ଅପରାଧ ଡାଲି ବ୍ଯବସାୟକୁ ନେଇ ଖଣ୍ଡାରେ ଆକ୍ରମଣ – ବ୍ଯବସାୟୀ ଗୁରୁତର Angul OnlineFebruary 12, 2024February 12, 2024 ଅନୁଗୁଳ – ଅନୁଗୁଳ ସହର ଉପକଣ୍ଠ ବଣିଆବାହାଳରେ ଦୁର୍ବୃତ୍ତର ଖଣ୍ଡା ଆକ୍ରମଣରେ ଜଣେ ବ୍ୟବସାୟୀ ଗୁରୁତର ହୋଇଛନ୍ତି । ଗୁରୁତର ବ୍ୟବସାୟୀ ଜଣଙ୍କ ହୁଲୁରିସିଂହା ଗ୍ରାମରେ ଭଡ଼ାରେ ରହିଥିବା ନରସିଂହପୁର ଅଞ୍ଚଳର ଗଦାଧର ମଲ୍ଲିକ ବୋଲି ଜଣା ପଡିଛି । ସେ ହୁଲୁରିସିଂହା ଗ୍ରାମରେ ରହି ବୁଲି ବୁଲି ତେଜରାତି ବେପାର କରୁଥିଲେ । ଆଜି ସେ ବଣିଆବାହାଳରେ ବ୍ୟବସାୟ କରୁଥିବା ବେଳେ ମଧ୍ୟାହ୍ନରେ ଜଣେ ଯୁବକ ହଠାତ ତାଙ୍କୁ ଏକ ଖଣ୍ଡାରେ ଆକ୍ରମଣ କରିଥିଲେ। ଆକ୍ରମଣ କରିଥିବା ଯୁବକ ଜଣଙ୍କ ମଧ୍ଯ ଏକ ଦୋକାନ କରିଥିବା ଜଣା ପଡିଛି । ଗଦାଧର କମ ଦରରେ ବେପାର କରୁଥିବାରୁ ତାଙ୍କର ଘାଟା ହେଉଥିବା କହି ଯୁବକ ଜଣଙ୍କ ଆକ୍ରମଣ କରିଥିବା ଜଣା ପଡିଛି । ଗଦାଧର ଗୁରୁତର ଅବସ୍ଥାରେ ପଡି ଯାଇଥିବା ବେଳେ ଆକ୍ରମଣକାରୀ ଯୁବକ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା । ସ୍ଥାନୀୟ ଲୋକ ଗଦାଧରଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଲେ । ଅବସ୍ଥା ସଂକଟାପନ୍ନ ହେବାରୁ ଗଦାଧରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଖବର ପାଇଁ ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି। Advertisement
ବାହାଘର ଉତ୍ସବରେ ଗୁଳି ଫୁଟାଇ ୨ ଗିରଫ – ପିସ୍ତଲ , ଗୁଳି ଜବତ ବଅଁରପାଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ସନ୍ତ୍ରୀଛକ ପାଖ ୫୫ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଗତକାଲି ବିଳମ୍ବିତ ରାତିରେ ଦୁଇ ଅଚିହ୍ନା ଯୁବକ ଏକ…
ଲକ୍ଷାଧିକ ଟଙ୍କା ହଡପ କରି ବନ୍ଧା ହେଲେ ବ୍ୟାଙ୍କ ମ୍ୟାନେଜର ଅନୁଗୁଳ – ନିଜ ନାମରେ ଜାଲିଆତି କରି ବ୍ୟାଙ୍କରୁ ଟଙ୍କା ହଡପ ଅଭିଯୋଗରେ ପୂର୍ବତନ ବ୍ୟାଙ୍କ ମ୍ୟାନେଜର ଗିରଫ । ଗିରଫ ମ୍ୟାନେଜର ନବ କିଶୋର ଧାରୁଆଙ୍କୁ…
ଅନୁଗୁଳରେ ଅଭାବନୀୟ ଘଟଣା – କୂଅରେ ପକାଇ ୩ ମାସର ଯାଆଁଳା ଶିଶୁଙ୍କୁ ହତ୍ୟା ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବସଲା ପଞ୍ଚାୟତ ମୁଣ୍ଡାଢିପ ଗାଁରେ ବୁଧବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା ଘଟି ଯାଇଛି । କୌଣସି କାରଣରୁ…