ମୁଖ୍ୟ ଖବର ତାଳଚେରର ପୁଅ – ୟୁପିଏସସି ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ଦ୍ଵିତୀୟ Angul OnlineApril 16, 2024April 16, 2024 ଅନୁଗୁଳ – ୟୁପିଏସସି ପରୀକ୍ଷାରେ ଝଟକିଛନ୍ତି ଅନୁଗୁଳ ଜିଲ୍ଲା ତାଳଚେରର ପୁଅ ଅନିମେଶ ପ୍ରଧାନ । ୧ ହଜାର ୧୬ ପରୀକ୍ଷାର୍ଥୀଙ୍କ ମଧ୍ଯରୁ ଦ୍ବିତୀୟ ସ୍ଥାନରେ ବାଜି ମାରିଛନ୍ତି ଅନିମେଶ ପ୍ରଧାନ । ଆଜି ପ୍ରକାଶ ପାଇଥିବା ସର୍ବ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ଦ୍ଵିତୀୟ ସ୍ଥାନ କରିଛନ୍ତି ତାଳଚେର ଭାଲୁଗାଡ଼ିଆ ଗ୍ରାମର ଅନିମେଶ ପ୍ରଧାନ । ତାଳଚେର ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଥିବାରୁ ତାଙ୍କ ପରିବାର ସମେତ ଅଞ୍ଚଳବାସୀ ବେଶ ଖୁସି ଥିବା ଦେଖିବାକୁ ମିଳିଛି । ଅନିମେଶଙ୍କ ପିତା ସ୍ବର୍ଗତ ପ୍ରଭାକର ପ୍ରଧାନ ହିଙ୍ଗୁଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଥିଲେ। ତାଙ୍କ ଅଜା ହଟ୍ଟକିଶୋର ପାତ୍ର ଅନୁଗୋଳ ଓ ଢେଙ୍କାନାଳର ତତ୍କାଳୀନ ଅତିରିକ୍ତ ଜିଲାପାଳ ଓ ଭଉଣୀ ଅନ୍ବେଷା ଏବେ ଛେଣ୍ଡିପଦା ଉଦ୍ୟାନ କୃଷି ବିଭାଗର ଅଧିକାରୀ ଭାବେ କାର୍ଯ୍ୟରତ। କଳିଙ୍ଗ ଡିଏଭିରେ ଏଲ୍କେଜିରୁ ପାଠ ଆରମ୍ଭ କରିଥିବା ଅନିମେଶ ଦଶମ ଓ ଦ୍ବାଦଶ ଶ୍ରେଣୀରେ ଡିଏଭି ବିଦ୍ୟାଳୟସ୍ତରରେ ସର୍ବଭାରତୀୟ ଟପର୍ ଥିଲେ। ଏନ୍ଆଇଟି ରାଉରକେଲାରୁ ୨୦୨୧ରେ କମ୍ପ୍ୟୁଟର ସାଇନ୍ସରେ ଉତ୍ତୀର୍ଣ୍ଣ ହୋଇ ଇଣ୍ଡିଆନ୍ ଅଏଲ୍ କର୍ପୋରେସନରେ ଦିଲୀରେ ଚାକିରି କରୁଥିଲେ। ପିତାଙ୍କୁ ୨୦୧୫ ଓ ମାତାଙ୍କୁ ଗତ ମାର୍ଚ୍ଚ ୧ ତାରିଖରେ ସେ ହରାଇଥିଲେ ହେଁ ଆଜି ସର୍ବଭାରତୀୟସ୍ତରରେ ସଫଳତା ହାସଲ କରିଛନ୍ତି । ପିଲାଟି ବେଳରୁ ଅନିମେଶ ପଢାରେ ବେଶ କୃତକାର୍ଯ୍ୟ ହେଉଥିବା ବେଳେ ମେଟ୍ରିକ ଓ ଯୁକ୍ତ ଦୁଇ ତାଳଚେରର ଡିଏଭି ସ୍କୁଲରେ ପଢି ସଫଳତା ହାସଲ କରିଥିବା ବେଳେ କେନ୍ଦ୍ରସରକାରଙ୍କ ପକ୍ଷରୁ ତାଙ୍କୁ ପୁରସ୍କୃତ କରାଯାଇଥିଲା । ପରେ ସେ ଏନଆଇଟି ରାଉରକେଲାରେ ଅଧ୍ୟୟନ ସାରି ଇଣ୍ଡିଆନ ଓଏଲ କର୍ପୋରେସନରେ ଚାକିରୀ କରିବା ସହ ଦିଲ୍ଲୀ ରେ ରହି ପ୍ରଶାସନିକ ସେବା ଅଧିକାରୀ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ । ଅନିମେଶଙ୍କ ବାପାଙ୍କର ୨୦୧୫ ମସିହାରେ ଦେହାନ୍ତ ହୋଇଥିବା ବେଳେ ମାଆଙ୍କର ୨୦୨୪ ମସିହାରେ ଦେହାନ୍ତ ହୋଇଥିଲା । ମା କ୍ୟାନସର ରୋଗରେ ପୀଡିତ ଥିବା ବେଳେ ଅନିମେଶଙ୍କ ଖୁସି ପାଇଁ ମୃତ୍ୟୁ ଯାଏ ଲାଗି ପଡିଥିଲେ । ଆଜି ଏହି ସଫଳତାର ଶ୍ରେୟ ସେ ତାଙ୍କ ବାପା-ମାଙ୍କୁ ମୁଖ୍ଯତଃ ଦେଇଥିବା ବେଳେ ଶିକ୍ଷା ପାଇଥିବା ସମସ୍ତ ସ୍କୁଲ , ବନ୍ଧୁ , ଗୁରୁ ମାନଙ୍କୁ ମଧ୍ୟ ଦେଇଛନ୍ତି । ଆଜିର ଏହି ସଫଳତାକୁ ପାଇବା ପାଇଁ ସେ ଅନେକ ଚେଷ୍ଟା କରିଥିଲେ ବୋଲି ଆମକୁ ପ୍ରତିକ୍ରିୟାରେ କହିଛନ୍ତି । ଯେତେବୀ ପ୍ରତିକୂଳ ପରିସ୍ଥିତି ଥାଉ ନା କାହିଁକି , ବାପା-ମାଙ୍କ ଆଶ୍ରିବାଦକୁ ଶ୍ରେୟ ମନେକରି ପରିଶ୍ରମ କରି ଚାଲିଲେ ସଫଳତା ନିଶ୍ଚୟ ମିଳିବ ବୋଲି ମଧ୍ୟ କହିଛନ୍ତି । Advertisement
ପୁରୁଖା ହଟିଲେ – ପ୍ରତାପ ହେଲେ କ୍ରିକେଟ୍ ଆସୋସିଏସନର ସଭାପତି , ସାଗର ସମ୍ପାଦକ ଅନୁଗୁଳ – ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ ନିର୍ଦ୍ୱନ୍ଦରେ ଅନୁଗୋଳ ଜିଲ୍ଲା କ୍ରିକେଟ୍ ଆସୋସିଏସନର ସଭାପତି ନିର୍ବାଚିତ ହୋଇଛନ୍ତି…
ଅନୁଗୋଳ ଜିଲ୍ଲା ପୁଲିସକୁ ବଡ଼ ସଫଳତା – ଜମନତାରାରୁ ଧରିଲା ସାଇବର ଠକ ଅନୁଗୋଳ – ଅନୁଗୋଳ ଜିଲ୍ଲା ପୁଲିସକୁ ଏକ ବଡ଼ ସଫଳତା ମିଳିଛି । ସାଇବର ଠକେଇରେ ସମ୍ପୃକ୍ତ ଜଣେ ସାଇବର ଠକକୁ ଜମନତାରାରୁ ଗିରଫ କରିବା ସହ…
ଦୁଇ ପୂଜା କମିଟି ବିବାଦ ତେଜିଲା – ପୂଜା ପରେ ହେବ ସମାଧାନ ଅନୁଗୁଳ – ଅନୁଗୁଳ ସହରର ବଜାର ଛକ ପୂଜା କମିଟି ଏବଂ ଗାନ୍ଧୀ ଛକ ପୂଜା କମିଟି ମଧ୍ୟରେ ପୂଜାକୁ ନେଇ ଲାଗିଥିବା ବିବାଦ ତେଜୁଛି ।…