ଖେଳ ଓ ଖେଳାଳି ଆମିଟି ଇଣ୍ଟର ଇଣ୍ଡଷ୍ଟ୍ରି ଟି-୨୦ କ୍ରିକେଟ ଟୁର୍ନାମେଣ୍ଟ – ଜେଏସପିଏଲ ଚମ୍ପିୟାନ Angul OnlineNovember 23, 2021November 23, 2021 ଅନୁଗୁଳ – ସ୍ଥାନୀୟ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ)ର ଜିନ୍ଦଲ ନଗର ପରିସରର କ୍ରୀଡାଙ୍ଗନ ଠାରେ ଆମିଟି କପ, ଇଣ୍ଟର ଇଣ୍ଡଷ୍ଟ୍ରି ଟି-୨୦ କ୍ରିକେଟ ଟୁର୍ନାମେଣ୍ଟ – ୨୦୨୧ ଉଦଯାପନ ହୋଇଅଛି l ଆଜିର ଏହି ଚିତ୍ତାକର୍ଷକ ଫାଇନାଲ ମ୍ୟାଚ ଜେଏସପିଏଲ ଦଳ ବନାମ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ଜେଏସପିଏଲ ଦଳ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦଳକୁ ୪ ଉଇକେଟରେ ପରାସ୍ତ କରି ଚମ୍ପିୟାନ ହୋଇଥିଲା । ଟସ ଜିତି ବ୍ୟାଟିଙ୍ଗ କରିବାର ନିଷ୍ପତି ନେଇ ପ୍ରଥମେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ ୧୩୩ ରନ ସଂଗ୍ରହ କରିଥିଲେ । ୧୩୪ ରନର ଲକ୍ଷ୍ୟକୁ ଜେଏସପିଏଲ ଦଳ ୧୯.୨ ଓଭରରେ ୬ ଉଇକେଟ ବିନିମୟରେ ହାସଲ କରି ନେଇଥିଲେ । ଏହି ଟୁର୍ନାମେଣ୍ଟରେ ଜେଏସପିଏଲ ଦଳର ଶ୍ରୀ ରାହୁଲ ଆନେପୁ ମ୍ୟାନ ଅଫ ଦି ମ୍ୟାଚ ଏବଂ ଟୁର୍ଣ୍ଣାମେଣ୍ଟ ,ଶ୍ରେଷ୍ଠ ବୋଲର , ଶ୍ରେଷ୍ଠ ବ୍ୟାଟସମାନ ଭାବେ ବିବେଚିତ ହୋଇଥିବା ବେଳେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରାଜେସ ପ୍ରଧାନ ଏବଂ ଦୀପ୍ତି ରଞ୍ଜନ ଶ୍ରେଷ୍ଠ ଉଇକେଟ କିପର ଏବଂ ଶ୍ରେଷ୍ଠ ଫିଲଡର ଭାବେ ପୁରସ୍କୃତ ହୋଇଥିଲେ । ଜେଆଇଟିପିଏଲ ଦଳ ଏହି ଟୁର୍ନା ମେଣ୍ଟର ଶ୍ରେଷ୍ଠ ଶୃଙ୍ଖଳିତ ଦଳ ଭାବେ ପରିଗଣିତ ହୋଇଥିଲା । ବିଜୟୀ ଦଳ,ରନର୍ସ ଅପ ଦଳ ତଥା ସମସ୍ତ ସଫଳ ଖେଳାଳିଙ୍କୁ ଟ୍ରଫି ଏବଂ ପୁରସ୍କାର ପ୍ରଦାନ କରଯାଇଥିଲା । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦଳର ଅଧିନାୟକ ଶିତିକାନ୍ତ ସାହୁ ଏବଂ ଜେଏସପିଏଲ ଦଳର ଅଧିନାୟକ ଦେବେନ୍ଦ୍ର ସାହୁ ଆୟୋଜକଙ୍କୁ ସୁନ୍ଦର ଆୟୋଜନ ନିମନ୍ତେ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଆମିଟି କପ, ଇଣ୍ଟର ଇଣ୍ଡଷ୍ଟ୍ରି ଟି-୨୦ କ୍ରିକେଟ ଟୁର୍ନାମେଣ୍ଟକୁ ଓଡିଶା କ୍ରିକେଟ ଆସୋସିଏସନର ପ୍ୟାନେଲ ଅମ୍ପାୟାର ଶ୍ରୀ ଜୟକୃଷ୍ଣ ରାଉତ, ଶ୍ରୀ ମହେଶ କୁମାର ମୁନସି ଏବଂ ଶ୍ରୀ ତାପସ ମହାନ୍ତି ପରିଚାଳନା କରିଥିଲେ । ଏହି ଟି-୨୦ ଚତୁଃଦିବସୀୟ କ୍ରିକେଟ ଟୁର୍ନାମେଣ୍ଟରେ ଜେଏସପିଏଲ, ଟାଟା ଷ୍ଟିଲ, ମେରାମଣ୍ଡଳୀ, ଜେଆଇଟିପିଏଲ, ଜିଏମଆର, ଏମଜିଏମ ଷ୍ଟିଲ ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦଳ ଅଂଶ ଗ୍ରହଣ କରିଥିଲେ । Advertisement
ଅନୁଗୁଳର ପୁଅ ସ୍ୱାଧୀନଙ୍କୁ ମିଳିଲା ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନ ଅନୁଗୁଳ – ରାଜ୍ୟ ସରକାରଙ୍କ ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ମଙ୍ଗଳବାର ଜାତୀୟ କ୍ରୀଡ଼ା ଦିବସ ଅବସରରେ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ…
ଓ.ପି ଜିନ୍ଦଲ ଫୁଟବଲ କପ୍ ଉଦଘାଟିତ – ଆଠମଲ୍ଲିକକୁ ହରାଇ ଝାରସୁଗୁଡ଼ା ବିଜୟୀ ଅନୁଗୁଳ – ଓ.ପି ଜିନ୍ଦଲ ଫୁଟବଲ ଟୁର୍ଣ୍ଣାମେଂଟର ଉଦଘାଟନୀ ମ୍ୟାଚରେ ଆଠମଲ୍ଲିକ ଦଳକୁ ପରାସ୍ତ କରି ଝାରସୁଗୁଡ଼ା ଦଳ ବିଜୟୀ ହୋଇଛି । ନିର୍ଦ୍ଧାରିତ ସମୟ ମଧ୍ୟରେ…
ଅନୁଗୁଳରେ ହେବ ରାଜ୍ୟ କବାଡି ଚମ୍ପିୟାନସିପ -୯୧୦ ମହିଳା ଓ ପୁରୁଷ ଖେଳାଳି ନେବେ ଭାଗ ଅନୁଗୁଳ – ରାଜ୍ୟରେ ହକି ମହାକୁମ୍ଭ ଆୟୋଜନ ହେବାକୁ ଯାଉଥିବା ବେଳେ ପ୍ରତ୍ୟେକ ଜିଲା ମାନଙ୍କରେ ବିଭିନ୍ନ ଖେଳକୁଦ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଏନେଇ ଅନୁଗୁଳ…