ଅନୁଗୁଳ – ନୂଆଦିଲ୍ଲୀ ଠାରେ ଅୟୋଜିତ ବାୟୁ ସର୍ବେକ୍ଷଣ ପୁରସ୍କାର ୨୦୨୫ ରେ ଅନୁଗୁଳ ପୈାରପାଳିକା ଦେଶରେ ୩ ଲକ୍ଷରୁ କମ୍ ଜନସଂଖ୍ୟା ବସବାସ କରୁଥିବା ସହର ଭିତରେ ସ୍ଵଚ୍ଛସହର ଭାବେ ତୃତୀୟ ସ୍ଥାନ ଅଧିକାର କରିଛି । ଏଥିପାଇଁ ପୌରପାଳିକାକୁ ୧୨,୫୦,୦୦୦ ଟଙ୍କା ପୁରସ୍କାର ରାଶି ସହ ଟ୍ରଫି ଓ ପ୍ରମାଣ ପତ୍ର ଗ୍ରହଣ କରିଛି ।
ନୂଆଦିଲ୍ଲୀ ଠାରେ ଆୟୋଜିତ ଏହି ସ୍ଵତନ୍ତ୍ର ସୋମାରହରେ ଭାରତ ସରକାରଙ୍କର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀଯୁକ୍ତ ଭୂପେନ୍ଦ୍ର ୟାଦବ ଙ୍କ ଠାରୁ ଅନୁଗୁଳ ପୈାରପାଳିକା ର ପୌର ଅଧକ୍ଷ ଶ୍ରୀ ଅକ୍ଷୟ ସାମନ୍ତ, ପୌର ଉପାଧ୍ୟକ୍ଷା ଶ୍ରୀମତୀ ଅନୁପମା ସାହୁ ଓ ଅନୁଗୁଳ ପୈାରପାଳିକା ର ପୌର ନିର୍ବାହୀ ଅଧିକାରୀ ଶ୍ରୀ ସତ୍ୟପ୍ରକାଶ ତ୍ରିପାଠୀ ପୁରସ୍କାର ଗ୍ରହଣ କରିଥିଲେ । ତାଙ୍କ ସହିତ ଅନୁଗୁଳର ବିଧାୟକ ଶ୍ରୀଯୁକ୍ତ ପ୍ରତାପଚନ୍ଦ୍ର ପ୍ରଧାନ ମଧ୍ୟ ଏହି ପୁରସ୍କାର ଗ୍ରହଣ କାର୍ଯ୍ୟକ୍ରମରେ ସାମିଲ ହୋଇ ପୁରସ୍କାର ଗ୍ରହଣ କରିଥିଲେ । ଏହା ସହିତ ଅନୁଗୁଳ ପୈାରପାଳିକା ଏହି ପୁରସ୍କାର ଗ୍ରହଣ କରିଥିବାରୁ ପୌରପାଳିକାର ପୌର ଅଧକ୍ଷ, ଉପାଧ୍ୟକ୍ଷା ଓ ନିର୍ବାହୀ ଅଧିକାରୀ ଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ ।
ଏବି ପୁରସ୍କାର ପାଇବା ପରେ ନୂଆଦିଲ୍ଲୀ ଠାରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁଗୁଳର ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ନେତୃତ୍ଵରେ ଅନୁଗୁଳ ପୈାରପାଳିକାର ପୌର ଅଧକ୍ଷ ଅକ୍ଷୟ ସାମନ୍ତ, ପୌର ଉପାଧ୍ୟକ୍ଷା ଅନୁପମା ସାହୁ, ପୌରପାଳିକାର ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ଅନୁଗୁଳ ପୈାରପାଳିକା ରେ କରାଯାଉଥିବା ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ, ସଫେଇ କାର୍ଯ୍ୟକ୍ରମ , ସୌନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମ ସମ୍ପର୍କରେ ପଚାରି ବୁଝିବା ସହିତ ଓଡିଶାର ଏକମାତ୍ର ଅର୍ବାନ୍ ବଡି ଭାବେ ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିବାରୁ ଆନନ୍ଦ ପ୍ରକାଶ କରିବା ସହିତ ଅନୁଗୁଳ ସହର ରେ ଆହୁରି ଉନ୍ନତି ମୂଳକ କାର୍ଯ୍ୟ କରି ଅନୁଗୁଳ ସହରକୁ ଆହୁରି ସରସ ସୂନ୍ଦର କରିବାକୁ ପରାମର୍ଶ ଦେଇଥିଲେ।

