ରାଜନୀତି ବିଜେଡିର ୨୬ ତମ ପ୍ରତିଷ୍ଠା ଦିବସ Angul OnlineJanuary 13, 2023January 13, 2023 ଅନୁଗୋଳ – ବିଜେଡିର ୨୬ ତମ ପ୍ରତିଷ୍ଠା ଦିବସ ଅନୁଗୋଳ ଠାରେ ବିଜୁ ଜନତା ଦଳ ପକ୍ଷରୁ ପାଳିତ ହୋଇଛି । ଅନୁଗୋଳ ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ତଥା ମାହାଙ୍ଗାର ବିଧାୟକ ପ୍ରତାପ ଜେନା , ଅନୁଗୋଳ ବିଜେଡି ପର୍ଯ୍ୟବେକ୍ଷକ ପ୍ରଶାନ୍ତ ମୁଦୁଲି ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲାର ସମସ୍ତ ବିଧାୟକ , ସାଂସଦ ମହେଶ ସାହୁ ଯୋଗ ଦେଇଥିଲେ । ଅନୁଗୋଳ ନିର୍ବାଚନ ମଣ୍ଡଳୀ ପକ୍ଷରୁ ଅନୁଗୋଳ ସଭାଘର ଠାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସେଠାରେ ବିଜୁ ଜନତା ଦଳର କର୍ମୀ ମାନଙ୍କୁ ନେଇ ଏକ ସାଧାରଣ ସଭାର ଆୟୋଜନ ହୋଇଥିଲା । ୨୫ ବର୍ଷର ଏହି ଦଳ ନିରନ୍ତର ଉଦ୍ୟମ କରି ୨୬ ବର୍ଷରେ ପଦାର୍ପଣ କରିଥିବା ବେଳେ ଆଗକୁ ମାନ୍ୟବର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଲୋକାଭିମୁଖି ଯୋଜନା ଗୁଡିକ ସାଢେ ଚାରି କୋଟି ଲୋକଙ୍କ ପାଖେ ପହଞ୍ଚି ପାରିବ ଓ ସଂଙ୍ଗଠନ ପଞ୍ଚାୟତ ଠାରୁ ବ୍ଲକ୍ ଓ ନିର୍ବାଚନ ମଣ୍ଡଳି ପର୍ଯ୍ୟନ୍ତ ସୁଦୃଢ ହୋଇପାରିବ । ସେଥିପାଇଁ ବିଜୁ ଜନତା ଦଳ ର ସମସ୍ତ କର୍ମକର୍ତା ଓ କର୍ମୀ ମାନେ କାର୍ଯ୍ୟ କରିବା ପାଇଁ ଉପସ୍ଥିତ ନେତୃ ମଣ୍ଡଳି ଆହ୍ବାନ କରିଥିଲେ। ଆଜିର ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଯୁବ ନେତା ଅରୁଣାଭ ସିଂହ , ସରୋଜ ନାଏକ , ଅଜିତ ଦ୍ବିବେଦୀ , ଲକି ନନ୍ଦ , ସୁଜିତ ଦ୍ବିବେଦୀ ଆଦି ଉପସ୍ଥିତ ଥିଲେ । Advertisement
ତିନି ନମ୍ୱର୍ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଦେଲେ ଇସ୍ତଫା ଅନୁଗୁଳ – ଅନୁଗୁଳ ତିନି ନମ୍ୱର୍ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ପ୍ରିୟଦର୍ଶୀ ପଟ୍ଟନାୟକ (ବାବୁ ପଟ୍ଟନାୟକ) ଶୁକ୍ରବାର ହଠାତ୍ ଜିଲ୍ଲା ପରିଷଦ ସଭ୍ୟ ପଦରୁ ଇସ୍ତଫା…
ଯଯାତୀ ହେଲେ ଜିଲ୍ଲା ବିଜେପି ସଭାପତି ଭୁବନେଶ୍ବର – ଗତ ସେପ୍ଟେମ୍ବର ୨ ତାରିଖରୁ ପାର୍ଟିର “ସାଂଗଠନିକ ପର୍ବ – ୨୦୨୪” ଆରମ୍ଭ ହୋଇଥିଲା । ଗତ ଜାନୁଆରୀ ୨୫ ତାରିଖ ଦିନ ପ୍ରଥମ…
ଜାଣନ୍ତୁ ମୋହନ ମାଝୀଙ୍କ ରାଜନୈତିକ ଯାତ୍ରା ଭୁବନେଶ୍ଵର-ଦୀର୍ଘ ୨୪ ବର୍ଷ ପରେ ଓଡିଶାକୁ ମିଳିଛି ନୂତନ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ବିଜେଡିର ଗଡ ଭାଙ୍ଗି ନୂତନ ସରକାର ଗଠନ କରିବାକୁ ଯାଉଥିବା ବିଜେପି ମୋହନ…