ମୁଖ୍ୟ ଖବର ବଜ୍ରପାତରେ ଆଇ ଟି ଆଇ ଛାତ୍ର ମୃତ Angul OnlineJune 14, 2022June 14, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ବଡକେରଜାଙ୍ଗ କଦମ୍ବପଡା ଗ୍ରାମର ଜଣେ ଆଇ ଟି ଆଇ ଛାତ୍ର ଦୁଷ୍ମନ୍ତ ସାହୁଙ୍କ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ଼ ୩ଟା ବେଳେ ବଜ୍ରପାତରେ ମୃତ୍ୟୁ ହୋଇଛି । ବଜ୍ରପାତ ଯୋଗୁଁ ସେ ଘଟଣାସ୍ଥଳରେ ଚେତାଶୂନ୍ୟ ହୋଇ ପଡ଼ିଥିଲେ । ଖବର ପାଇ ପରିବାର ଲୋକେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ତେବେ ସେଠାରେ ଚିକିତ୍ସା କରୁଥିବା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୂଚନା ଅନୁସାରେ , ଗାଁ ଠାରୁ ପ୍ରାୟ ୩ କିମି ଦୂରରେ ଥିବା କଣ୍ଟେଇକୋଳିଆ ଛକ ନିକଟରେ ବଗିଚାକୁ କାମ କରିବା ପାଇଁ ଯାଇଥିଲେ । ସେ ବର୍ଷା ଘଡଘଡି ହେବାରୁ ନିଜ ଘରକୁ ବଳଦ ହଳ ନେଇ ଫେରୁଥିବା ସମୟରେ ବଜ୍ରପାତ ହୋଇଥିଲା । ଦୁଷ୍ମନ୍ତ ଜିନ୍ଦଲ କମ୍ପାନୀର ଆଇ ଟି ଆଇ ସଂସ୍ଥାରେ ଅଧ୍ୟୟନ କରୁଥିବା ଜଣାପଡିଛି । ତାଙ୍କ ବିୟୋଗରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । Advertisement
ଅଧିଆ ପଡିଥିବା ନାବାଳକ ମୃତ ଅନୁଗୁଳ – ଠାକୁରଙ୍କ ପାଖରେ ଅଧିଆ ପଡିଥିବା ବେଳେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି । ଏଭଳି ଘଟଣା ଘଟିଛି ବନ୍ତଳା ଥାନା ପୋକତୁଙ୍ଗା କୃଷ୍ଣଗୁରୁ ମନ୍ଦିରରେ…
ସହକାରୀ ଡାକ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଓ ଘରେ ସିବିଆଇ ଚଢ଼ାଉ ଅନୁଗୁଳ – ସିବିଆଇ ପଞ୍ଚାରେ ସହକାରୀ ଡାକ ଅଧିକ୍ଷକ । କୁରୁଡୁଲ ପୋଷ୍ଟ ଅଫିସରେ ଥିବା ଜଣେ ଆସିଷ୍ଟାଣ୍ଡ ବ୍ରାଞ୍ଚ ପୋଷ୍ଟ ମାଷ୍ଟରଙ୍କୁ ଦୂରକୁ ବଦଳି କରି…
ଗାଁରେ ମଦ ମନା – ଶହ ଶହ ବିଦେଶୀ ମଦ ବୋତଲ ଭାଙ୍ଗିଲେ ମହିଳା ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ପୁରୁଣା ଜରାସିଂହା ଗ୍ରାମର ଚୋରା ମଦ କାରବାରକୁ ବିରୋଧ କରି ମଦ ବୋତଲ ଭାଙ୍ଗି ଦେଇଛନ୍ତି ଗାଁର ବହୁ…