ଖେଳ ଓ ଖେଳାଳି ଇଣ୍ଡିଆନ ଗ୍ରାଁ ପ୍ରି ୩ ଆଥଲେଟିକ୍ସରେ ଚମକିଲେ ଅନୁଗୁଳ ଆଥଲେଟ Angul OnlineJune 16, 2024June 16, 2024 ଅନୁଗୁଳ – ବାଙ୍ଗାଲୁରର ଶ୍ରୀ କାନ୍ତିରାଭା ଷ୍ଟାଡିୟମରେ ଇଣ୍ଡିଆନ ଗ୍ରାଁ ପ୍ରି ୩ ଆଥଲେଟିକ୍ସ ଅନୁଷ୍ଠିତ ହେଉଛି । ଏଥିରେ ଓଡିଶା ରିଲାଏନ୍ସ ଫାଉଣ୍ଡେସନର ଆଥଲେଟମାନେ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ସ୍ୱାଧୀନ ମାଝୀ ପୁରୁଷ ହାଇଜମ୍ପରେ ପ୍ରଶଂସନୀୟ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ୨.୧୦ ମିଟର ଉଚ୍ଚତାକୁ ଜମ୍ପ କରିଥିଲେ । ପୁରୁଷ ୧୦୦ ମିଟରରେ ମହେନ୍ଦ୍ର ସାନ୍ତା ଏବଂ ମହିଳା ୧୦୦ ମିଟରରେ ସବିତା ଟପ୍ପୋ ରୌପ୍ୟ ପଦକ ହାସଲ କରିଛନ୍ତି । ସେମାନେ ଯଥାକ୍ରମେ ୧୦.୬୬ ସେକେଣ୍ଡ ଓ ୧୪.୩୧ ସେକେଣ୍ଡ ସମୟ ନେଇଥିଲେ । ପୁରୁଷ ୮୦୦ ମିଟରରେ ଦେବାଶୀଷ ପଟ୍ଟନାୟକ ୧ ମିନିଟ ୫୩.୭୨ ସେକେଣ୍ଡରେ ରେସ ସମ୍ପୂର୍ଣ୍ଣ କରି ରୌପ୍ୟ ପଦକ ହାସଲ କରିଛନ୍ତି । ସୁଖୀ ବାସ୍କେ ୧୦୦ ମିଟରରେ ଏବଂ ରମନଦୀପ କୌର ୪୦୦ ମିଟରରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ଆଥଲେଟଙ୍କ ପ୍ରଦର୍ଶନ ନେଇ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । Advertisement
ଓଡିଶା ରାଜ୍ଯ ଆଥେଲେଟିକ୍ସ ମିଟ୍ ରେ ଚମକିଲେ ଜିଲ୍ଲାର ଦୁଇ କ୍ରିଡାବିଦ୍ ଅନୁଗୋଳ – ଓଡିଶା ରାଜ୍ଯ ଆଥେଲେଟିକ୍ସ ମିଟ୍ ରେ ଚମକିଛନ୍ତି ଅନୁଗୋଳ ଦୁଇ ଜଣ କ୍ରିଡାବିଦ୍ । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳର ସ୍ବାଧୀନ ମାଝୀ ଉଚ୍ଚ…
ପଞ୍ଚମ ଅନୁଗୁଳ ହେଲଥ ପ୍ରିମୀୟର ଲିଗ , ଚମ୍ପିୟାନ ହେଲା ମା ରାମଚଣ୍ଡୀ ଟିମ ଅନୁଗୁଳ – ଅନୁଗୁଳ ପିଟିସି ପଡ଼ିଆରେ ଚାଲିଥିବା ପଞ୍ଚମ ଅନୁଗୁଳ ହେଲଥ ପ୍ରିମୀୟର ଲିଗର ଫାଇନାଲ୍ ମ୍ୟାଚରେ ମା ରାମଚଣ୍ଡୀ କୋଶଳା ଟିମ ବିଜୟୀ ହୋଇ ଚମ୍ପିୟାନ…
୧୪ ତାରିଖରୁ ୨୮ତମ ଆନ୍ତଃଜିଲା ଓ ରାଜ୍ୟ ଟେବୁଲ ଟେନିସ ଚମ୍ପିଆନ୍ସିପ୍ – ୨୦୨୨ ଅନୁଗୁଳ – ଅନୁଗୁଳରେ ୨୮ତମ ଆନ୍ତଃଜିଲା ଓ ରାଜ୍ୟ ଟେବୁଲ ଟେନିସ ଚମ୍ପିଆନ୍ସିପ୍ – ୨୦୨୨ ଅନୁଷ୍ଠିତ ହେବ । ଏହି ଚମ୍ପିଆନ୍ସିପ ଚଳିତମାସ ୧୪ରୁ ୧୭…