ଖେଳ ଓ ଖେଳାଳି ରାଜ୍ୟ ଆଥେଲେଟିକ ମିଟରେ ଅନୁଗୁଳକୁ ୧୧ ପଦକ Angul OnlineApril 13, 2022April 13, 2022 ଅନୁଗୁଳ – ଭୁବନେଶ୍ୱର ସ୍ଥିତ କିଟ୍ ବିଶ୍ଵବିଦ୍ୟାଳୟ ପଡ଼ିଆରେ ନିକଟରେ ଆୟୋଜିତ ୬୮ତମ ରାଜ୍ୟ ଦୌଡ଼ କୁଦ ପ୍ରତିଯୋଗିତାରେ ଅନୁଗୁଳ ଜିଲ୍ଲାକୁ ଐତିହାସିକ ସଫଳତା ମିଳିଛି । ଏହି ପ୍ରତିଯୋଗିତାରେ ଜିଲ୍ଲାକୁ ତିନୋଟି ସ୍ବର୍ଣ୍ଣ , ଚାରୋଟି ସିଲଭର , ଚାରୋଟି ବ୍ରୋଞ୍ଜ ମେଡାଲ ମିଳିଛି । ଗୋବିନ୍ଦ ପାଣ୍ଡେ ୨୦ବର୍ଷରୁ କମ ବିଭାଗ ଦଶ କିମି ଚାଲି, ପୂଜା ପରିଡ଼ା ଦଶ କିମି ଚାଲି , ପ୍ରିୟବ୍ରତ ପ୍ରଧାନ ୨୩ ବର୍ଷରୁ କମ ଜାଭେଲିନରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ସେହିପରି ଶୁଭମ୍ ଜ୍ୟୋତି ନାୟକ ୨୦କିମି ଚାଲି , ଆଶୁତୋଷ ସିଂହ ୫କିମି ଚାଲି , ପୂଜା ପରିଡ଼ା ୩ ହଜାର ମିଟର ଷ୍ଟିପଲ୍ ଚେଜ୍ ଓ ଯମୁନା ଛତରଙ୍କୁ ଡିସକସରେ ସିଲଭର ମେଡାଲ ମିଳିଛି । ସୁଦୀପ କୁମାର ସାହୁ ୧୦ କିମି ଚାଲି , ପ୍ରିନ୍ସ ସେଠୀ ୫ କିମି ଚାଲି , ବର୍ଷା ରାଣୀ ସାହୁ ୧୦କିମି ଚାଲି ଓ ୩ ହଜାର ମିଟର ଷ୍ଟିପୁଲ ଚେଜ୍ରେ ବ୍ରୋଞ୍ ମେଡାଲ ଜିତିଛନ୍ତି । ସମସ୍ତ ବିଜେତା ଖେଳାଳି ମାନେ ଭାବନେଶ୍ୱରୁ ଫେରିବା ପରେ ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଏଡିଏମ୍ ରଜନୀକାନ୍ତ ସ୍ୱାଇଁଙ୍କୁ ଭେଟିଥିଲେ । ଜିଲ୍ଲା କ୍ରୀଡ଼ା ଅଧିକାରୀ ଅକ୍ଷୟ କୁମାର ସିଠ ଏବଂ ଦଳର ମ୍ୟାନେଜର ନୀଳମଣି ଦାସ , ସହଯୋଗୀ ଭାବେ ଆଶିଷ ବେହେରା ଓ ଏଲିଜା ବେଥ ସାହୁ ଉପସ୍ଥିତ ଥିଲେ । ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ବିଜେତା ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଜିଲ୍ଲାରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ସବୁମନ୍ତେ ଉଦ୍ୟମ କରାଯିବ ବୋଲି କହିଥିଲେ । ଯୁବ ଖେଳାଳୀମାନଙ୍କ ଏଭଳି ସଫଳତାରେ ଜିଲ୍ଲାର କ୍ରୀଡ଼ାପ୍ରେମୀ ଏବଂ କ୍ରୀଡା ସଂଗଠକ ମାନେ ଖୁସି ପ୍ରକାଶ କରିବା ସହ ଭବିଷ୍ୟତ ଉଜ୍ଵଳ କାମନା କରିଛନ୍ତି । Advertisement
ଅନୁଗୁଳ ଆସିବେ ଗୌତମ ଗାମ୍ଭୀର ଅନୁଗୁଳ – ଅନୁଗୁଳ ଆସିବେ ଗୌତମ ଗାମ୍ଭୀର । ଆସନ୍ତା ୨୫ ତାରିଖ ସେ ଅନୁଗୁଳ ଆସି ସ୍ଥାନୀୟ କଦମ ପଡ଼ିଆରେ ଅନୁଗୁଳ କ୍ରିକେଟ ସଂଘ (…
ଗଣପତ କପ୍ କ୍ରିକେଟ୍ – ମୁନ୍ ଏକାଦଶ ବିଜୟୀ ଅନୁଗୋଳ – ସ୍ଥାନୀୟ ଅମଲାପଡ଼ା ଦୁର୍ଗାପୂଜା ପଡ଼ିଆରେ ଦ୍ବିତୀୟ ରାଜ୍ୟସ୍ତରୀୟ ଗଣପତ କପ୍ କ୍ରିକେଟ୍ ପ୍ରତିଯୋଗିତା ଉଦଯାପିତ ହୋଇ ଯାଇଛି । ଅନୁଗୋଳ ଫାଇଟର୍ସକୁ ହରାଇ ମୁନ୍…
ଭୁବନେଶ୍ୱରକୁ ହରାଇ ଲୁଟୁ ୱାରୀଅରସ ଚମ୍ପିୟାନ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଳିଆପଡା ଠାରେ ଅଲ ଇଣ୍ଡିଆ ମିନାକ୍ଷୀ ମେମୋରିଆଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇ ଯାଇଛି । ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ ଅନୁଗୁଳ…