ଅନୁଗୁଳ – ଅନୁଗୁଳ ସଦର ଥାନାରେ କାର୍ଯ୍ୟରତ ଜଣେ ପୁଲିସ ଏ.ଏସ୍.ଆଇ.ଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ମୃତକ ଏ.ଏସ୍.ଆଇ. ଜଣଙ୍କ ହେଲେ କଙ୍କଡାହାଡ଼ ଥାନା ପାତବେଡା ଗାଁର ମାନସ ସିଂହ । ସେ ଗତକାଲି ଛୁଟି ନେଇ ଘରକୁ ମୋଟରସାଇକେଲରେ ଯାଉଥିଲେ। ତେବେ ବାଟରେ ଭାରସାମ୍ୟ ହରାଇ ସେ ଏକ ଗଛରେ ପିଟି ହୋଇ ଯାଇଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । କାମାକ୍ଷାନଗର ଡାକ୍ତରଖାନାରେ ତାଙ୍କ ବ୍ୟବଚ୍ଛେଦ କରାଯାଇଛି । ସେ ଗତ ଚାରି ବର୍ଷ ହେଲା ଅନୁଗୁଳ ଜିଲ୍ଲାରେ କାର୍ଯ୍ୟରତ ଥିଲେ ।
ସଡ଼କ ଦୁର୍ଘଟଣାରେ ଅନୁଗୁଳର ଜଣେ ପୁଲିସ ଏ.ଏସ୍.ଆଇ.ଙ୍କ ମୃତ୍ୟୁ

