ରାଜନୀତି ବିଜେଡିରେ ମିଶିଲେ ଭାଗିରଥି Angul OnlineApril 19, 2024April 19, 2024 ଅନୁଗୁଳ – ଶଙ୍ଖଭବନରେ ଜାରି ରହିଛି ବିଜେଡିର ମିଶ୍ରଣ ପର୍ବ । ବିଜେପି ଓ କଂଗ୍ରେସ ପରିତ୍ୟାଗ କରି ବିଜେଡିରେ ଯୋଗଦେଉଛନ୍ତି ଏକାଧିକ ନେତା ଓ ଶହ ଶହ କର୍ମୀ । ସେହି ପରିପ୍ରେକ୍ଷୀରେ ଆଠମଲ୍ଲିକ ନିର୍ବାଚନମଣ୍ଡଳିରେ ବିଜେଡି ଶକ୍ତି ବଢାଇଛି । ବିଜେଡିରେ ଯୋଗଦେଲେ ଭାରତୀୟ ଜନତା ପାର୍ଟିର ପୂର୍ବତନ ଜିଲ୍ଲା ସଭାପତି ଭାଗୀରଥି ପ୍ରଧାନ । ସେ ଗତ କିଛିଦିନ ତଳେ ବିଜେପି ଛାଡି ଥିବା ବେଳେ ଆଜି ବିଜେଡିରେ ଯୋଗଦେଇ ବିଜେପି ଉପରେ ବର୍ଷିଛନ୍ତି । ଆଠମଲ୍ଲିକ ବିଜେପି ପକ୍ଷରୁ ୩ଥର ବିଧାୟକ ପ୍ରାର୍ଥୀ ହୋଇଥିଲେ ଭାଗୀରଥି । ଆଜି ସେ ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ଯୋଗଦେଲେ । ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଟିତ ହୋଇଥିଲା । ବିଜେଡିରେ ଯୋଗଦେବା ପରେ ଭାଗୀରଥି ପ୍ରଧାନ ପ୍ରତିକ୍ରିୟା ଦେଇ କହିଥିଲେ ଦଳରେ ସାମିଲ ପାଇଁ ମୁଖ୍ଯମନ୍ତ୍ରୀଙ୍କୁ ଧନ୍ଯବାଦ, ସମାଜର ଉନ୍ନତି ପାଇଁ କାର୍ଯ୍ୟ କରିବି । ନବୀନ ପଟ୍ଟନାୟକଙ୍କର ବିକାଶ ମୂଳକ କାର୍ଯ୍ୟ ଭାଗୀରଥିଙ୍କୁ ପ୍ରଭାବିତ କରିଥିବା କହିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ତରଫରୁ ସସ୍ମିତ ପାତ୍ର ତାଙ୍କୁ ସ୍ବାଗତ କରିଥିଲେ । Advertisement
ଭୋଟ୍ ବର୍ଜନ ପାଇଁ ଶପଥ ନେଲେ ଗୋପିବଲ୍ଲଭପୁର ଗ୍ରାମବାସୀ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବରପଦା ଗ୍ରାମ ପଞ୍ଚାୟତର ଗୋପୀବଲ୍ଲଭପୁର ଗ୍ରାମର ଶତାଧିକ ଗ୍ରାମବାସୀ ଭୋଟ ବର୍ଜନ ନିମନ୍ତେ ଗ୍ରାମ୍ୟ ଦେବୀଙ୍କ ନିକଟରେ ଶପଥ…
ବିଶ୍ୱରଞ୍ଜନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ନିର୍ବାଚିତ ଅନୁଗୋଳ – ଓଡିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସମସ୍ତ ପଦବୀ ନିମନ୍ତେ ସାଙ୍ଗଠନିକ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି କ୍ରମରେ ଅନୁଗୋଳ ଜିଲ୍ଲା…
ଚତୁର୍ଥ ଥର ପାଇଁ ରାଜୀବ ଛାତ୍ର ବିଜେଡି ସଭାପତି ଅନୁଗୁଳ – ଅନୁଗୁଳ ଜିଲ୍ଲା ଛାତ୍ର ବିଜେଡି ସଭାପତି ଭାବେ ରାଜୀବ ଲୋଚନ ଦାସ ପୁଣିଥରେ ମନୋନୀତ ହୋଇଛନ୍ତି । ଦଳର ସୁପ୍ରିମୋ ଚତୁର୍ଥ ଥର ପାଇଁ…