ଅପରାଧ ସମ୍ପତ୍ତି ପାଇଁ ଭାଇକୁ ମରଣାନ୍ତକ ଆକ୍ରମଣ Angul OnlineAugust 4, 2022August 4, 2022 ଅନୁଗୁଳ – ସମ୍ପତ୍ତି ବିବାଦକୁ ନେଇ ମରଣାନ୍ତକ ଆକ୍ରମଣ । ଜଣେ ଭାଇର ଆକ୍ରମଣରେ ଆଉ ଜଣେ ଭାଇ ଗୁରୁତର ଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତର ଖାନା ପଠା ଯାଇଛି । ସୂଚନା ଅନୁସାରେ ଅନୁଗୁଳ ସହର ବଜାର ଛକର ବିଶାଳ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତିଙ୍କ ତାଙ୍କ ଭାଇ ମାନଙ୍କ ସହ ପୈତୃକ ସମ୍ପତ୍ତିକୁ ନେଇ ପୂର୍ବରୁ ବିବାଦ ରହି ଥିଲା । ଯାହାକୁ କେନ୍ଦ୍ର କରି ଶ୍ୟାମ ସୁନ୍ଦର ଅଗ୍ରୱାଲ ଓ ଗୋବିନ୍ଦ ଅଗ୍ରୱାଲ ତାଙ୍କୁ ଆକ୍ରମଣ କରିଥିବା ନେଇ ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି । ସେ ଦୋକାନ କୁ ଆସୁଥିବା ବେଳେ ସେମାନେ କୌଣସି ଧାରୁଆ ଅସ୍ତ୍ରରେ ତାଙ୍କ ମୁଣ୍ଡକୁ ହାଣି ଦେଇଛନ୍ତି । ତାଙ୍କୁ ପ୍ରଥମେ ଅନୁଗୁଳ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ପଠାଯାଇଛି । ଏନେଇ ଅନୁଗୁଳ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । Advertisement
ଜଙ୍ଗଲରେ ଫୁଟାଇଲେ ଗୁଳି – ୫ ଶିକାରୀ ଅଟକ ୧ଚମ୍ପଟ ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟର କୋର ଜଙ୍ଗଲ ରାଇଗୁଡାରେ କିଛି ଶିକାରୀ ଶିକାର ପାଇଁ ଗୁଳି ଫୁଟାଇ ଥିବା ବେଳେ ଗୁଳି ଶବ୍ଦକୁ ଆଧାର…
କଲେଜ ଛାତ୍ରୀଙ୍କୁ ହତ୍ୟା ଘଟଣା – ୨ ଅଟକ ଅନୁଗୁଳ – ଅନୁଗୁଳ ଜିଲ୍ଲା ଗିରିଧିବାସିଆ ନାଳ ନିକଟରେ ଗତକାଲି ହୋଇଥିବା ଲୋମଟାଙ୍କୁରା ହତ୍ୟା ଘଟଣାରେ ପୁଲିସ ଦୁଇଜଣଙ୍କୁ ଅଟକ ରଖିଛି । କଲେଜ ଛାତ୍ରୀଙ୍କୁ ଏକୁଟିଆ…
ବ୍ରାଉନସୁଗାର କାରବାର – କୋଶଳାରୁ ଟ୍ଵିନ ସିଟି କଟକ – କଟକ ଜିଲ୍ଲା ବାଙ୍କି ପୁଲିସ ଷ୍ଟେସନ ଅଧିନରେ ଥିବା ଅଂଶୁପା ହ୍ରଦ ନିକଟରୁ ଆଜି ଏସ ଟି ଏଫ କୁ ବଡ ଧରଣର ସଫଳତା…