ରାଜନୀତି ବିଶ୍ୱରଞ୍ଜନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ନିର୍ବାଚିତ Angul OnlineJuly 26, 2023July 26, 2023 ଅନୁଗୋଳ – ଓଡିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସମସ୍ତ ପଦବୀ ନିମନ୍ତେ ସାଙ୍ଗଠନିକ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି କ୍ରମରେ ଅନୁଗୋଳ ଜିଲ୍ଲା ଯୁବ କଂଗ୍ରେସ ସଭାପତି ନିମନ୍ତେ ମଧ୍ୟ ନିର୍ବାଚନ ହୋଇଥିଲା । ଯୁବ କଂଗ୍ରେସ ସହ ୩୫୦୧ ଜଣ ସଦସ୍ୟ ଯୋଡି ହୋଇ ଅନଲାଇନରେ ନିଜର ମତ ସାବ୍ୟସ୍ତ କରିଥିଲେ । ଏହି ନିର୍ବାଚନରେ ମୋଟ ୪ ଜଣ ଯୁବ ନେତା ପ୍ରତିଦ୍ଵଦିତା କରିଥିବା ବେଳେ ବିଶ୍ୱରଂଜନ ପାଣିଗ୍ରାହୀ ୧୬୭୭ ଭୋଟ, ବାପୁନ ଦେହୁରୀ ୭୯୧ ଭୋଟ,ପ୍ରତାପ ଭୁକ୍ତା ୭୦୧ ଖଣ୍ଡ ଭୋଟ ଓ ଅଭିଷେକ ନାଏକ ୨୭୪ ଖଣ୍ଡ ଭୋଟ ପାଇଥିଲେ । ବିଶ୍ଵରଞ୍ଜନ ପାଣିଗ୍ରାହୀ ସର୍ବାଧିକ ଭୋଟ ପାଇ ସଭାପତି ନିର୍ବାଚିତ ହୋଇଛନ୍ତି । ପୂର୍ବରୁ ବିଶ୍ୱରଞ୍ଜନ ଅନୁଗୋଳ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଭାବେ କାର୍ଯ୍ୟ ସଂପାଦନ କରିଛନ୍ତି । ଏହି ବିଜୟ ପରେ ସେ ଜିଲ୍ଲାର ସମସ୍ତ ଯୁବ କଂଗ୍ରେସ ସଦ୍ୟସ ଓ ଅନୁଗୋଳ ଜିଲ୍ଲା କଂଗ୍ରେସ ସଭାପତି ସଂଗ୍ରାମ ମିଶ୍ର ,ଜିଲ୍ଲା କଂଗ୍ରେସ ର ପୂର୍ବତନ ସାଧାରଣ ସଂପାଦକ ବଲବୀର ସିଂ,ପୂର୍ବତନ ଓଡିଶା ପ୍ରଦେଶ ଯୁବ କଂଗ୍ରେସ ଉପ ସଭାପତି ବିମଳ ବେହେରା ଓ ପୂର୍ବତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଲୁଟୁ ରଞ୍ଜନ ଥାପା ଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ବିଭିନ୍ନ ମହଲ ରୁ ବିଶ୍ୱରଂଜନ ଙ୍କୁ ଶୁଭେଚ୍ଛାର ସୁଅ ଶୁଟିଛି । Advertisement
ଅନୁଗୁଳରେ ଦୁର୍ବଳ ହେଉଛି ବିଜେଡି !!! ଅନୁଗୁଳ – ଡବଲ ଶଙ୍ଖ ଭାରି ଦୁଃଖ , ଡବଲ ଫୁଲ ଭାରି ଭଲ । ଡବଲ ଫୁଲ ସରକାର ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ…
ତିନି ନମ୍ୱର୍ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଦେଲେ ଇସ୍ତଫା ଅନୁଗୁଳ – ଅନୁଗୁଳ ତିନି ନମ୍ୱର୍ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ପ୍ରିୟଦର୍ଶୀ ପଟ୍ଟନାୟକ (ବାବୁ ପଟ୍ଟନାୟକ) ଶୁକ୍ରବାର ହଠାତ୍ ଜିଲ୍ଲା ପରିଷଦ ସଭ୍ୟ ପଦରୁ ଇସ୍ତଫା…
ଓଡିଆ ପୁଅ ଧର୍ମେନ୍ଦ୍ର ହେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ !! ଖୁବ ଶୀଘ୍ର ନୂତନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୟନ ହେବାର ଅଛି । ତେବେ ଏହା ପୂର୍ବରୁ କିଏ ଏହି ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବ ତାକୁ ନେଇ…