ଆଞ୍ଚଳିକ ୨୦ ତାରିଖ ପର୍ଯ୍ୟନ୍ତ ଅନୁଗୁଳ ମେଳା Angul OnlineMarch 15, 2024March 15, 2024 ଅନୁଗୁଳ – ଅନୁଗୁଳ ବିଜୁ ମୈଦାନଠାରେ ଅନୁଗୁଳ ମେଳା ଅନୁଷ୍ଠିତ ହୋଇଯାଇଅଛି । ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫିତା କାଟି ଓ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ୍ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଅକ୍ଷୟ ସୀଠ, ଜିଲ୍ଲା ଶିକ୍ଷା କାର୍ମୀକ ଅଧିକାରୀ ଭିକାରୀ ବନ୍ଧୁ ସାହୁ ଓ ଜିଲ୍ଲା ଶିଶୁ ମଙ୍ଗଳ କମିଟି ସଦସ୍ୟ କଲ୍ୟାଣ କିଶୋର ମହାନ୍ତି ଯୋଗ ଦେଇଥିଲେ । ଆସନ୍ତା ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ଏହି ମେଳା ଆୟୋଜନ ହେବା ସହିତ ହସ୍ତଶିଳ୍ପ କୁଟୀର ଶିଳ୍ପ ବୟନ ଶିଳ୍ପ ଘରୋଇ ଉପକରଣ ବୈଦ୍ୟୁତିକ ଓ ରାଜ୍ୟ ତଥା ରାଜ୍ୟ ବାହାରର ଶାଢ଼ୀ ଖଦୀବସ୍ତ୍ର ଇତ୍ୟାଦି ବିଭିନ୍ନ ପ୍ରକାରର ସାମଗ୍ରୀ ପ୍ରଦର୍ଶନୀ ସହିତ ବିକ୍ରୟ ହେଉଅଛି । ଏଥିସହିତ ବିଭିନ୍ନ ପ୍ରକାର ଶିକ୍ଷଣୀୟ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ ବୋଲି ମେଳାର ସଂଯୋଜକ ପର୍ଶୁରାମ ଦାଶ କହିଛନ୍ତି । ମେଳାକୁ ବୁଲି ଆସିବା ସହିତ ନିଜ ମନ ପସନ୍ଦର ସାମଗ୍ରୀ କିଣି ନେବାକୁ ମେଳା ତରଫରୁ ଆହ୍ବାନ କରିଛନ୍ତି । Advertisement
ବିପ୍ଲବ ଜେନାଙ୍କୁ ସଭାପତି ଦାୟିତ୍ଵ ଅନୁଗୁଳ – ୧୭.୦୩.୨୦୨୫ ତାରିଖରେ ନାଲକୋ ଠିକାଦାର ସଂଘ ର ସାଧାରଣ ବୈଠକ ସଂଘ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସଂଘର କାର୍ଯକର୍ତ୍ତା…
ଜେଏସପି ଫାଉଣ୍ଡେସନ ଏବଂ କୃଷି ବିଭାଗ ପିପିପି ମୋଡରେ କରିବ କୃଷି ସେବାକେନ୍ଦ୍ର ଅନୁଗୋଳ – ଅନୁଗୋଳ ଜିଲ୍ଲା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର(ଜେଏସ୍ପି)ର ସାମାଜିକ ଦାୟିତ୍ୱବୋଧ ଶାଖା ଭାବେ କାର୍ଯ୍ୟ କରୁଥିବା ଜେଏସପି ଫାଉଣ୍ଡେସନ, କୃଷି ବିଭାଗ ଓ ରାଜ୍ୟ…
ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ଅନୁଗୁଳ – ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଦୁଇ ବର୍ଷର କୋରୋନା କଟକଣା ପରେ ଏଥର ଭକ୍ତ ମାନଙ୍କ ଗହଣରେ ହୋଇଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ ଯାତ୍ରା…