ଖେଳ ଓ ଖେଳାଳି ବିଜୁ ପ୍ରିମିୟର ଲିଗ୍ ର ଉଦଘାଟନ ଉତ୍ସବ ଓ ଟ୍ରଫି ଉନ୍ମୋଚନ Angul OnlineNovember 10, 2023November 10, 2023 ଅନୁଗୁଳ – ଅନୁଗୁଳ ଜିଲ୍ଲା ବିଜୁ ଯୁବ – ଛାତ୍ର ଜନତା ଦଳ ପକ୍ଷରୁ ଆୟୋଜିତ ହେବାକୁ ଥିବା ବିଜୁ ପ୍ରିମିୟର ଲିଗ୍ ର କ୍ରିକେଟ ପ୍ରତିଯୋଗିତାର ଉଦଘାଟନୀ ଉତ୍ସବ ପାଳନ ହେବା ସହିତ ଟ୍ରଫି ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଗୁଳ ସଭାଘରଠାରେ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ତଥା ଅନୁଗୁଳ ଜିଲ୍ଲା ପର୍ଯ୍ୟବେକ୍ଷକ ଓ ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ତତ୍ତ୍ବାବଧନରେ ପଂଚାୟତ ଓ ଓ୍ବାର୍ଡ ସ୍ତରରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ଯୁବ ଛାତ୍ର ମାନଙ୍କୁ ନେଇ କ୍ରୀଡା କ୍ଷେତ୍ରରେ ପରିଚୟ ସୃଷ୍ଟି କରିବା ପାଇଁ ଏହି ଅଭିନବ ପ୍ରୟାସ କରାଯାଉଛି । ଏହି କାର୍ଯ୍ୟକ୍ରମରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଅତିଥୀ ତଥା ଜିଲ୍ଲାର ସମସ୍ତ ବ୍ଲକ , ମୁନସିପାଲିଟି ଓ NAC ର ବିଭିନ୍ନ ଗ୍ରାମ ଓ ଓ୍ବାର୍ଡର ଖେଳାଳୀ ମାନଙ୍କର ଉପସ୍ଥିତିରେ ଟ୍ରଫି ଉନ୍ମୋଚନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଓଡିଶା ସରକାରଙ୍କ ପଂଚାୟତିରାଜ ଓ ପାନୀୟ ଜଳ ବସୁଧା ର ଉପଦେଷ୍ଟା ତଥା ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନ ଓ ଛାତ୍ର ସଭାପତି ରାଜୀବ ଲୋଚନ ଦାସ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ,ରାଜ୍ୟ ଯୁବ କଲ୍ୟାଣ ବୋର୍ଡ ର ଅଧକ୍ଷ୍ୟ କୁନ ବିହାରି ଦାସ , ରାଜ୍ୟ ବିଜୁ ଛାତ୍ର ଜନତା ଦଳ ର ସଭାପତି ତଥା ବିଧାୟକ ବାଙ୍କୀ ଦେବୀରଞ୍ଜନ ତ୍ରିପାଠୀ , ଓ.ଆଇ.ସି.ସି ଅଧକ୍ଷ୍ୟ ଚିନ୍ମୟ ସାହୁ , ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଙ୍କ ପ୍ରତିନିଧୀ ପ୍ରକାଶ ମହାନ୍ତି , ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ, ପାଲଲହଡା ବିଧାୟକ ମୁକେଶ ପାଲ , ବରିଷ୍ଠ ବିଜେଡି ନେତା ନଳିନୀକାନ୍ତ ପ୍ରଧାନ, ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ଭକ୍ତିପ୍ରସାଦ ଦାସ୍ , କୋପରଟିଭ୍ ସଭାପତି ସନ୍ତୋଷ ପ୍ରଧାନ , ରାଜ୍ୟ ଯୁଗ୍ମ ସମ୍ପାଦକ ଚନ୍ଦ୍ରକାନ୍ତ ପ୍ରଧାନ , ବିଜୁ ଯୁବ ଜନତା ଦଳର ନଗର ସଭାପତି ବିଶ୍ବରଞ୍ଜନ ସାହୁ , ଛାତ୍ର ସଭାପତି ଦେବବ୍ରତ ନାୟକ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ବ୍ଲକ , ମୁନସିପାଲିଟି ଓ NAC ର ଅଧକ୍ଷ ଓ ଉପାଧକ୍ଷ , ସମସ୍ତ ଜିଲ୍ଲା ପରିଷଦ , ବିଜୁ ଜନତା ଦଳ ଓ ବିଜୁ ଯୁବ – ଛାତ୍ର – ମହିଳା ଜନତା ଦଳ ର ସମସ୍ତ ଜିଲ୍ଲା , ବ୍ଲକ , ମୁନସିପାଲିଟି ନେତୃମଣ୍ଡଳୀ ସାମିଲ ହୋଇଥିଲେ । Advertisement
ରାଜ୍ୟସ୍ତରୀୟ ଖୋଖୋ ଚାମ୍ପିଅନସିପ ଆରମ୍ଭ ଅନୁଗୁଳ – ଅନୁଗୁଳ ଜିଲ୍ଲା ଷ୍ଟାଡିୟମଠାରେ ୫୪ତମ ରାଜ୍ୟ ସ୍ତରୀୟ ଖୋଖୋ(ବରିଷ୍ଠ) ଚାମ୍ପିଅନସିପ ସୋମବାର ଅପରାହ୍ନରେ ଉଦ୍ଘାଟିତ ହୋଇଯାଇଛି । ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା…
କଳାହାଣ୍ଡି କପ – ୧୫ ଜଣିଆ ଅନୁଗୁଳ ଦଳ ଘୋଷଣା ଅନୁଗୁଳ – କଳାହାଣ୍ଡି କପ୍ ପାଇଁ ଅନୁଗୁଳ କ୍ରିକେଟ ଦଳ ଘୋଷଣା ହୋଇଛି । ୧୫ ଜଣିଆ ଅନୁଗୁଳ ଦଳର ଅଧିନାୟକ ଭାବେ ଶୁଭ୍ରଜ୍ୟୋତି ମିଶ୍ରଙ୍କୁ ଚୟନ…
ଏକ ଦିବସୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ – ବାସନ୍ତୀ ଭଲିବଲ ଟିମ ଚମ୍ପିୟାନ ଅନୁଗୋଳ – ଅନୁଗୋଳ ଜିଲ୍ଲା ତାଳଚେର ଗୋବରା ଠାରେ ଅନୁଷ୍ଠିତ ଏକ ଦିବାସୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟରେ ଅନୁଗୋଳ ବାସନ୍ତୀ ଭଲିବଲ କ୍ଲବ ଚମ୍ପିୟାନ ହୋଇଛି ।…