ମୁଖ୍ୟ ଖବର ଉପ-ବାଚସ୍ପତିଙ୍କ ପୁଅ ଅରୁଣାଭଙ୍କୁ ଆକ୍ରମଣ ଉଦ୍ୟମ – ଦୁଇ ଅଟକ Angul OnlineJune 5, 2021June 5, 2021 ଅନୁଗୁଳ – ଉପ-ବାଚସ୍ପତିଙ୍କ ପୁଅଙ୍କୁ ଆଜି ରାତି ପ୍ରାୟ ୧୦ ଟା ବେଳେ କିଛି ଦୁର୍ବୃତ୍ତ ଆକ୍ରମଣ ଉଦ୍ୟମ କରିଥିବା ଜଣା ପଡିଛି । ଆକ୍ରମଣ ଉଦ୍ୟମକାରୀ ଦୁଇ ଜଣଙ୍କୁ କାବୁ କରି ପୁଲିସର ଜିମା ଦେଲେ ଲୋକେ । ସୂଚନା ଅନୁସାରେ ବିଧାନସଭା ଉପ-ବାଚସ୍ପତି ତଥା ଅନୁଗୁଳ ବିଧାନସଭା ମଣ୍ଡଳୀ ବିଧାୟକ ରଜନୀକାନ୍ତ ସିଂହଙ୍କ ପୁଅ ଅରୁଣାଭ ସିଂହ ତାଙ୍କ ଗାଁ ଗୋତମରା ଘର ଆଗରେ ବୁଲୁଥିବା ବେଳେ କିଛି ଦୁର୍ବୃତ୍ତ ଆକ୍ରମଣ ଉଦ୍ୟମ କରିଥିଲେ । ଆକ୍ରମଣକାରୀଙ୍କ ଆକ୍ରମଣରୁ ସୌଭାଗ୍ୟ ବଶତଃ ଅରୁଣାଭ ବର୍ତ୍ତୀ ଯାଇଛନ୍ତି । ତେବେ ୫ ଜଣ ଦୁର୍ବୃତ୍ତ ସେଠାରେ ଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ଘଟଣା ସ୍ଥଳରୁ ଚାଲି ଯାଇଥିଲେ । ଅନ୍ୟ ଦୁଇ ଜଣଙ୍କୁ ଲୋକ କାବୁ କରି ନେଇଥିଲେ । ସେମାନଙ୍କ ନିକଟରୁ ୨ ଟି ମଧ୍ୟ ଛୁରି ଜବତ ହୋଇଛି । ଅରୁଣାଭ ଏ ନେଇ ବଅଁରପାଳ ପୁଲିସକୁ ସୂଚନା ଦେବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ୨ ଦୁର୍ବୃତ୍ତଙ୍କୁ ଅଟକ ରଖି ତଦନ୍ତ କରୁଛି । ତେବେ ଏହି ଆକ୍ରମଣ ଉଦ୍ୟମ ପଛରେ କଣ ଅଛି ତାହା ଜଣା ପଡି ନାହିଁ । Advertisement
ବ୍ରାଉନସୁଗାର ଜବତ – ୬ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ ଗୁରୁବାର ୪୯ ନମ୍ବର ଜାତୀୟ ରାଜପଥରୁ ୧୩ ଗ୍ରାମ ବ୍ରାଉନ୍ ସୁଗାର ଜବତ କରିଛି । ଆଉ ଏହି…
ଟିକାକୁ ନେଇ ରାଜନୀତି , ଟିକାକରଣ କେନ୍ଦ୍ରରେ ପୋଷ୍ଟର ଚିରିଲେ ବିଜେପି କର୍ମୀ – ଥାନାରେ ଅଭିଯୋଗ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କ୍ୟାମ୍ପେନ ମୋଡ଼ରେ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । କେନ୍ଦ୍ର ସରକାରଙ୍କ ନୂଆ ଟିକା ନୀତି ଅନୁଯାୟୀ ହେଉଛି ଟିକାକରଣ ।…
ଅଗ୍ନିକାଣ୍ଡରେ ୫ ବଖରା ଘର ଭସ୍ମୀଭୂତ – ୨ ଆହତ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବରସାହି ଗାଁରେ ବିଦ୍ୟୁତ ସର୍ଟ ସର୍କିଟ ହେବା ଫଳରେ ଅଗ୍ନିକାଣ୍ଡ ଘଟି ତିନି ବଖରାଘର ପୋଡି ପାଉଁଶ ହୋଇଯାଇଛି…