ଖେଳ ଓ ଖେଳାଳି ବାଗଡିଆ କପ୍ ଉଦ୍ଯାପିତ – କମାଣ୍ଡୋ ଇଲେଭେନ ଦଳ ବିଜୟୀ Angul OnlineDecember 31, 2023December 31, 2023 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବାଗଡିଆ ଉଚ୍ଚ ବିଦ୍ୟାଳୟ ପରିସରରେ ରବିବାର ବାଗଡିଆ କ୍ରିକେଟ ଆସୋସିଏସନ ପକ୍ଷରୁ ବାଗଡିଆ କପ୍ କ୍ରିକେଟ ଉଦ୍ଯାପିତ ହୋଇଯାଇଛି । ଏହି କପରେ ରାଜ୍ୟର ୧୬ଟି ଦଳ ଭାଗ ନେଇଥିବାବେଳେ ଏହି ଖେଳ ଗତ ୨୨ତାରିଖରେ ଉଦ୍ଘାଟିତ ହୋଇଥିଲା । ଏହି ବାଗଡିଆ କପର ଫାଇନାଲ ଖେଳଟି ଭୂବନେଶ୍ୱର କମାଣ୍ଡୋ ଇଲେଭେନ ଦଳ ସହିତ ଅନୁଗୁଳର ଲୁଟୁୱାରିଅର୍ସ ମଧ୍ୟରେ ହୋଇଥିଲା । ଖେଳ ପ୍ରାରମ୍ଭରେ ଭୂବନେଶ୍ୱର ଇଲେଭେନ କମାଣ୍ଡୋ ଟସ ଜିତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ହରାଇ ୧୯୨ରନ ସଂଗ୍ରହ କରିଥିଲା । ତାର ଜବାବରେ ଅନୁଗୁଳର ଲୁଟୁୱାରିଅସ ନିର୍ଦ୍ଧାରିତ ୨୦ ଓଭରରେ ୯ଉଇକେଟ ହରାଇ ୧୭୧ରନ ସଂଗ୍ରହ କରି ଭୂବନେଶ୍ୱର କମାଣ୍ଡୋ ଇଲେଭେନ ଠାରୁ ୨୧ରନରେ ପରାଜିତ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ବିସିଏର ଲୋଗକୁ ଉନ୍ମୋଚନ କରିଥିଲେ । ଏହି ଅବସରରେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ , ବାଗଡିଆ ସବୁ କ୍ଷେତ୍ରରେ ପାରଙ୍ଗମ । ବାଗଡିଆର ନିଜସ୍ୱ ସଂସ୍କାର ଅଛି । ଏହି ମାଟିରେ ଜନ୍ମ ହୋଇ ଅନେକ ସୁଯୋଗ୍ୟ ସନ୍ତାନ ନିଜ ଦକ୍ଷତାର ପରାକାଷ୍ଠା ଦେଖାଇଛନ୍ତି । କ୍ରିକେଟ,ଫୁଟବଲ ଓ ଭଲିବଲ ପରି ଟୁର୍ଣ୍ଣାମେଣ୍ଟ ଆୟୋଜନ କରି ବାଗଡିଆ ଆଗରେ ରହିଛି ବୋଲି କେନ୍ଦ୍ର ମନ୍ତ୍ର ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ । ଫାଇନାଲ ମ୍ୟାଚଟି ଅମ୍ପାୟାର ବେଣୁଧର ସାହୁ ଓ ପ୍ରସନ୍ନ କୁମାର ସାହୁ ଖେଳ ପରିଚାଳନା କରିଥିଲେ । ନଗେନ କୁମାର ନାଥ ଓ ତାଙ୍କ ସାଥି ଧାରାବିବରଣୀ ପ୍ରଦାନ କରିଥବା ବେଳେ ଶଶାଙ୍କ ଶେଖର ସାହୁ ମଂଚ ପରିଚାଳନା କରିଥିଲେ । ବାଗଡିଆ କପ୍ ଆସୋସିଏସନର ସଭାପତି ତ୍ରିଲୋଚନ ବେହେରା,ସମ୍ପାଦକ ପ୍ରଶାନ୍ତ କୁମାର ପ୍ରଧାନ,ନାରାୟଣ ବେହେରା ,ଉମେଶ ପ୍ରଶାଦ ମାଝି , ଦେବାଶିଷ ପ୍ରଧାନ,ଲିଙ୍କନ ଦେହୁରୀ,ଅସିତ କୁମାର ମହାଳିକ,ଡମ୍ବରୁ ବେହେରାଙ୍କ ସମେତ ବିସିଏର ସମସ୍ତ ସଦସ୍ୟ ଉପସ୍ଥିତ ରହି ଖେଳରେ ସହେଯାଗ କରିଥିଲେ । Advertisement
୧୦ମ ହେମସୁରପଡା କପ ଉଦଘାଟିତ ଅନୁଗୁଳ- ଅନୁଗୁଳ ପ୍ରିନ୍ସ ଏଣ୍ଡ ପ୍ରିନ୍ସ କ୍ଲବ ଆନୁକୁଲ୍ୟରେ ୧୦ମ ହେମସୁରପଡା କପ ଉଦଘାଟିତ ହୋଇ ଯାଇଛି । ଟାଉନ ହାଇସ୍କୁଲ ପଡିଆଠାରେ ଖେଳା ଯାଉଥିବା ଏହି…
ନଭେମ୍ବର ୩ ତାରିଖରୁ ବାଜି ରାଉତ ଫୁଟବଲ କପ ଟୁର୍ଣ୍ଣାମେଣ୍ଟ ଅନୁଗୁଳ – ଆସନ୍ତା ନଭେମ୍ବର ୩ ତାରିଖରୁ ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ବାଜିରାଉତ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ…
ଜିଲା ପ୍ରଶାସନ ଓ ସାମ୍ବାଦିକ କ୍ରିକେଟ ମ୍ୟାଚ – ପ୍ରଶାସନ ଦଳ ବିଜୟୀ ଅନୁଗୁଳ – ଶନିବାର ଅନୁଗୁଳ ସାମ୍ବାଦିକ ଏକାଦଶ ଓ ଜିଲା ପ୍ରଶାସନ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ବନ୍ଧୁତ୍ୱ…