ଅପରାଧ ପତ୍ନୀକୁ ହତ୍ୟା ଉଦ୍ୟମ – ସ୍ଵାମୀକୁ ସାଢେ ୩ବର୍ଷ କାରାଦଣ୍ଡାଦେଶ Angul OnlineFebruary 13, 2021February 13, 2021 ତାଳଚେର – ପତ୍ନୀକୁ ନିର୍ଯାତନା ଦେବା ସହ ହତ୍ୟା ଉଦ୍ୟମ ଅଭିଯୋଗରେ ସ୍ଵାମୀ ଭୀଷ୍ମ ପ୍ରଧାନଙ୍କୁ ସାଢ଼େ ୩ ବର୍ଷର ଜେଲଦଣ୍ଡାଦେଶ ପ୍ରଦାନ କରିଛନ୍ତି ଅତିରିକ୍ତ ଜିଲ୍ଲାଜଜ୍ । ଆଇପିସି ଧାରା ୩୦୭, ୪୯୮(କ) ଓ ୩୨୪ରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୩ ବର୍ଷ ୬ ମାସ କାରାଦଣ୍ଡ ସାଙ୍ଗକୁ ୫୦୦ ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୨ ମାସ କାରାଦଣ୍ଡ ଭୋଗିବାକୁ ତାଳଚେର ଅତିରିକ୍ତ ଜିଲ୍ଲାଜଜ୍ ଅମୃତ ରଞ୍ଜନ ନନ୍ଦ ଆଦେଶ ଦେଇଛନ୍ତି । ସୂଚନା ଅନୁସାରେ ଏନଟିପିସି ଥାନା ସାରଥିପାଳ ଗ୍ରାମର ଭୀଷ୍ମ ତାଙ୍କ ପତ୍ନୀଙ୍କୁ ୨୦୧୭ ମସିହା ଡିସେମ୍ବର ୨୬ ତାରିଖରେ ଟାଙ୍ଗିଆରେ ଆକ୍ରମଣ କରି ଜୀବନରେ ମାରିଦେବାକୁ ଉଦ୍ୟମ କରିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ପୁଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ କରିବା ପରେ ସ୍ଵାମୀ ଭୀଷ୍ମଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସମସ୍ତ ସାକ୍ଷୀ ଓ ପ୍ରମାଣକୁ ଆଧାର କରି ଆଜି ତାଳଚେରର ମାନ୍ୟବର ଅତିରିକ୍ତ ଜିଲ୍ଲାଜଜ୍ ତାଙ୍କୁ ଦଣ୍ଡାଦେଶ ଶୁଣାଇଛନ୍ତି । ସରକାରଙ୍କ ତରଫରୁ ଓକିଲ ନିର୍ମଳ କୁମାର ତ୍ରିପାଠୀ, ଜ୍ୟୋତି ପ୍ରକାଶ ମହାପାତ୍ର ଓ ନରେଶ ଚନ୍ଦ୍ର ନାୟକ ଏହି ମାମଲା ପରିଚାଳନା କରୁଥିଲେ । Advertisement
୧୨ ଲକ୍ଷ ୫୦ ହଜାର ଟଙ୍କାର ବ୍ରାଉନସୁଗାର ଜବତ ଅନୁଗୋଳ – ଅନୁଗୋଳ ଜିଲ୍ଲା ଅବକାରୀ ବିଭାଗକୁ ଏକ ବଡ ସଫଳତା ମିଳିଛି । ଅନେକ ଦିନ ହେଲା ଅବକାରୀ ବିଭାଗର ଟାର୍ଗେଟରେ ଥିବା ଜଣେ ବ୍ରାଉନସୁଗାର…
ବନ୍ଧୁକ ଓ ଖଣ୍ଡା ଦେଖାଇ ୧୫ ଲକ୍ଷ ଟଙ୍କା ଲୁଟ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ସଦରମହକୁମା ସ୍ଥିତ ଶିବମନ୍ଦିର ଛକ ନିକଟରୁ ଆଜି ଅପରାହ୍ନରେ ଖଣ୍ଡା ଏବଂ ବନ୍ଧୁକ ମୁନରେ ଜଣେ ବେପାରୀଙ୍କ ଠାରୁ ୧୫ …
ନାବାଳିକା ଦୁଷ୍କର୍ମକାରୀକୁ କାରାଦଣ୍ଡାଦେଶ ଅନୁଗୁଳ – ଅନୁଗୁଳ ଜିଲ୍ଲା ପାଲଲହଡ଼ା ଅଞ୍ଚଳରେ ଗତ ୧୨/୦୪/୨୦୧୮ମସିହାରେ ଜନୈକା ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ମାନ୍ୟବର ଆଡିସିନାଲ ଜିଲା ଏବଂ ସେସନ ଜଜ କମ ସ୍ପେସିଆଲ…