ମୁଖ୍ୟ ଖବର ଜାପାନରେ ବିଜ୍ଞାନ ବିନିମୟ କାର୍ଯ୍ୟକ୍ରମରେ ଅନୁଗୁଳ ଛାତ୍ର Angul OnlineNovember 4, 2024November 4, 2024 ଅନୁଗୁଳ – ଅନୁଗୁଳ ଚମ୍ପତିମୁଣ୍ଡାସ୍ଥିତ ପିଏମ୍ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ଏକାଦଶ ଶ୍ରେଣୀର ଛାତ୍ର ଯୁବ ବିଜ୍ଞାନୀ ତେଜସ ଦାଶ ଜାପାନର ଟୋକିଓରେ ଆୟୋଜିତ ସାକୁରା ବିଜ୍ଞାନ ବିନିମୟ କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଶା ଫେରିଛନ୍ତି । ଭାରତ ସରକାରଙ୍କ ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ ଶିକ୍ଷା ମନ୍ତ୍ରଣାଳୟ ଓ ଜାପାନ ସରକାରଙ୍କ ମିଳିତ ସହଯୋଗିତାରେ ଏହା ଆୟୋଜିତ ହୋଇଥିଲା । ଭାରତର ୧୦ ନବୋଦୟ ଛାତ୍ରୀଛାତ୍ର ଏବଂ ଶତାଧିକ ପ୍ରେରଣା ସ୍କଲାରଙ୍କ ମଧ୍ୟରୁ ୯ ଜଣ ଏହି କାର୍ଯ୍ୟକ୍ରମରେ ପ୍ରତିନିଧିତ୍ୱ କରିଥିଲେ । ଏହି ପ୍ରତିଭାଗୀ ମାନେ ଅକ୍ଟୋବର ୧୮ରୁ ୨୬ ତାରିଖ ପର୍ଯ୍ୟନ୍ତ ଜାପାନର ବିଭିନ୍ନ ବିଶ୍ୱବିଦ୍ୟାଳୟ, ଗବେଷଣା ପ୍ରତିଷ୍ଠାନ ଓ ସ୍କୁଲମାନ ପରିଭ୍ରମଣ କରି ଜ୍ଞାନ ଆହରଣ କରିବା ସହ ଭାରତର ସଂସ୍କୃତି, ସଭ୍ୟତା ଓ ଜ୍ଞାନ ଗରିମାର ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମର ଏକ ବିଶେଷ ପର୍ଯ୍ୟାୟରେ ଜାପାନର ଛାତ୍ରୀଛାତ୍ରମାନଙ୍କ ସହ ଆଲୋଚନା ଓ ଜ୍ଞାନର ଆଦାନ ପ୍ରଦାନ ମଧ୍ୟ ହୋଇଥିଲା । ଭାରତୀୟ ପ୍ରତିଭାଗୀମାନେ ଜାପାନର ସୁଚିଉରା ଫାଷ୍ଟ ହାଇସ୍କୁଲ ପିଲାମାନଙ୍କ ସହ ମିଶି ଏକ ଡ୍ରୋନ ତିଆରି କରି ଉଡ଼ାଇବା ସହ ଏକ ବନ୍ଧୁତ୍ୱପୂର୍ଣ୍ଣ ଭଲିବଲ ମ୍ୟାଚ ଖେଳିଥିଲେ । ଅନୁଗୁଳ ପିଏମ୍ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟର ତେଜସ ଓଡ଼ିଶାରୁ ଏକମାତ୍ର ପ୍ରତିଭାଗୀ ଭାବେ ଦେଶର ପ୍ରତିନିଧିତ୍ୱ କରିଥିବାରୁ ବିଦ୍ୟାଳୟ ଅଧ୍ୟକ୍ଷ ସିଦ୍ଧାର୍ଥ ଶଙ୍କର ବରାଳ ତାଙ୍କୁ ଶୁଭେଛା ଜ୍ଞାପନ କରିବା ସହ ଭବିଷ୍ୟତରେ ବିଜ୍ଞାନ ମାଧ୍ୟମରେ ଦେଶର ଉନ୍ନତି କରିବାକୁ ପରାମର୍ଶ ଦେଇଛନ୍ତି । ନବୋଦୟ ବିଦ୍ୟାଳୟର ଗଣିତ ଶିକ୍ଷକ ପ୍ରକାଶ କୁମାର ଦାଶ ଓ ଡିଏଭି ଅନୁଗୁଳର ସାମାଜିକ ବିଜ୍ଞାନ ଶିକ୍ଷୟିତ୍ରୀ ଲୋପାମୁଦ୍ରା ମିଶ୍ରଙ୍କ ଏକମାତ୍ର ପୁତ୍ର ତେଜସ ପୂର୍ବରୁ ବହୁ କୃତିତ୍ୱ ହାସଲ କରିବା ସହ ୨୦୨୨ ମସିହାରେ ସ୍ପେସ କିଡ୍ସ ତରଫରୁ ଯୁବ ବିଜ୍ଞାନୀ ପୁରସ୍କାର ପାଇଥିଲେ । Advertisement
ଏସ.ପି. ଅଫିସ ସମ୍ମୁଖରୁ ମୃତଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଆଜି ସକାଳୁ ଏକ ମୃତଦେହ ଉଦ୍ଧାର ହୋଇଛି । ଜାତୀୟ ରାଜପଥ ୫୫ କଡରେ ଥିବା…
ସାପ କାମୁଡାରେ ଯୁବକ ମୃତ (ଭିଡିଓ) ଅନୁଗୁଳ – ଅନୁଗୁଳ ଜିଲ୍ଲା ବଇଣ୍ଡା ଅଞ୍ଚଳରେ ଆଜି ସାପ କାମୁଡାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ମରୁତ ଯୁବ,କ ଜଣଙ୍କ ସେହି ଅଞ୍ଚଳର ୧୮…
ଯୋଗାଣ ନିରୀକ୍ଷକଙ୍କୁ ୪ ବର୍ଷ କାରାଦଣ୍ଡ ଅନୁଗୁଳ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ପୋଲରମୁଣ୍ଡା ଗ୍ରାମର ନିରୋଦ କୁମାର ସାହୁ ନାମକ କଣ୍ଟ୍ରୋଲ ଦୋକାନୀ ଠାରୁ ୨୦୧୪ ମସିହାରେ ଲାଞ୍ଚ ନେଉଥିବା ବେଳେ…