ମୁଖ୍ୟ ଖବର ଆମ୍ବୁଲାନ୍ସ- ଗ୍ୟାସ୍ ଟ୍ୟାଙ୍କର୍ ମୁହାଁମୁହିଁ ଧକ୍କା , ରୋଗୀ ସମେତ ୪ ମୃତ Angul OnlineMarch 21, 2021March 21, 2021 ଅନଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ର ଜରପଡାଠାରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା ହୋଇଛି । ଆଜି ସକାଳ ପ୍ରାୟ ୭ଟା ବେଳେ ଜରପଡ଼ା ବସ୍ଷ୍ଟାଣ୍ଡ୍ ନିକଟରେ ଏକ ଆମ୍ବୁଲାନ୍ସ୍ ଏବଂ ଗୋଟାଏ ଗ୍ୟାସ୍ ଟ୍ୟାଙ୍କର୍-ଟ୍ରକ୍ ସାମ୍ନାସାମ୍ନି ଧକ୍କା ଖାଇବାରୁ ୪ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ଅନ୍ୟ ୩ ଜଣ ବ୍ୟକ୍ତି ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ, ଆମ୍ବୁଲାନ୍ସ୍ଟି ସମ୍ବଲପୁରରୁ ୨ ଜଣ ରୋଗୀ ନେଇ ୫୫ ନମ୍ବର ଜାତୀୟ ରାଜପଥରେ କଟକ ଅଭିମୁଖେ ଯାଉଥିଲା । ଜରପଡ଼ା ବସ୍ଷ୍ଟାଣ୍ଡ୍ ପାଖାପାଖି ହୋଇଥିବା ବେଳେ ରାସ୍ତାର ବିପରୀତ ଦିଗରୁ ଆସୁଥିବା ଏକ ଗ୍ୟାସ୍ ଟ୍ୟାଙ୍କର୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଧକ୍କା ଯୋଗୁଁ ଆମ୍ବୁଲାନ୍ସ୍ର ଚାଳକଙ୍କ ସମେତ ଭିତରେ ଥିବା ୪ ଜଣ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଅନ୍ୟ ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ଜରପଡ଼ା ପୁଲିସ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରିଛି । ନଷ୍ଟ ହୋଇଯାଇଥିବା ଆମ୍ବୁଲାନ୍ସ୍କୁ ଗ୍ୟାସ୍ କଟର୍ ସାହାଯ୍ୟରେ କାଟି ମୃତଦେହ ଗୁଡିକୁ ଉଦ୍ଧାର କରିବା ସହ ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ମୃତାହତ ମାନେ ବୁର୍ଲ୍ଲା ଏବଂ ବଲାଙ୍ଗୀର ଅଞ୍ଚଳର ବୋଲି ସୂଚନା ମିଳିଛି । ଅନ୍ୟପଟେ ଗ୍ୟାସ୍ ଟ୍ୟାଙ୍କର୍ର ଚାଳକ କୌଶଳକ୍ରମେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା କୁହାଯାଉଛି । Advertisement
ଆସନ୍ତାକାଲି ୧୨ ଘଣ୍ଟିଆ ତାଳଚେର ବନ୍ଦ ତାଳଚେର – ଆସନ୍ତାକାଲି(ବୁଧବାର) ତାଳଚେର ବନ୍ଦ ଡାକରା ଦେଇଛି ତାଳଚେର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି । ତାଳଚେରକୁ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ଦେବା ଦାବିରେ ସକାଳ ୬…
ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାପୁଜୀ ମହାବିଦ୍ୟାଳୟ ପୋଲ ନିକଟରୁ ତିନି ଦିନ ପୂର୍ବରୁ ନିଖୋଜ ଥିବା ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି…
ଭୟାବହ ଅଗ୍ନିକାଣ୍ଡ – ଜଳିଗଲା ୪୦ ବଖରା ଘର ଅନୁଗୁଳ – ଅନୁଗୁଳ ଜିଲ୍ଲା ଆମ୍ବପାଳ ଗାଁରେ ଆଜି ସନ୍ଧ୍ୟାରେ ଭୟାବହ ଅଗ୍ନିକାଣ୍ଡରେ ୪୦ ବଖରା ଘର ଜଳିପୋଡି ପାଉଁଶ ହୋଇ ଯାଇଛି । ସୂଚନା ଅନୁସାରେ…