ଖେଳ ଓ ଖେଳାଳିଭଲ ଖବର ଅନୁଗୁଳର ପୁଅ ସ୍ୱାଧୀନଙ୍କୁ ମିଳିଲା ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନ Angul OnlineAugust 30, 2023August 30, 2023 ଅନୁଗୁଳ – ରାଜ୍ୟ ସରକାରଙ୍କ ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ମଙ୍ଗଳବାର ଜାତୀୟ କ୍ରୀଡ଼ା ଦିବସ ଅବସରରେ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉପସ୍ଥିତ ରହି ଏହି ପୁରସ୍କାର ପ୍ରଦାନ କରିଥିବା ବେଳେ ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇ ରାଜ୍ୟର ଗୌରବ ବଢ଼ାଇଥିବାରୁ କୃତଜ୍ଞତା ଜଣାଇଥିଲେ । ମୁଖ୍ୟ ଉତ୍ସବ ଆରମ୍ଭ ପୂର୍ବରୁ ବିଗତ ବର୍ଷଗୁଡ଼ିକରେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ସଫଳତା ଅର୍ଜନ କରିଥିବା ରାଜ୍ୟର ୩୮୮ ଖେଳାଳିଙ୍କୁ ମୋଟ ୨ କୋଟି ୨ ଲକ୍ଷ ୩୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା । ବିଗତ ଦିନରେ ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତାରେ ସ୍ବର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ପାଇଁ ଦେଶ ଓ ରାଜ୍ୟ ତଥା ଜିଲ୍ଲା ପାଇଁ ଗୌରବ ଆଣିଥିବା ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବ୍ରାହ୍ମଣବିଲ ପଂଚାୟତ ର କରଡାବାହାଳ ଗ୍ରାମର ନିରଞ୍ଜନ ମାଝୀଙ୍କ କନିଷ୍ଠ ପୁତ୍ର ସ୍ୱାଧୀନ ମାଝୀଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରା ଯାଇଥିଲା । ମଙ୍ଗଳବାର ସଂଧ୍ୟାରେ ଲୋକସେବା ଭବନ କନ୍ଭେନ୍ସନ୍ ହଲ୍ରେ ଅନୁଷ୍ଠିତ ସ୍ବତନ୍ତ୍ର ଉତ୍ସବରେ କ୍ରୀଡ଼ା ଓ ଯୁବ ସେବା ବିଭାଗ ସଚିବ ଆର୍ ଭିନିଲ କ୍ରିଷ୍ଣା ସ୍ଵାଗତ ଭାଷଣ ଦେବା ପରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା କ୍ରୀଡ଼ା ବିକାଶରେ ଓଡ଼ିଶାର ଉଲ୍ଲେଖନୀୟ ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ୍, ଓଡ଼ିଶା ହକି ବିକାଶ ପରିଷଦର ଅଧ୍ୟକ୍ଷ ଦିଲୀପ ତିର୍କି, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଉନ୍ନୟନ କମିସନର୍ ଅନୁ ଗର୍ଗ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । Advertisement
ଉଦଯାପିତ ହେଲା ଫୁଟସଲ – ୨୦୨୩ , ଜୋସ ଟିମ ଚମ୍ପିୟାନ ଅନୁଗୁଳ – ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ଜିନ୍ଦଲ ଅଫିସର୍ସ କ୍ଲବ (ଜେଓସି) ଦ୍ଵାରା ଆୟୋଜିତ ହୋଇଥିବା ଆନ୍ତଃ ବିଭାଗୀୟ ବାର୍ଷିକ ଫୁଟବଲ ଟୁର୍ନାମେଣ୍ଟ ଫୁଟସଲ…
ଦଶନ୍ଧି ପରେ କ୍ରୀଡା ସଂସଦର ନୂତନ କର୍ମକର୍ତ୍ତା ନିର୍ବାଚିତ ଅନୁଗୋଳ – ଅନୁଗୋଳ ଜିଲ୍ଲା କ୍ରୀଡା ସଂସଦ ଦୀର୍ଘ ବର୍ଷର ହେଲା ଏକ ପ୍ରକାର ସ୍ଥାଣୁ ଅବସ୍ଥାରେ ଥିଲା । ଗଣମାଧ୍ୟମରେ ବାରମ୍ବାର ଏ ନେଇ ଖବର…
ସି ଏମ ଟ୍ରଫିର କ୍ବାଟର ଫାଇନାଲରେ ଅନୁଗୁଳ ଅନୁଗୁଳ – ଓଡ଼ିଶାର ୪ ଟି ବିଭିନ୍ନ ଜୋନରେ ଚାଲୁଥିବା ମୁଖ୍ୟମନ୍ତ୍ରୀ ଟ୍ରଫି ୨୦୨୫ର କ୍ବାଟର ଫାଇନାଲରେ ଅନୁଗୁଳ ଏଫ ସି ପ୍ରବେଶ କରିଛି । କେନ୍ଦୁଝର…