ସର୍ବ ଭାରତୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ – ଜୱଲପୁରକୁ ହରାଇ ଦିଲ୍ଲୀ ସିଆଇଏସଏଫ ବିଜୟୀ

ଛେଣ୍ତିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ବାଗଡ଼ିଆ ହାଇସ୍କୁଲ ପଡିଆରେ ଆନନ୍ଦ ସ୍ପୋର୍ଟ୍ସ ଆସୋସିଏସନ ପକ୍ଷରୁ ୩ ଦିନ ଧରି ଚାଲିଥିବା ଦିବାରାତ୍ର ସର୍ବଭାରତୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଏହି ଭଲିବଲ ଟୁର୍ଣ୍ଣାମେଣ୍ଟରେ ହରିୟାଣା ସ୍ପାଇକରସ ଟିମ, ଦିଲ୍ଲୀ ଅଲଇଣ୍ଡିଆ ସିଆଇଏସଏଫ , ମଧ୍ୟପ୍ରଦେଶ ଜବଲପୁରର ଡ଼ବ୍ଲୁସିଆର , ଛତିଶଗଡ଼ ଭଲିବଲ ଟିମ , ଆନ୍ଧ୍ରପ୍ରଦେଶର ଆନ୍ଧ୍ର ସ୍ପାଇକର , ରାଉରକେଲା ରାଇଜିଙ୍ଗ କ୍ଳବ ଭାଗ ନେଇଥିଲେ । ଆନନ୍ଦ ସ୍ପୋର୍ଟସ ଆସୋସିଏସନର ସଭାପତି ବିନୋଦ କୁମାର ସରଳିଆଙ୍କ ତତ୍ୱାବଧାନରେ ଆୟୋଜିତ ଉଦଯାପନି ଉତ୍ସବରେ ମୁଖ୍ୟଅତିଥି ଭାବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା,ଅନୁଗୋଳ ବିଧାୟକ ପ୍ରତାପ ପ୍ରଧାନ, ଆଇଜି ସତ୍ୟବ୍ରତ ଭୋଇ, ଅନୁଗୁଳ ଏସପି ରାହୁଲ ଜୈନ, ସାସଂଦଙ୍କ ପ୍ରତିନିଧି ସୁଦୀପ୍ତ ଗଡ଼ନାୟକ, ବିଜେପିର ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ ଓ ୟୁକୋ ବ୍ୟାଙ୍କ ସମ୍ବଲପୁରର ଜୋନାଲ ମୁଖ୍ୟ ଗୌରବ ଚାଟାର୍ଜୀ ପ୍ରମୁଖ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।

ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଫାଇନାଲ ମ୍ୟାଚର ଦୁଇ ଖେଳାଳି ମାନଙ୍କୁ ପ୍ରଶଂସା କରିବା ସହିତ ବାଗଡିଆ ଅଞ୍ଚଳର ଖେଳ ଓ ବିକାଶଙ୍କୁ ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯାଇ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଏହା ସହିତ ବାଗଡିଆରେ ସର୍ବ ଭାରତୀୟ ଭଲବଲ ଟୁର୍ନାମେଣ୍ଟ ଆୟୋଜନ କରାଯାଇଥିବାରୁ ଆୟୋଜକ କମିଟିକୁ ସାଧୁବାଦ ଜଣାଇଥିଲେ । ଉଦଯାପନୀ ମ୍ୟାଚରେ ଦିଲ୍ଲୀ ଅଲଇଣ୍ଡିଆ ସିଆଇଏସଏଫ ଓ ମଧ୍ୟପ୍ରଦେଶ ଜବଲପୁରର ଡ଼ବ୍ଲୁସିଆର ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିବା ହୋଇଥିଲା । ମ୍ୟାଚରେ ୩-୦ ସେଟରେ ଡବ୍ଲୁସିଆରକୁ ହରାଇ ଦିଲ୍ଲୀ ଅଲଇଣ୍ଡିଆ ସିଆଇଏସଏଫ ବିଜୟୀ ହୋଇଥିଲା । ଏହା ପରେ ଅତିଥି ମାନେ ବିଜେତା ଓ ଉପ ବିଜେତା ଦଳଙ୍କୁ ପୁରସ୍କୃତ କରିଥିଲେ । ଏହି ଖେଳକୁ ଜାତୀୟ ମାନ୍ୟତା ପାଇଥିବା ରେଫରୀ ନିରଞ୍ଜନ ନାୟକ ଓ ହିମାଂଶୁ ଦାସଙ୍କ ତତ୍ତ୍ୱାବଧାନରେ ଓଡ଼ିଶା ମାନ୍ୟତା ରେଫରୀ ବିଜୟ କୁମାର ବାଘ , ସଞ୍ଜୟ କୁମାର ବଳ , ନାରାୟଣ ଦଣ୍ଡସେନା, ସତ୍ୟଜିତ ଦତ୍ତ ପ୍ରମୁଖ ଖେଳ ପରିଚାଳନା କରିଥିଲେ । ଆସୋସିଏସନର ସମ୍ପାଦକ ଚିତ୍ତରଂଜନ ସାହୁ, ତ୍ରିଲୋଚନ ବେହେରା, ସୁରେଶ ଚନ୍ଦ୍ର ପ୍ରଧାନ, ବିଜୟ କୁମାର ଗଡନାୟକ, ଜୟନ୍ତ କୁମାର ସାହୁ, ଜିତେନ୍ଦ୍ର ଦେହୁରୀ, ସମରେଶ ନାଥ, କୃପାସିନ୍ଧୁ ବିଶ୍ୱାଳ,ବସନ୍ତ ସାହୁ , ଗୋଲକ ବିହାରୀ ପ୍ରଧାନ, ଜିନେନ୍ଦ୍ର ପ୍ରଧାନ, ପ୍ରଦୀପ କୁମାର ସାହୁ, ଜଗଦାନନ୍ଦ ସେଠୀ , ମନୋଜ ସାହୁ, ଅନିଲ କୁମାର ସାହୁ,ଦେବେଶ କୁମାର ସାହୁ,ଲିଙ୍କନ ଦେହୁରୀ, ବିକାଶ ରଞ୍ଜନ ସାହୁଙ୍କ ସମେତ ଆନନ୍ଦ ସ୍ପୋର୍ଟସ ଆସୋସିଏସନ ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page