ସାବତ ବାପ କଲା ଦୁଷ୍କର୍ମ – ନାବାଳିକା କଲେ ସାଂଘାତିକ ଅଭିଯୋଗ

ପାଲଲହଡା – ୧୨ ବର୍ଷର ନାବାଳିକା ଝିଅକୁ ହଷ୍ଟେଲରୁ ଡାକି ନେଲା ସାବତ ବାପା । ଆଉ ରକ୍ଷାସ ସାବତ ବାପ ଘରେ କେହି ନଥିବା ସୁଯୋଗ ନେଇ କଲା ଦୁଷ୍କର୍ମ । ଏଭଳି ଅଭିଯୋଗ ଅନୁଗୁଳ ଜିଲ୍ଲା ପାଲଲହଡା ଥାନାରେ ହେବା ପରେ ସାବତ ବାପାକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି  ।

ଅଭିଯୋଗ ଅନୁଯାୟୀ ଦେବଗଡ଼ ଜିଲ୍ଲାର ଜଣେ ବିଧବା ମହିଳା ସୁନ୍ଦରଗଡ଼ ଜିଲ୍ଲା ଟେନସା ଅଞ୍ଚଳର ଜଣଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ତେବେ ପୂର୍ବ ରୁ ପ୍ରଥମ ସ୍ୱାମୀଙ୍କ ଠାରୁ ତାଙ୍କର ଗୋଟିଏ ଝିଅ ଥିଲା । ଦ୍ୱିତୀୟ ବିବାହ ପରେ ସେହି ୧୨ ବର୍ଷୀୟା ନାବାଳିକାକୁ ପାଲଲହଡା ଅଞ୍ଚଳର ଏକ ଛାତ୍ରୀନିବାସରେ ପାଠ ପଢିବା ପାଇଁ ଛାଡି ଦେଇଥିଲେ । ତେବେ ଗତ ୧୫ ତାରିଖ ଦିନ, ସାବତ ବାପା,  ଆଇର ଦେହ ଖରାପ କହି ସ୍କୁଲ କତୃପକ୍ଷଙ୍କୁ ଜଣାଇ ଝିଅକୁ ନିଜ ସାଙ୍ଗରେ ନିଜ ଘରକୁ ନେଇଯାଇଥିଲା । ପରେ ଘରେ କେହି ନଥିବା ସୁଯୋଗରେ ସେହି ସାବତ ବାପା ନାବାଳିକା ଝିଅକୁ ଦୁଷ୍କର୍ମ କରିଥିଲା । ଏବଂ ପରଦିନ ପୁଣି ଝିଅକୁ ସ୍କୁଲରେ ଛାଡି ଦେଇଥିଲା । ନାବାଳିକା ଜଣକ ଏ ଘଟଣା ବାବଦରେ ନିଜ ମାଙ୍କୁ ଫୋନରେ ସବୁ କଥା କହିବା ପରେ ଆଜି ମା ହଷ୍ଟେଲକୁ ଆସି ଝିଅକୁ ଭେଟିଥିଲା । ଝିଅ ସମସ୍ତ ଘଟଣା ନିଜ ମାକୁ ଜଣାଇବା ପରେ, ନାବାଳିକାର ମା ୧୦୨ କୁ କଲ କରି ଥିଲା ।  ଘଟଣା ସ୍ଥଳରେ ପୁଲିସ ପହଂଚି ନାବାଳିକା ସହ ଆଲୋଚନା କରିବା ପରେ ସାବତ ବାପାଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା ଜାରି ରଖିଛି । ଆଉ ଯେହେତୁ ଘଟଣାଟି ସୁନ୍ଦରଗଡ଼ ଜିଲ୍ଲାରେ ଘଟିଛି , ପୁଲିସ ଜିରୋ ଏଫ ଆଇ ଆର କରି ସୁନ୍ଦରଗଡ ଜିଲ୍ଲାକୁ ମାମଲା ସ୍ଥାନାନ୍ତର କରିବ ବୋଲି ଜଣା ପଡ଼ିଛି ।

Advertisement

Leave a Reply

Your email address will not be published. Required fields are marked *