଅତିଥି ସମେତ ଅନ୍ଯ ଅତିଥି ମାନଙ୍କ ନାମ ମଧ୍ଯ ରହିଥିଲା । ତେବେ ସ୍ଥାନୀୟ କାଉନସିଲରଙ୍କ ନାମ ନଥିବାରୁ ତାଙ୍କ ସମର୍ଥକ ମାନେ ଏହି ଫଳକ ଭଙ୍ଗା ଯାଇ ଥାଇପାରେ ବୋଲି ଚର୍ଚ୍ଚା ହେଉଛି । ଏ ଦିଗ ନେଇ ପୁଲିସ ମଧ୍ଯ ତଦନ୍ତ କରୁଥିବା ଜଣା ପଡିଛି । Advertisement
କୋଭିଡ କଟକଣା ଉଲ୍ଲଘଂନ କରି ଅଟକ ରହିଲେ ୪ ପୂଜକ ତାଳଚେର – କୋଭିଡ କଟକଣା ନ ମାନିବା ମନ୍ଦିର ପୂଜକଙ୍କୁ ମହଙ୍ଗା ପଡିଛି । ମନ୍ଦିରରେ ଭିଡ଼ କରିବା ଯୋଗୁଁ ୪ ପୂଜକଙ୍କୁ ଥାନାରେ ଅଟକ ରଖିଲା…
ରାସ୍ତା ଅବସ୍ଥା ଶୋଚନୀୟ – ବସ ଚଳାଚଳ ବନ୍ଦ କରିବାକୁ ଚେତାବନୀ ଦେଲା ବସ ମାଲିକ ସଂଘ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଗୋଡିବନ୍ଧ ଠାରୁ ବଅଁରପାଳ ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡିଛି । ଯାହା ଫଳରେ ଏଜି ରାସ୍ତା ଉପରେ…
ବଜ୍ରପାତରେ ୨ ମୃତ ଜଣେ ଆହତ ପାଲଲହଡ଼ା – ଅନୁଗୋଳ ପାଲଲହଡ଼ା ବ୍ଲକ୍ କରଡ଼ାପାଳ ପଂଚାୟତ ସହର ଗୁରୁଜାଙ୍ଗ ଗ୍ରାମରେ ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛି ।…