ମୁଖ୍ୟ ଖବର (ଭିଡିଓ)ୟୁକ୍ରେନରେ ଫସି ରହିଛନ୍ତି ଅନୁଗୁଳର ଛାତ୍ର – ଭିଡିଓ କଲରେ ଆମକୁ ଦେଲେ ସ୍ଥିତି ସମ୍ପର୍କରେ ସୂଚନା Angul OnlineFebruary 24, 2022February 24, 2022 ଅନୁଗୁଳ – ଋଷିଆ ୟୁକ୍ରେନ ମଧ୍ୟରେ ଜାରି ରହିଛି ଯୁଦ୍ଧ । ଧିରେ ଧିରେ ପରିସ୍ଥିତି ସାଙ୍ଘାତିକ ରୂପ ନେଉଛି । ୟୁକ୍ରେନରେ ଫସିଛନ୍ତି ଓଡ଼ିଆ ଯୁବକ ଯୁବତୀ । ଏଭଳି ପରିସ୍ଥିତିରେ ତାଳଚେର ବଲଣ୍ଡା ଅଞ୍ଚଳର ଯୁବକ ଶ୍ରିତାଅଂଶୁ ଦାସ ସେଠାରେ ରହି ଯାଇଥିବାରୁ ପରିବାରରେ ଭାଲେଣି ପଡିଛି । ଶ୍ରୀତାଂଶୁଙ୍କ ପରିବାର ଏବେ ଭୟର ବାତାବରଣ ଭିତରେ ଅଛନ୍ତି । କିଭଳି ତାଙ୍କ ପୁଅ ସୁରକ୍ଷିତ ଫେରି ଆସିବ ଏ ନେଇ ସେ ଚିନ୍ତିତ ଅଛନ୍ତି । ଆଉ ଯଥାସାଧ୍ୟ ଚେଷ୍ଟା କରି ଫେରାଇ ଆଣିବାକୁ ସରକାରଙ୍କୁ ନିବେଦନ କରିଛନ୍ତି । ଶ୍ରୀତାଂଶୁ ୟୁକ୍ରେନର ଭିନିପ୍ସାରେ ରହି ଚତୁର୍ଥ ବର୍ଷ ଡାକ୍ତରୀ ପାଠ ପଢୁଥିଲେ । ଡାକ୍ତରୀ ପଢିବାକୁ ୟୁକ୍ରେନରେ ଯାଇଥିବାବେଳେ ଫେରିବା ନେଇ ଅନିଶ୍ଚିତତା ଦେଖାଦେଇଛି । ସେହିଭଳି ଅନୁଗୁଳ ବଳରାମ ପ୍ରସାଦର ଆଲୋକ ସାମଲ ୟୁକ୍ରେନ ରେ MBBS ପାଠ୍ୟକ୍ରମ କରୁଥିଲେ । ସେଠି ସେ ଫସି ରହିଛନ୍ତି ବୋଲି ଘର ଲୋକ ଭୟଭୀତ ଅବସ୍ଥା ରେ ଅଛନ୍ତି।ଅଲୋକଙ୍କ ପରିବାର ଲୋକେ ଭାରତ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି କେମିତି ସୁରକ୍ଷିତ ଅବସ୍ଥାରେ ଘରକୁ ଫେରିବେ ସେ ନେଇ ପରିବାର ଲୋକ ନିବେଦନ କରିଛନ୍ତି । ସେପଟେ ୟୁକ୍ରେନରେ ଥିବା ଆଲୋକଙ୍କ ସହ କଥା ହୋଇଛନ୍ତି ଆମ ପ୍ରତିନିଧି । ଶୁଣନ୍ତୁ କଣ କହୁଛନ୍ତି ଆଲୋକ ….. https://angulonline.com/odia/wp-content/uploads/2022/02/alok.mp4 Advertisement
ଭାଲୁ ଆକ୍ରମଣରେ ଚାଷୀ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ସମଲ ବ୍ୟାରେଜ ଥାନା ଇଲାକା ବୁଲାଝର ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି । ମୃତ ଚାଷୀ ହେଲେ…
ସରକାରୀକା ମାଲ , ଦରିଆ ମେ ଡାଲ !! ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ମିଳିଲା ପେଟି ପେଟି ଏକ୍କ୍ସପାରି ଔଷଧ ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ପୁରୁଣା କ୍ୱାର୍ଟର ଭଙ୍ଗା ବେଳେ ଏକ କ୍ଵାଟରରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ସରକାରୀ ଏକ୍ସପାରି ଔଷଧ…
ଜାତୀୟ ରାଜପଥ ୧୪୯ ନମ୍ବରରେ ଗାଡି ଚଳାଚଳ ନେଇ ଲାଗୁ ହେଲା କଟକଣା ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୧୪୯ ନମ୍ବରରେ ଗାଡି ଚଳାଚଳ ନେଇ କଟକଣା ଲଗା ଯାଇଛି । ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର…