ମୁଖ୍ୟ ଖବର ଜାପାନରେ ବିଜ୍ଞାନ ବିନିମୟ କାର୍ଯ୍ୟକ୍ରମରେ ଅନୁଗୁଳ ଛାତ୍ର Angul OnlineNovember 4, 2024November 4, 2024 ଅନୁଗୁଳ – ଅନୁଗୁଳ ଚମ୍ପତିମୁଣ୍ଡାସ୍ଥିତ ପିଏମ୍ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ଏକାଦଶ ଶ୍ରେଣୀର ଛାତ୍ର ଯୁବ ବିଜ୍ଞାନୀ ତେଜସ ଦାଶ ଜାପାନର ଟୋକିଓରେ ଆୟୋଜିତ ସାକୁରା ବିଜ୍ଞାନ ବିନିମୟ କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଶା ଫେରିଛନ୍ତି । ଭାରତ ସରକାରଙ୍କ ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ ଶିକ୍ଷା ମନ୍ତ୍ରଣାଳୟ ଓ ଜାପାନ ସରକାରଙ୍କ ମିଳିତ ସହଯୋଗିତାରେ ଏହା ଆୟୋଜିତ ହୋଇଥିଲା । ଭାରତର ୧୦ ନବୋଦୟ ଛାତ୍ରୀଛାତ୍ର ଏବଂ ଶତାଧିକ ପ୍ରେରଣା ସ୍କଲାରଙ୍କ ମଧ୍ୟରୁ ୯ ଜଣ ଏହି କାର୍ଯ୍ୟକ୍ରମରେ ପ୍ରତିନିଧିତ୍ୱ କରିଥିଲେ । ଏହି ପ୍ରତିଭାଗୀ ମାନେ ଅକ୍ଟୋବର ୧୮ରୁ ୨୬ ତାରିଖ ପର୍ଯ୍ୟନ୍ତ ଜାପାନର ବିଭିନ୍ନ ବିଶ୍ୱବିଦ୍ୟାଳୟ, ଗବେଷଣା ପ୍ରତିଷ୍ଠାନ ଓ ସ୍କୁଲମାନ ପରିଭ୍ରମଣ କରି ଜ୍ଞାନ ଆହରଣ କରିବା ସହ ଭାରତର ସଂସ୍କୃତି, ସଭ୍ୟତା ଓ ଜ୍ଞାନ ଗରିମାର ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମର ଏକ ବିଶେଷ ପର୍ଯ୍ୟାୟରେ ଜାପାନର ଛାତ୍ରୀଛାତ୍ରମାନଙ୍କ ସହ ଆଲୋଚନା ଓ ଜ୍ଞାନର ଆଦାନ ପ୍ରଦାନ ମଧ୍ୟ ହୋଇଥିଲା । ଭାରତୀୟ ପ୍ରତିଭାଗୀମାନେ ଜାପାନର ସୁଚିଉରା ଫାଷ୍ଟ ହାଇସ୍କୁଲ ପିଲାମାନଙ୍କ ସହ ମିଶି ଏକ ଡ୍ରୋନ ତିଆରି କରି ଉଡ଼ାଇବା ସହ ଏକ ବନ୍ଧୁତ୍ୱପୂର୍ଣ୍ଣ ଭଲିବଲ ମ୍ୟାଚ ଖେଳିଥିଲେ । ଅନୁଗୁଳ ପିଏମ୍ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟର ତେଜସ ଓଡ଼ିଶାରୁ ଏକମାତ୍ର ପ୍ରତିଭାଗୀ ଭାବେ ଦେଶର ପ୍ରତିନିଧିତ୍ୱ କରିଥିବାରୁ ବିଦ୍ୟାଳୟ ଅଧ୍ୟକ୍ଷ ସିଦ୍ଧାର୍ଥ ଶଙ୍କର ବରାଳ ତାଙ୍କୁ ଶୁଭେଛା ଜ୍ଞାପନ କରିବା ସହ ଭବିଷ୍ୟତରେ ବିଜ୍ଞାନ ମାଧ୍ୟମରେ ଦେଶର ଉନ୍ନତି କରିବାକୁ ପରାମର୍ଶ ଦେଇଛନ୍ତି । ନବୋଦୟ ବିଦ୍ୟାଳୟର ଗଣିତ ଶିକ୍ଷକ ପ୍ରକାଶ କୁମାର ଦାଶ ଓ ଡିଏଭି ଅନୁଗୁଳର ସାମାଜିକ ବିଜ୍ଞାନ ଶିକ୍ଷୟିତ୍ରୀ ଲୋପାମୁଦ୍ରା ମିଶ୍ରଙ୍କ ଏକମାତ୍ର ପୁତ୍ର ତେଜସ ପୂର୍ବରୁ ବହୁ କୃତିତ୍ୱ ହାସଲ କରିବା ସହ ୨୦୨୨ ମସିହାରେ ସ୍ପେସ କିଡ୍ସ ତରଫରୁ ଯୁବ ବିଜ୍ଞାନୀ ପୁରସ୍କାର ପାଇଥିଲେ । Advertisement
ଷଣ୍ଢ ସହ ଧକ୍କା ହୋଇ ଯୁବକ ମୃତ ଅନୁଗୁଳ – ଅନୁଗୁଳ ଗାନ୍ଧିମାର୍ଗ ହେମସୁରପଡ଼ା କବରଖାନା ନିକଟରେ ସୋମବାର ରାତି ପ୍ରାୟ ସାଢେ଼ ଦଶଟା ସମୟରେ ଷଣ୍ଢ ସହ ମୋଟରସାଇକେଲର ଧକ୍କା ହେବାରୁ ମୋଟରସାଇକେଲ ଆରୋହୀଙ୍କ…
ଭଡାଘରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳ ସହର ଟାଉନ ହାଇସ୍କୁଲ ପଛ ପାଖରେ ଥିବା ଏକ ଭଡା ଘରୁ ଜଣେ ମହିଳାଙ୍କ ମୃତ ଦେହ ଜବତ ହୋଇଛି । ତେବେ…
ବିଧାୟକଙ୍କ ଉପରେ ପଞ୍ଚାୟତ ପ୍ରତିନିଧି ଖପା – ଦେଲେ ଇସ୍ତଫା ଚେତାବନୀ ଅନୁଗୁଳ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ପଞ୍ଚାୟତ ସମିତି ୭ ନମ୍ବର ଜୋନର ତ୍ରୀସ୍ତରୀୟ ନିର୍ବାଚିତ ପ୍ରତିନିଧି ମାନଙ୍କ ମଧ୍ୟରୁ କିଛି ପ୍ରତିନିଧି ମାନେ ସ୍ଥାନୀୟ ବିଧାୟକଙ୍କ…