ରାଜନୀତି ବିଜେଡିର ମିଶ୍ରଣ ସଭା – ଯୋଗଦେଲେ ବହୁ ବିଜେପି କର୍ମୀ Angul OnlineMarch 1, 2021March 1, 2021 ଅନୁଗୁଳ – ଅନୁଗୁଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅନୁଗୁଳ ପୌରପାଳିକାର ୱାର୍ଡ ୮ ଏବଂ ୱାର୍ଡ ୯ ରୁ ବହୁ ସଂଖ୍ୟାରେ ଭାରତୀୟ ଜନତା ପାର୍ଟିର କର୍ମୀ ଭବାନୀ ଶଙ୍କର ପ୍ରଧାନ(ଲିପୁ)ଙ୍କ ନେତୃତ୍ୱରେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ , ନିର୍ମଳ ଭାବମୂର୍ତି , ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଏବଂ ଓଡିଶାର ବିକାଶଧାରାକୁ ଆଧାର କରି ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି । ଆଜି ଏଥିପାଇଁ ଜିଲ୍ଲା କଳାକେନ୍ଦ୍ର ଠାରେ ଏକ ମିଶ୍ରଣ ସଭାର ଆୟୋଜନ କରାଯାଇଥିଲା । ବିଜେଡି ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆ ସଭାର ସଭାପତିତ୍ୱ କରିଥିଲେ । ଯୁବ ନେତା ତପନ ତ୍ରିପାଠୀ , ବିଜୁ ଯୁବ ଜନତା ଦଳ ରାଜ୍ୟ ଉପସଭାପତି ସୁଜିତ ଦ୍ବିବେଦୀ, ଅଜିତ ଦ୍ବିବେଦୀ, ବିଶ୍ୱରଞ୍ଜନ ସାହୁ, ସରୋଜ ନାଏକ, ଯୋଗେଶ ପ୍ରଧାନ, ତପନ ସିଂହ ସାମନ୍ତ, ବଳରାମ ଜେନା, ରଞ୍ଜିତ ମାଣ୍ଡୋଠିଆ, କୈଳାଶ ମୋଦି, ସତ୍ୟନନ୍ଦ ଦଳବେହେରା, ବୃନ୍ଦାବନ ସ୍ୱାଇଁ, ଗୋପବନ୍ଧୁ ନାଏକ, ପ୍ରଭାତ ପ୍ରଧାନ, ପବନ ମାଣ୍ଡୋଠିଆ, ଶକ୍ତି ମିଶ୍ର ପ୍ରମୁଖ ଉପସ୍ଥିତ ରହି ମିଶ୍ରଣ ପର୍ବକୁ ସଫଳ କରିଥିଲେ । ଆସନ୍ତା ପୌର ନିର୍ବାଚନ ପୂର୍ବରୁ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ବିବେଚନା କରାଯାଇଛି । Advertisement
ବିଜେପି ରାଜ୍ୟ ପରିଷଦ ଓ ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଲେ ଗୋବିନ୍ଦ ନାଏକ ଛେଣ୍ଡିପଦା-ଅନୁଗୁଳ ଜିଲ୍ଲା ଛେଣ୍ତିପଦା ନିର୍ବାଚନ ମଣ୍ଡଳୀର ଗୋବିନ୍ଦ ନାଏକ ବିଜେପିର ରାଜ୍ୟ ପରିଷଦ ସଦସ୍ୟ ଓ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ବୁଧବାର ଏକ…
ବିଜେଡିରେ ମିଶିଲେ ଭାଗିରଥି ଅନୁଗୁଳ – ଶଙ୍ଖଭବନରେ ଜାରି ରହିଛି ବିଜେଡିର ମିଶ୍ରଣ ପର୍ବ । ବିଜେପି ଓ କଂଗ୍ରେସ ପରିତ୍ୟାଗ କରି ବିଜେଡିରେ ଯୋଗଦେଉଛନ୍ତି ଏକାଧିକ ନେତା ଓ ଶହ…
୨୦୨୪ ନିର୍ବାଚନ ପୂର୍ବରୁ ଅଣ୍ଟା ଭିଡିଲା ଆମ୍ ଆଦ୍ମୀ ପାର୍ଟି ଅନୁଗୁଳ – ସାଧାରଣ ନିର୍ବାଚନ – ୨୦୨୪ରେ ଆମ୍ ଆଦ୍ମୀ ପାର୍ଟି ( ଆପ୍ ) ଓଡ଼ିଶାର ସମସ୍ତ ନିର୍ବାଚନୀ ମଣ୍ଡଳୀରେ ପ୍ରାର୍ଥୀ ଦେବ ଓ ନିର୍ବାଚନରେ…