ମୁଖ୍ୟ ଖବର ବଜ୍ରପାତରେ ଆଇ ଟି ଆଇ ଛାତ୍ର ମୃତ Angul OnlineJune 14, 2022June 14, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ବଡକେରଜାଙ୍ଗ କଦମ୍ବପଡା ଗ୍ରାମର ଜଣେ ଆଇ ଟି ଆଇ ଛାତ୍ର ଦୁଷ୍ମନ୍ତ ସାହୁଙ୍କ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ଼ ୩ଟା ବେଳେ ବଜ୍ରପାତରେ ମୃତ୍ୟୁ ହୋଇଛି । ବଜ୍ରପାତ ଯୋଗୁଁ ସେ ଘଟଣାସ୍ଥଳରେ ଚେତାଶୂନ୍ୟ ହୋଇ ପଡ଼ିଥିଲେ । ଖବର ପାଇ ପରିବାର ଲୋକେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ତେବେ ସେଠାରେ ଚିକିତ୍ସା କରୁଥିବା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୂଚନା ଅନୁସାରେ , ଗାଁ ଠାରୁ ପ୍ରାୟ ୩ କିମି ଦୂରରେ ଥିବା କଣ୍ଟେଇକୋଳିଆ ଛକ ନିକଟରେ ବଗିଚାକୁ କାମ କରିବା ପାଇଁ ଯାଇଥିଲେ । ସେ ବର୍ଷା ଘଡଘଡି ହେବାରୁ ନିଜ ଘରକୁ ବଳଦ ହଳ ନେଇ ଫେରୁଥିବା ସମୟରେ ବଜ୍ରପାତ ହୋଇଥିଲା । ଦୁଷ୍ମନ୍ତ ଜିନ୍ଦଲ କମ୍ପାନୀର ଆଇ ଟି ଆଇ ସଂସ୍ଥାରେ ଅଧ୍ୟୟନ କରୁଥିବା ଜଣାପଡିଛି । ତାଙ୍କ ବିୟୋଗରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । Advertisement
ଗୋଟିଏ ଦିନରେ ରାଜପଥ ନେଲା ଚାରି ଜୀବନ ଅନୁଗୁଳ – ଅନୁଗୁଳ ଜିଲ୍ଲାର ଭିନ୍ନଭିନ୍ନ ସ୍ଥାନରେ ସଡକ ଦୁର୍ଘଟଣାରେ ଚାରି ଜଣଙ୍କ ଜୀବନ ଯାଇଛି । ଏହି ଚାରି ଜଣଙ୍କ ମଧ୍ୟରୁ ଜାତୀୟ ରାଜପଥ ୫…
ଯାତ୍ରୀବାହି ବସ୍ ଓଲଟି ୨ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକର ଖମାର ଅଞ୍ଚଳରେ ରବିବାର ଅପରାହ୍ଣରେ ସରକାରୀ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବାରିପଦାରୁ ପାଲଲହଡ଼ାକୁ ସଂଯୋଗ କରୁଥିବା…
ତାଳଚେର ମେଡିକାଲ କଲେଜ ପାଇଁ ଅଧିକ୍ଷକ ନିଯୁକ୍ତି ହେଲେ ଅନୁଗୁଳ -(ଅନୁଗୁଳ ଅନଲାଇନ୍)-୧୨/୧୦- ଅନୁଗୁଳ ଜିଲ୍ଲା ତାଳଚେର ପବିତ୍ର ମୋହନ ମେଡିକାଲ ଖୋଲିବା ନେଇ ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଏକ ପ୍ରକାର ଘଟିଛି । ରାଜ୍ଯ…