ଆଞ୍ଚଳିକ ଶୋଇଥିବା ବେଳେ ଛାତ୍ରୀଙ୍କ ତଣ୍ଟି ସହପାଠୀ କାଟିଦେବା ଅଭିଯୋଗ Angul OnlineNovember 4, 2023November 4, 2023 ଅନୁଗୁଳ – ଘରୋଇ ଶିକ୍ଷାନୁଷ୍ଠାନର ଲେଡି ହଷ୍ଟେଲରେ ଛାତ୍ରୀଙ୍କ ତଣ୍ଟି ସହପାଠୀ କାଟି ଦେଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ନାବାଳିକା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପରେ ଅନୁଗୁଳ ଥାନାରେ ପରିବାର ଲୋକ ଅଭିଯୋଗ କରିଛନ୍ତି । ବିଳମ୍ବିତ ରାତିରେ ଶୋଇଥିବା ବେଳେ କେହି ସହପାଠୀ ତଣ୍ଟି କାଟି ଦେଇଥିବା ନେଇ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ହଣ୍ଡପା ଥାନା ଅଞ୍ଚଳର ଜଣେ +2 ପ୍ରଥମ ବର୍ଷର ଛାତ୍ରୀ ହଷ୍ଟେଲରେ ଶୋଇଥିବା ବେଳେ ତାଙ୍କ ତଣ୍ଟିକୁ କେହି ଧାରୁଆ ଅସ୍ତ୍ରରେ କାଟି ଦେଇଥିଲେ । ହଷ୍ଟେଲ କର୍ତ୍ତୃପକ୍ଷ ଖବର ପାଇ ତୁରନ୍ତ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସକାଳେ ସାମାନ୍ୟ ସୁସ୍ଥ ହେବା ପରେ ଛାତ୍ରୀ ଓ ତାଙ୍କ ପରିବାର ଏ ନେଇ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଲେଡି ହଷ୍ଟେଲରେ ପହଞ୍ଚି ତଦନ୍ତ ମଧ୍ଯ କରିଥିଲା । ତେବେ ପରେ ଛାତ୍ରୀଙ୍କ ବାପା ପୁଲିସ ପାଖରେ ଅଭିଯୋଗ କରିବେ ନାହିଁ ବୋଲି କହିଥିଲେ । Advertisement
ଜାମୁକୋଳି ଖାଇବା ଯାଇ ଆଉ ଫେରିଲା ନାହିଁ – ପୋଖରୀରେ ବୁଡି ନାବାଳକ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଜାମ୍ବୁନାଳି ଗ୍ରାମରେ ସୋମବାର ଏକ ଦୁଃଖଦ ଘଟଣା ଘଟି ଯାଇଛି । ଗ୍ରାମର ରଞ୍ଜନ କୁମାର ମାଝିଙ୍କ ୧୦…
ହସପିଟାଲକୁ ଆମ ହସପିଟାଲରେ ଯୋଜନାରେ ସାମିଲ ଦାବି ନେଇ ଆନ୍ଦୋଳନ ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଡାକ୍ତରଖାନାକୁ ଆମ ହସପିଟାଲ ଯୋଜନାରେ ସାମିଲ କରିବା ଦାବିରେ ଆଜି ଛେଣ୍ଡିପଦା ଠାରେ ଆନ୍ଦୋଳନ କରାଯାଇଥିଲା । ଯେଉଁଥିରେ ଏହି…
ଏଫଇଏସ ପକ୍ଷରୁ ରାସନ ବଣ୍ଟନ ଅନୁଗୁଳ – କରୋନା ମହାମାରୀ ସମୟରେ ଅନୁଗୁଳର ସ୍ଵେଚ୍ଛାସେବୀ ଅନୁଷ୍ଠାନ ଫାଉଣ୍ଡେସନ ଫର ଇକୋଲୋଜିକାଲ ସିକ୍ୟୁରିଟି ପକ୍ଷରୁ ରାସନ ସାମଗ୍ରୀ ବଣ୍ଟନ କରା ଯାଇଥିଲା । ହେମସୁରପଡା…