OPSC ପରୀକ୍ଷାରେ ଅନୁଗୁଳର ଛାତ୍ର ଆଗୁଆ

ଅନୁଗୁଳ – ପ୍ରକାଶ ପାଇଲା OPSC ରେଜଲ୍ଟ । ଯେଉଁଥିରେ ତାଳଚେର କଙ୍କିଳି ଗ୍ରାମର ଶଶାଙ୍କ ଶେଖର ସାମଲ ୧୫୧ ରାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି । କଙ୍କିଳି ଗ୍ରାମର ସୁଧାକର ସାମଲ ଓ ପ୍ରଗତି ସାମଲଙ୍କ ବଡ଼ ପୁଅ ଶଶାଙ୍କ ଶେଖର ସାମଲ ଚତୁର୍ଥ ଥରରେ ଏହି ସଫଳତା ହାସଲ କରିଛନ୍ତି । ଆଗାମୀ ଦିନରେ ଓଡିଶା ପାଇଁ ବିଭିନ୍ନ କ୍ଷେତ୍ରରେ ସଫଳତା ଆଣିବା ସହ ତୃଣମୂଳସ୍ତରରେ ଜନସାଧାରଙ୍କ ସେବା କରିବାକୁ ମନ ବଳାଇଛନ୍ତି ଶଶାଙ୍କ । ପୂର୍ବରୁ ସେ ଏକ ଘୋରାଇ କମ୍ପାନୀରେ କାର୍ଯ୍ୟରତ ଥିବାବେଳେ ଲୋକଙ୍କ ସେବା ପାଇଁ ପ୍ରଶାସନିକ ସେବା OPSC ପାଇଁ ପ୍ରସ୍ତୁତ ଜାରି ରଖି ଆଜି ସଫଳତା ହାସଲ କରିଛନ୍ତି ।

ସେହିଭଳି ଛେଣ୍ଡିପଦା ବ୍ଲକ ମାଛକୁଟା ଗ୍ରାମର ଆଶୁତୋଷ ମାଝି ଓସିଏସ୍ ପରୀକ୍ଷାରେ ୧୬୮ର‌୍ୟାଙ୍କ ପାଇ ଛେଣ୍ଡିପଦା ବ୍ଲକ ପାଇଁ ଗୌରବ ଆଣିଛନ୍ତି । ସୁଚନା ଯେ ୨୦୨୩ ଓସିଏସ୍ ପରୀକ୍ଷାର ଫଳାଫଳ ଆଜି ଘୋଷଣା ହୋଇଥିବାବେଳେ ଛେଣ୍ଡିପଦା ମାଛକୁଟା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ରୁଷଭ ମାଝିଙ୍କ ଏକମାତ୍ର ପୁଅ ଆଶୂତୋଷ ମାଝି ଏହି ସଫଳତା ପାଇଛନ୍ତି । ଆଶୁତୋଷ ଗ୍ରାମରେ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଲାଭ ଆରମ୍ଭ କରି ନବୋଦୟରେ ଶିକ୍ଷା ଲାଭ କରିଥିଲେ । ଏହାପରେ ସେ ଢ଼େଙ୍କାନାଳର ଏକ ଘରୋଇ ଶିକ୍ଷା ଅନୁଷ୍ଠାନରେ +୨ ଓ ତାପରେ ଢ଼େଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରୁ ସ୍ନାତକ ପରେ ବୁର୍ଲାର ଭିସୁଟରେ ରସାୟନ ବିଜ୍ଞାନରେ ସ୍ନାତକୋତର କରିଥିଲେ । ଏହାପରେ ସେ ନିଜସ୍ୱ ଉଦ୍ୟମରେ ଘରେ ରହି ଓସିଏସ୍ ପାଇଁ ପ୍ରସ୍ତୁତ ଚଳାଇଥିଲେ ।

ଏହି ଓପିଏସସି ପରିଚାଳିତ ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ।ନାଲକୋ ନଗର ଏସଭିଏମର ପୁରାତନ ଛାତ୍ର ସୋମିତ ଅଣସଂରକ୍ଷିତ ସାଧାରଣ ବର୍ଗ ୧୮୩ତମ ରାଙ୍କରେ ସଫଳତା ହାସଲ କରିଛନ୍ତି । ଶ୍ରୀ ସେଠ ଷଷ୍ଠ ଥର ଉଦ୍ୟମରେ ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ କୃତିତ୍ୱ ହାସଲ କରିଛନ୍ତି । ପିଲାଟି ଦିନରୁ ସେ ମେଧାବୀ ଛାତ୍ର ଥିଲେ । ଏସ ଭି ଏମ ରେ ପାଠ ପଢ଼ା ଆରମ୍ଭ କରି ୨୦୦୮ରେ ମାଟ୍ରିକ ପାସ କରିବା ପରେ ଭୁବନେଶ୍ୱର ସ୍ଥିତ ଘରୋଇ କଲେଜରେ ଯୁକ୍ତ୨ ପରୀକ୍ଷା ରେ ପାସ କରିବା ପରେ ୨୦୧୪ରେ କୃପାଜଲ ଇଙ୍ଗିନିରିଂ କଲେଜ ରେ ଇଲେକ୍ଟ୍ରିକାଲ ବିଭାଗରେ ପାସ କରି ସାରି ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ପାଠ ପଢ଼ାରେ ଦୈନିକ ୧୦ଘଣ୍ଟା ପରିଶ୍ରମ କରି ନିଜର ନିଷ୍ଠା ଓ ଉଦ୍ୟମ ବଳରେ ସଫଳତା ହାସଲ ପାଇ ଛନ୍ତି ବୋଲି ସୋମିତ ଙ୍କ ମା ପ୍ରକାଶ କରିଛନ୍ତି। ପିତା ସ୍ବର୍ଗତ ଅଦ୍ଵୈତ କୁମାର ଶେଠ୍, ମା ଗୃହିଣୀ ସରୋଜିନୀ ସେଠ ଙ୍କ ଘର ବଅଁରପାଳ ବ୍ଲକ କୁଲାଡ ଗ୍ରାମରେ ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page