ମୁଖ୍ୟ ଖବର ମତ୍ସ ବିଭାଗ ଅଧିକାରୀଙ୍କ ନାମରେ ସାଙ୍ଘାତିକ ଅଭିଯୋଗ Angul OnlineApril 13, 2023April 13, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ମତ୍ସ ବିଭାଗ ନାମରେ ଏକ ସାଙ୍ଘାତିକ ହୋଇଛି । ଅନୁଗୋଳ ସହରର ଜଣେ ଦୋକାନୀ ତାଙ୍କ ଦୋକାନ ନାମକୁ ଏବଂ GST ନମ୍ବରକୁ ବ୍ୟବହାର କରି ଚଞ୍ଚକତା କରିଥିବା ଜିଲ୍ଲା ମତ୍ସ ବିଭାଗ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିବା ଜଣା ପଡ଼ିଛି । ସୂଚନା ଅନୁସାରେ ଅନୁଗୋଳ ସହରରେ ଦେବି ଆକ୍ବା ନାମକ ଏକ ଦୋକାନ ରହିଛି । ସେହି ଦୋକାନର ନକଲି ବିଲ ପ୍ରିଣ୍ଟ କରିବା ସହ ଦୋକାନର GST ନମ୍ବରକୁ ବ୍ୟବହାର କରି ଛେଣ୍ଡିପଦା ମତ୍ସ ବିଭାଗ ଅଧିକାରିଣୀ ଜ୍ୟୋତିର୍ମୟୀ ସେଠୀ ସରକାରୀ ସ୍ତରରେ ବିଲ ଦାଖଲ କରି ଟଙ୍କା ହେରଫେର କରିଥିବା ଦୋକାନର ମାଲିକ ଜାଣିବାକୁ ପାଇଥିଲେ । ଏହା ଜାଣିବା ପରେ ସେ ଏ ନେଇ ଜିଲ୍ଲା ମତ୍ସ ବିଭାଗ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ସେପଟେ ଜିଲ୍ଲା ମତ୍ସ ବିଭାଗ ସହକାରୀ ନିର୍ଦେଶକ ଶୈଳେନ୍ ନଏକଙ୍କୁ ଏ ସମ୍ପର୍କରେ ପଚରା ଯିବାରୁ ଅଭିଯୋଗ ହୋଇଥିବା କହିଥିବା ବେଳେ ଘଟଣାକୁ ନେଇ ତଦନ୍ତ ଚାଲିଛି , ତଦନ୍ତ ପରେ ପ୍ରକୃତ ଘଟଣା ଜଣା ପଡିବ ବୋଲି କହିଛନ୍ତି । Advertisement
କ୍ୟାମେରା ନଜରରେ ଅନୁଗୁଳ ସହର ଅନୁଗୁଳ – ସିସି ଟିଭି ନଜରରେ ରହିବ ଅନୁଗୁଳ ସହର । ମୁଖ୍ୟ ବଜାର ସମେତ ଗଳିକନ୍ଦିରେ ଲାଗିବ ସିସି ଟିଭି କ୍ୟାମେରା ଅନୁଗୁଳ ପୌରପାଳିକା ପକ୍ଷରୁ…
ଖଣି ଫାଟକ ଆଗରେ ମହିଳା ପାଳିଲେ ମାଣବସା ଗୁରୁବାର ତାଳଚେର – କୋଇଲା ଖଣି ଫାଟକ ଆଗରେ ମାଣ ବସାଇବା ସହ ଲକ୍ଷ୍ମୀ ପୂଜା । ମାର୍ଗଶିର ଗୁରୁବାର ପାଳିଲେ କ୍ଷତିଗ୍ରସ୍ତ ପ୍ରଜା । ତାଳଚେର ହିଙ୍ଗୁଳା…
ପ୍ରଶାନ୍ତ ମେଣ୍ଡୁଲି – ଛୋଟ ଗାଁରୁ ଓଡ଼ିଶାର ଚର୍ଚ୍ଚିତ ଚେହେରା ଅନୁଗୋଳ – ଦୀର୍ଘ ତିନିଦିନ ଧରି ଡ୍ରାଇଭର ମହାସଂଘ ଆନ୍ଦୋଳନକୁ ଓଲ୍ହାଇଥିଲା । ଯାହାର ପ୍ରଭାବ ଜନଜୀବନ ଉପରେ ପଡିଥିଲା । ଏହାକୁ ହୃଦୟଙ୍ଗମ କରି ମୁଖ୍ୟ…