ଅନୁଗୁଳରେ ଖୋଲିଲା ବିଙ୍ଗମ୍ୟାନ ସୋରୁମ

ଅନୁଗୁଳ – ଅନୁଗୁଳ ସହରରେ ଖୋଲିଲା ବିଙ୍ଗ ମ୍ୟାନର ନୂତନ ଅତ୍ୟାଧୁନିକ ସୋରୁମ । ରେଡିମେଡି ମେନସ୍ ଗାର୍ମେଣ୍ଟର ଏହି ଅତ୍ୟାଧୁନିକ ସୋ ରୁମରେ ଯୁବପୀଢ଼ିଙ୍କ ଠାରୁ ଆରମ୍ଭ କରି ବୟସ୍କ ମାନଙ୍କ ପାଇଁ ଅତି ସୁନ୍ଦର ଡିଜାଇନର ପୋଷାକ ରହିଛି ।

ସବୁଠାରୁ ବଡ କଥା ହେଲା ଏହି ବିଙ୍ଗ ମ୍ୟାନ ବ୍ରାଣ୍ଡ ଅନୁଗୁଳ ତାଳଚେରର ଯୁବ ବ୍ୟବସାୟୀ ଆଶିଷ ଅଗ୍ରୱାଲଙ୍କ ନିଜସ୍ୱ ଚେଷ୍ଟାରେ ଆରମ୍ଭ ହୋଇଛି । ଏହା ତାଙ୍କର ନିଜସ୍ୱ ବ୍ରାଣ୍ଡ ହୋଇଥିବା ବେଳେ ବାଙ୍ଗାଲୋର ଠାରେ ଏହାର ମାନୁଫ୍ୟାକଚର ୟୁନିଟ ରହିଛି । ପୂର୍ବରୁ ଓଡ଼ିଶାର ଭୁବନେଶ୍ଵର ଓ ଢେଙ୍କାନାଳରେ ଏହାର ସୋ ରୁମ ଉଦଘାଟନ ହୋଇଥିବା ବେଳେ ଆଜି ଅନୁଗୁଳରେ ରାଜ୍ୟର ତୃତୀୟ ସୋ ରୁମର ଉଦଘାଟନ କରାଯାଇଛି । ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ସୋ ରୁମରେ ରହିଥିବା ପୋଷାକର ଦର ବହୁତ କମ ରହିଥିବା ଯୋଗୁଁ ସାଧାରଣ ବର୍ଗର ଲୋକ ମଧ୍ୟ ଆଦରି ପାରିବେ । ଅତି ଉନ୍ନତ ମାନର କପଡାରେ ତିଆରି ଏହି ପୋଷାକ ବହୁ ନୂତନ ଓ ସୁନ୍ଦର ଡିଜାଇନର ରହିଛି । ଏପରିକି ସମ୍ବଲପୁରି କପଡ଼ାରେ ମଧ୍ୟ ଏହାର ପୋଷାକ ରହିଥିବାରୁ ଏହାର ବେଶ ଚାହିଦା ରହିଛି । ବର୍ତ୍ତମାନ ପାଇଁ ବାୟ ୱାନ ଗେଟ ଟୁ ଅଫର ମଧ୍ୟ ଉପଲବ୍ଧ ରହିଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page