ନାବାଳିକାଙ୍କୁ ନ୍ୟାୟ ଦାବିରେ ଏସ୍.ପି. ଅଫିସ ଘେରିଲା ମହିଳା ବିଜେଡି

ଅନୁଗୁଳ – ଅନୁଗୁଳ ଶ୍ୟାମସୁନ୍ଦରପୁର ଗାଁରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ଜିଲ୍ଲା ପାଇଁ ଏକ ଲଜ୍ୟାଜନକ ଘଟଣା । ଗତ ଏକ ବର୍ଷ ମଧ୍ୟରେ ପୂର୍ବରୁ ଜିଲ୍ଲାରେ ଏଭଳି ଘଟଣା ବାରମ୍ବାର ଘଟି ଚାଲିଛି । କେବେଳ ଜିଲ୍ଲା ନୁହେଁ ରାଜ୍ୟରେ ଏବେ ନାବାଳିକା , ମହିଳା , ଯୁବତୀ ମାନେ ସୁରକ୍ଷିତ ନାହାନ୍ତି। ଘରୁ ବାହାରିଲେ ସତେ ଯେମିତି ପାଦେ ପାଦେ ବିପଦ ରହିଛି । ଏଥିପାଇଁ ରାଜ୍ୟ ସରକାରଙ୍କ ଅପାରଗତାକୁ ଦାୟୀ କରି ଆଜି ଜିଲ୍ଲା ବିଜେଡି ମହିଳା ସଂଗଠନ ପକ୍ଷରୁ ଅନୁଗୁଳ ଏସ ପି ଅଫିସ ଘେରାଉ କରାଯାଇଥିଲା । ମୁଖ୍ୟତଃ ଗୃହ ବିଭାଗର ଦାୟିତ୍ବହୀନତା ଯୋଗୁଁ ରାଜ୍ୟରେ ଆଜି ନାରୀ ନିର୍ଯ୍ୟାତନା ବଢି ଚାଲିଛି। ଏଥିପାଇଁ ସବୁ ଥାନା ଗୁଡିକ ସଜାଗ ହେବାର ଆବଶ୍ୟକତା ରହିଛି। ସବୁ ମାମଲାକୁ ଗୁରୁତ୍ୱର ସହ ନେଇ ଥାନା କର୍ତ୍ତୃପକ୍ଷ ସମ୍ବେଦନଶୀଳ ଭାବେ କାମ କରିବାର ଆବଶ୍ୟକତା ରହିଛି ।

ଅନୁଗୁଳ ଜିଲ୍ଲା ଶ୍ୟାମସୁନ୍ଦରପୁର ଗାଁରେ ଯେଉଁ ଘଟଣା ଘଟିଲା ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ହେଲେ ନା ପୁଲିସ ନା ସରକାର କେହି ବି କୌଣସି ପ୍ରକାର ପଦକ୍ଷେପ ନେଇ ପାରିଲେ ନାହିଁ । ଏଭଳି ସ୍ଥିତି ଲାଗି ରହିଲେ ରାଜ୍ୟରେ ମହିଳାମାନେ ଘରେ ମଧ୍ୟ ସୁରକ୍ଷିତ ରହିବେ ନାହିଁ । ଏଣୁ ଏଭଳି ସବୁ ଘଟଣାର ତୁରନ୍ତ ପଦକ୍ଷେପ ନେବାକୁ ଏବଂ ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି କରି ଏହି ଘେରାଉ କରାଯାଇଥିଲା ।

ଆଜିର ଏହି ବିକ୍ଷୋଭ ବେଳେ ଟାଲଭେର ବିଧାୟକ ତଥା ଅନୁଗୁଳ ଜିଲ୍ଲା ବିଜେଡ଼ି ସଭାପତି ବ୍ରଜକିଶୋର ପ୍ରଧାନ, ପୂର୍ବତନ ବିଧାୟକ ଅନୁଗୁଳ ତଥା ପୂର୍ବତନ ଉପ ବାଚସ୍ପତି ରଜନୀକାନ୍ତ ସିଂହ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ଅନୁଗୁଳ ନଗରପାଳ ଅକ୍ଷୟ କୁମାର ସାମନ୍ତ, ମହିଳା ବିଜେଡ଼ି ସଭାନେତ୍ରୀ ବିଦ୍ୟୁତଲତା ପ୍ରଧାନ, ଅନୁଗୁଳ ନଗର ବିଜେଡ଼ି ସଭାନେତ୍ରୀ ମାଳିନୀ ସର୍, ରିତା ସିଂହ, ମୁଷ୍କନ୍ ବିବି, ବଅଁରପାଳ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ, ଛାତ୍ର ଜନତା ଦଳ ସଭାପତି ରାଜୀବ ଲୋଚନ ଦାସ, ନଗର ବିଜେଡି ସଭାପତି ବୃନ୍ଦାବନ ସ୍ୱାଇଁ, କାଉନସିଲର ସୁଶିଲ ମୁଖି, କାଉନସିଲର ସଦାନନ୍ଦ ପଣ୍ଡା, କାଉନସିଲର ବଳରାମ ଜେନା, କାଉନସିଲର ରଞ୍ଜିତ ମାଣ୍ଡୋଠିଆ, ସୁଜିତ୍ ଦ୍ଵିବେଦୀ, ଅରୁଣାଭ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

Advertisement

Leave a Reply

Your email address will not be published. Required fields are marked *