ଅପରାଧ ଯୌତୁକ ଦାବିରେ ବଧୂହତ୍ୟା ଅଭିଯୋଗ Angul OnlineJanuary 11, 2023January 11, 2023 ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପରଙ୍ଗ ଗ୍ରାମରେ ଯୌତୁକ ପାଇଁ ଜଣେ ବୋହୂକୁ ଶାଶୁ ଘର ଲୋକ ମାରି ଦେଇଥିବା ଅଭିଯୋଗ ହୋଇଛି । ଗାଁର ରୁଦ୍ର ପାତ୍ର ନିଜ ସ୍ତ୍ରୀ ସୁଜାତା ପାତ୍ର ରଶି ଲଗାଇ ଆତ୍ମହତ୍ୟା କରିଥିବା କହୁଥିବା ବେଳେ ତାଙ୍କ ଝିଅର ତଣ୍ଟି ଚିପି ହତ୍ୟା କରିଥିବା ସୁଜାତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ , ଦେବଗଡ଼ ଜିଲ୍ଲା ରିଆମାଳ ଟୁହିଲାମାଳର ନିତ୍ୟାନନ୍ଦ ବାରିକଙ୍କ ଝିଅ ସୁଜାତା ୨୦୧୨ ମସିହାରେ ପରଙ୍ଗ ଗ୍ରାମର ବହାଳସାହିର କୃପାସିନ୍ଧୁ ପାତ୍ରଙ୍କ ପୁଅ ରୁଦ୍ର ପାତ୍ରଙ୍କୁ ବୈଦିକ ରୀତିନୀତି ଅନୁସାରେ ବିବାହ କରିଥିଲେ । ବିବାହର ବର୍ଷେ ଯାଏଁ ସବୁ ଠିକ ଠାକ ଚାଲିଥିଲା । କିନ୍ତୁ ବର୍ଷେ ପରେ ଯୌତୁକ ପାଇଁ ଶାଶୁଘର ଲୋକ ସୁଜାତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ମାଡ଼ ମାରୁଥିଲେ । ଏଭଳି ୧୦ ବର୍ଷ ହେବ ସୁଜାତାଙ୍କୁ ଯୌତୁକ ନିର୍ଯାତନା ଦେଇ ଆସୁଥିଲେ । କିଛିଦିନ ତଳେ ଭଦ୍ରଲୋକଙ୍କ ଆଗରେ ଏ ବିଷୟରେ ବୁଝାସୁଝା ହୋଇଥିଲା । କିନ୍ତୁ ବିଳମ୍ବିତ ରାତିରେ ସୁଜାତାଙ୍କ ତାଙ୍କ ସ୍ବାମୀ ଓ ପରିବାର ସଦସ୍ୟ ତଣ୍ଟି ଚିପି ମାରି ଦେଇ ରଶିରେ ଝୁଲାଇ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି । ଖବର ପାଇ ନିଶା ଶିଳ୍ପାଞ୍ଚଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ କରି ତଦନ୍ତ କରୁଛି । Advertisement
ଅସଭ୍ୟ ଗାଳି ଗୁଲଜ ଯୋଗୁଁ ହତ୍ୟା – ୩ ମହିଳା ସମେତ ୮ ଗିରଫ ଅନୁଗୁଳ -(AO) ଅନୁଗୁଳ ସଦର ଥାନା ଡେରେଜାଙ୍ଗ ପ୍ରୋଜେକ୍ଟ ହୁଡାରୁ ଗତକାଲି ବିଳମ୍ବିତ ରାତିରେ ରନ୍ତଳେଇ ଗାଁର ଜଗନ୍ନାଥ ସେନାପତି ନାମକ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହ…
ଚୋରି ସାମଗ୍ରୀ ଜବତ – ୩ ଗିରଫ ଅନୁଗୁଳ – ଅନୁଗୁଳ ଥାନା ଅଞ୍ଚଳର ଶୀତଲବିହାର , ତୁରଙ୍ଗ ଓ ଦୁର୍ଗାବିହାର ଭଳି ତିନୋଟି ଅଞ୍ଚଳରୁ ହୋଇଥିବା ଚୋରି ଘଟଣାର ପୁଲିସ ପର୍ଦାଫାସ କରିଛି ।…
କଲେଜ ଛାତ୍ରୀଙ୍କୁ ହତ୍ୟା ଘଟଣା – ୨ ଅଟକ ଅନୁଗୁଳ – ଅନୁଗୁଳ ଜିଲ୍ଲା ଗିରିଧିବାସିଆ ନାଳ ନିକଟରେ ଗତକାଲି ହୋଇଥିବା ଲୋମଟାଙ୍କୁରା ହତ୍ୟା ଘଟଣାରେ ପୁଲିସ ଦୁଇଜଣଙ୍କୁ ଅଟକ ରଖିଛି । କଲେଜ ଛାତ୍ରୀଙ୍କୁ ଏକୁଟିଆ…