ମୁଖ୍ୟ ଖବର ଓଲଟିଲା ବାଜାପାର୍ଟି ଗାଡି – ୬ ଗୁରୁତର , ୧୨ ଆହତ Angul OnlineMarch 10, 2021March 10, 2021 ଛେଣ୍ଡିପଦା – ଅନୁଗୁଳ-ଛେଣ୍ଡିପଦା ୬୩ ନଂ ରାଜ୍ୟ ରାଜପଥର ଛେଣ୍ଡିପଦା ଗଉଡୁଣି ନାଳ ପାଖରେ ଭାରସାମ୍ୟ ହରାଇ ବିବାହ କାର୍ଯ୍ୟକ୍ରମକୁ ଯାଉଥିବା ଏକ ବାଜାପାର୍ଟି ପିକଅପ ଗାଡି ଓଲଟି ପଡିଥିଲା । ଦୁର୍ଘଟଣା ଫଳରେ ୧୨ ଜଣ ଆହତ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ବାରମଞ୍ଚା ଗ୍ରାମର ୨୦ ଜଣ ବାଜାବାଲାଙ୍କୁ ନେଇ ଏକ ପିକଅପ (ଓଡ଼ି-୦୫-ଏବି-୯୪୦୮) ନୂଆପଡା ଗ୍ରାମରୁ କଙ୍କରେଇ ଗ୍ରାମକୁ ବିବାହ କାର୍ଯ୍ୟକ୍ରମରେ ବାଜା ବଜେଇବାକୁ ଯାଉଥିଲେ । ତେବେ ଯିବା ବାଟରେ ଛେଣ୍ଡିପଦା ଗଉଡୁଣି ନାଳ ପୋଲ ପାଖରେ ପିକଅପ ଗାଡିଟି ଭାରସାମ୍ୟ ହରେଇ ଗାଡି ଓଲଟିପଡିଥିଲା । ଦୁର୍ଘଟଣା ପରେ ସେହି ରାସ୍ତା ଯାଉଥିବା ଲୋକ, ସ୍ଥାନୀୟ ଲୋକମାନଙ୍କ ସହାୟତାରେ ଦୁର୍ଘଟଣା ଗ୍ରସ୍ତ ଆହତ ଲୋକମାନଙ୍କୁ ଉଦ୍ଧାର କରି ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଆହତ ମାନେ ବାରମଞ୍ଚା ଓ ଆଉଁଳି ବୋଲି ଜଣା ପଡିଛି । ସେମାନଙ୍କ ମଧ୍ୟରୁ ଅବସ୍ଥା ଗୁରୁତର ଥିବାରୁ ବାଲ୍ମୀକି ମୁଖୀ, କାଳିଆ ମୁଖୀ, କନ୍ଦର୍ପ ମୁଖୀ, କୁନା ମୁଖୀ, ଦୁଃଶାସନ ମୁଖୀ, ସିଦ୍ଧାନ୍ତ ମୁଖୀଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ଛେଣ୍ଡିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସହଯୋଗ କରି ଘଟଣାର ତଦନ୍ତ କରୁଛି । Advertisement
କୋର୍ଟ ପରିସର କଣ୍ଟେନମେଣ୍ଟ ଜୋନ ଅନୁଗୁଳ – ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା କୋର୍ଟ ପରିସରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଜିଲ୍ଲାରେ କରୋନା ସଂକ୍ରମଣ ଦୃତ ଗତିରେ ବଢୁଥିବା…
ବେଆଇନ ଭାବେ ନିର୍ମାଣ ସପିଙ୍ଗ ମଲକୁ ସିଲ କଲା ପ୍ରଶାସନ ଅନୁଗୁଳ – ଅନୁଗୁଳ ଶଙ୍କର ସିନେମା ରୋଡରେ ବେଆଇନ ଭାବେ ନିର୍ମାଣ ହୋଇଥିବା ଏକ ସପିଙ୍ଗ ମଲକୁ ଆଜି ପ୍ରଶାସନ ପକ୍ଷରୁ ସିଲ କରା ଯାଇଛି ।…
ମଲ୍ଟି ଡିସିପ୍ଲିନ୍ ସ୍କ୍ବାର୍ଡର ଚଢାଉ – ସୁନା ଦୋକାନୀ ଓ ମଦ ଦୋକାନୀଙ୍କୁ ଜରିମାନା ଅନୁଗୁଳ – ଅନୁଗୁଳ ସହରର ବିଭିନ୍ନ ଦୋକାନରେ ମଲ୍ଟି ଡିସିପ୍ଲିନ୍ ସ୍କ୍ବାର୍ଡ ଚଢାଉ କରିଥିଲା । ଅନୁଗୁଳ ତହସିଲଦାର ବିମଳ କୁମାର ଲେଙ୍କାଙ୍କ ନେତୃତ୍ବରେ ଏହି ଚଢାଉ…