ରାଜନୀତି ଏୟୁସିସି ବ୍ୟାଙ୍କ ନିର୍ଦେଶକ ନିର୍ବାଚନ – ବିଜେଡି ସମର୍ଥିତଙ୍କ ବାଜିମାତ Angul OnlineOctober 31, 2022October 31, 2022 ଅନୁଗୁଳ – ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ୍ର ନିର୍ଦ୍ଦେଶକ ନିର୍ବାଚନରେ ବିଜେଡି ବାଜିମାତ୍ କରିଛି । ମୋଟ ୧୫ଟି ଯାକ ନିର୍ଦ୍ଦେଶକ ପଦବିରେ ବିଜେଡି ସମର୍ଥିତ ପ୍ରାର୍ଥୀ ବିପୁଳ ବିଜୟୀ ହୋଇଛନ୍ତି । ମୋଟ୍ ୧୫ଟି ଜୋନ୍ରୁ ୫ଟି ଜୋନ୍ରେ ଜଣେ ଲେଖାଏଁ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ରହିଥିଲେ । ସଭିଏଁ ବିଜେଡି ସମର୍ଥିତ ପ୍ରାର୍ଥୀ ହୋଇଥିବା ବେଳେ ବାକି ୧୦ଟି ଜୋନ୍ରେ ପ୍ରତିଦ୍ବନ୍ଦିତା ହୋଇଥିଲା । ୭ଟି ଜୋନ୍ରେ ଦ୍ବିମୁଖୀ , ୨ଟିରେ ତ୍ରିମୁଖୀ ଓ ଗୋଟିଏ ଜୋନ୍ରେ ୪ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିଥିଲେ । ଏହି ନିର୍ବାଚନ ଦଳୀୟ ଆଧାରରେ ହେଉନଥିଲେ ହେଁ ବିଜେଡି ଓ ବିଜେପି ମୁଖ୍ୟତଃ ବ୍ୟାଙ୍କ୍ ସଭାପତି ପଦବି ଉପରେ ନଜର ରଖିଥିଲେ । ଏହି ୧୫ ନିର୍ବାଚିତ ନିର୍ଦ୍ଦେଶକ ସଭାପତି ଚୟନ କରିବେ । ତେଣୁ କଳେବଳେ କୌଶଳେ ସଭାପତି ପଦ ହାତେଇବାକୁ ଦୁଇ ପ୍ରମୁଖ ପ୍ରତିଦ୍ବନ୍ଦୀ ଦଳ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଥିଲେ । ଅନୁଷ୍ଠିତ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିବାକୁ ପ୍ରଶାସନିକ ଓ ପୁଲିସ୍ ସ୍ତରରେ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ଏୟୁସିସି ବ୍ୟାଙ୍କ୍ ଉଭୟ ଅନଗୁଳ ଓ ଢେଙ୍କାନାଳ ଜିଲ୍ଲାରେ କାର୍ଯ୍ୟ କରୁଥିବାରୁ ଦୁଇ ଜିଲ୍ଲାରୁ ୧୫ଟି ଜୋନ୍ରୁ ୧୫ ଜଣ ନିର୍ଦ୍ଦେଶକ ପଦବି ରହିଛି । ସମସ୍ତ ପ୍ରାଥମିକ କୃଷି ସମବାୟ କେନ୍ଦ୍ର ଓ ଅନ୍ୟ ସମବାୟ ସଂସ୍ଥାର ନିର୍ଦ୍ଦେଶକ ଭୋଟ୍ ଅଧିକାର ପାଇଥିଲେ । ତେବେ ୧୫ଟି ଜୋନ୍ ମଧ୍ୟରୁ ଜୋନ୍ ୪ ( ଅନୁଗୁଳ – ୨ ) ଜୋନ୍ – ୭ ( ତାଳଚେର ) ଜୋନ୍ – ୧୨ ( ଭୁବନ ) ଜୋନ୍ – ୧୩ ( ଗଁଦିଆ ) କୋନ୍ – ୧୫ ( ହିନ୍ଦୋଳ ) ରେ ନିର୍ଦ୍ଦେଶକ ପଦବିରେ ଯଥାକ୍ରମେ ସଂଯୁକ୍ତା ସାହୁ , ସନ୍ତୋଷ ପ୍ରଧାନ , ଅଭିମନ୍ୟୁ ବେହେରା , ପ୍ରତାପ ଚନ୍ଦ୍ର ମହାଳିକ ଓ କବିତା ସାହୁ ଅପ୍ରତିଦ୍ଵନ୍ଦୀ ରହିଥିଲେ । ଅବଶିଷ୍ଟ ୧୦ଟି ଜୋନ୍ରେ ଆଜି ଭୋଟ୍ ହୋଇଥିଲା । ଏହି ୧୦ଟି ଜୋନ୍ରେ ମୋଟ୍ ୨୦୧୫ ଜଣ ଭୋଟର୍ ରହିଥିଲେ । ଅନୁଗୁଳ ପିଟିସି ହାଇସ୍କୁଲ ପରିସରରେ ମତଦାନ କେନ୍ଦ୍ର ହୋଇଥିବା ବେଳେ ଏଠାରେ ସମସ୍ତ ବୁଥ୍ କରାଯାଇଥିଲା । ସମସ୍ତ ବୁଥ୍ ସିସିଟିଭି ନଜରରେ ରହିଥିଲା । ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ , ପରେ ପରେ ଗଣତି ହୋଇ ଫଳାଫଳ ଘୋଷଣା କାରାଯାଇଥିଲା । ଜୋନ୍ -୧ ( ଆଠମଲ୍ଲିକ ) ପଦ୍ମାବତୀ ମହାକୁଡ଼ , ଜୋନ୍ – ୨ ( କିଶୋରନଗର ) ରୁ କବିତା ବେହେରା , ଜୋନ୍ – ୩ ( ଅନୁଗୁଳ – ୧ ) ସରୋଜ କୁମାର ନାୟକ , ଜୋନ୍ – ୫ ( ବଅଁରପାଳ ) ଜୟନ୍ତୀ ମାଝି , ଜୋନ୍ – ୬ ( ଛେଣ୍ଡିପଦା ) ନାରାୟଣ ସାହୁ , ଜୋନ୍ – ୮ ( କଣିହାଁ ) କରୁଣାକର ପ୍ରଧାନ , ଜୋନ୍ – ୯ ( ପାଳଲହଡ଼ା ) ବିଷ ପ୍ରସାଦ ଦାସ , ଜୋନ୍ – ୧୦ ( ପରଜଙ୍ଗ ) ଭୂପେଶ ଚନ୍ଦ୍ର ପ୍ରଧାନ , ଜୋନ୍ – ୧୧ ( କାମାକ୍ଷାନଗର ) ଲଳିତ ସାହୁ , ଜୋନ୍ – ୧୪ ( ଢେଙ୍କାନାଳ ) ନରୋତ୍ତମ ସାହୁ ବିଜୟୀ ହୋଇଥିବା ଘୋଷଣା କରାଯାଇଥିଲା । ସଂଗ୍ରାମ କେଶରୀ ରାଉତ ନିର୍ବାଚନ ଅଧିକାରୀ ଏବଂ ତ୍ରିଲୋଚନ ଦେହୁରୀ ସହକାରୀ ନିର୍ବାଚନ ଅଧୁକାରୀ ଭାବେ ନିର୍ବାଚନ ପରିଚାଳନା କରିଥିଲେ । Advertisement
ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବ୍ଲକ ଅଧ୍ୟକ୍ଷ ନିଲମ୍ବନ ଭୁବନେଶ୍ଵର – ବିଜୁ ଜନତା ଦଳରୁ ନିଲମ୍ବିତ ହେଲେ ଛେଣ୍ଡିପଦା ବ୍ଲକ ଅଧ୍ୟକ୍ଷ ତଥା ବରିଷ୍ଠ ନେତା ଅଶୋକ କୁମାର ପ୍ରଧାନ । ଦଳ ବିରୋଧୀ କାର୍ଯ୍ୟ…
ଭାଗିରଥି ଛାଡିଲେ ରମେଶ ସାଏ ଧରିଲେ ପଦ୍ମ ଅନୁଗୁଳ ଜିଲ୍ଲା ବିଜେପିର ଗୋଟିଏ ପଟେ ଦୁଇ ଦୁଇ ଜଣ ବରିଷ୍ଠ ନେତା ଦଳ ଛାଡିଥିବା ବେଳେ ଅନ୍ୟପଟେ ଆଠମଲ୍ଲିକ ବିଧାୟକ ବିଜେଡି ଛାଡି ବିଜେପିରେ ଯୋଗ…
ପୌରାଧକ୍ଷ ଭାବେ ଅକ୍ଷୟ ନେଲେ ଦାୟିତ୍ଵ ଗ୍ରହଣ ଅନୁଗୁଳ – ଅନୁଗୁଳ ପୌରପାଳିକାର ପୌରାଧକ୍ଷ ଭାବେ ଅକ୍ଷୟ କୁମାର ସାମନ୍ତ ବୁଧବାର ଦାୟିତ୍ଵ ଗ୍ରହଣ କରିଛନ୍ତି । ଶ୍ରୀ ସାମନ୍ତ ବିଜୟୀ ବିଜେଡି କାଉନସିଲର ଏବଂ…