ମୁଖ୍ୟ ଖବର ବିଜେପି ନେତା ଗିରଫ – ଗିରଫଦାରୀକୁ ବିଜେପିର ନିନ୍ଦା Angul OnlineJuly 21, 2023July 21, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ଏସ ଟି ମୋର୍ଚ୍ଚା ଜିଲ୍ଲା ସଭାପତି ଅର୍ଜୁନ କିସ୍କୁଙ୍କୁ ବିକ୍ରମପୁର ଥାନା ପୋଲିସ ଗିରଫ କରିଛି । ସରକାରୀ ସମ୍ପତ୍ତି ନଷ୍ଟ କରିବା , ରାସ୍ତା ଅବରୋଧ କରି ଲୋକଙ୍କୁ ହଇରାଣ କରିବା , ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରିବା ଭଳି ୧୦ ଦଫାରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସୁଚନା ଅନୁସାରେ ଗତ ଜୁନ 12 ତାରିଖ ରେ ବିକ୍ରମପୁର ଥାନା ଅଧିନସ୍ଥ ଏଫ ସି ଆଇ ମୁଣ୍ଡା ବଜାର ଠାରେ ପିଇବା ପାଣି ପାଇଁ ଶତାଧିକ ଆଦିବାସୀ ଲୋକ ଆନ୍ଦୋଳନ କରିଥିଲେ । ଆଦିବାସୀ ନେତା ଅର୍ଜୁନ କିସ୍କୁ ଏହାର ନେତୃତ୍ୱ ନେଇଥିଲେ । ଆଉ ଏହି ଘଟଣା ବେଳେ ଉତ୍ତେଜନା ପରିସ୍ଥିତି ମଧ୍ଯ ଦେଖା ଦେଇଥିଲା । ପ୍ରଶାସନିକ ଅଧିକାରୀ ମାନେ ଘଟଣା ସ୍ଥଳକୁ ଆସି ବୁଝାସୁଝା କରିଥିଲେ ମଧ୍ଯ ସ୍ଥାୟୀ ସମାଧାନ ଦାବି କରି ଆନ୍ଦୋଳନ ପ୍ରାୟ ଦୁଇଦିନ ଧରି ଚାଲିଥିଲା । ଏହି ଘଟଣାରେ ପୋଲିସ ଆଜି ଅର୍ଜୁନ କିସ୍କୁଙ୍କୁ ଗିରଫ କରିଛି । ଅର୍ଜୁନ ସମେତ ଅନ୍ୟ 23 ଜଣଙ୍କ ନମରେ ମଧ୍ଯ ପୋଲିସ ମାମଲା ରୁଜ୍ଜୁ କରିଛି । ତେବେ ଏହି ଗିରଫଦାରୀକୁ ଜିଲ୍ଲା ବିଜେପି ବିରୋଧ କରିଛି । ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ କୋର୍ଟ ପରିସରରେ ଉପସ୍ଥିତ ରହିବା ସହ ଜେଲ ହାଜତ ରେ ଶ୍ରୀ କିସ୍କୁ ଙ୍କୁ ଭେଟି ବା ସହ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ପୋଲିସ, ପ୍ରଶାସନ ପାଣି ମାଗିବାରୁ ଜଣେ ଆଦିବାସୀ ନେତା ଙ୍କୁ ଉଦ୍ଯେଶ ମୂଳକ ଭାବେ ଜେଲ ପଠାଇବା ବିଜୁ ଜନତା ଦକ ସରକାର ର ହୀନ ମନ୍ୟତା ବୋଲି ଶ୍ରୀ ସାମଲ କହିଛନ୍ତି । ରାଜ୍ୟରେ ପୋଲିସ ପ୍ରଶାସନ ବିଜୁ ଜନତା ଦଳର କର୍ମୀ ଭଳି କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ସାମଲ କହିଛନ୍ତି । ରାଜ୍ୟରେ ବର୍ତ୍ତମାନ ଏକ ପ୍ରକାର ଅଘୋଷିତ ଜରୁରୀ କାଳୀନ ପରିସ୍ଥିତି ସୃଷ୍ଟି ହୋଇଛି, ସାଧାରଣ ଲୋକ କଥା କହିବା ତଥା ପାଣି ମାଗିବାରୁ ଆଦିବାସୀ ଯୁବକ ଙ୍କୁ ବହୁ ସଂଗୀନ ଦଫା ଲଗାଇ ଜେଲ ପଠାଇବା ଭଳି ଘଟଣା ରାଜ୍ୟରେ ଗଣତନ୍ତ୍ର କୁ ହତ୍ୟା ବୋଲି ସେ କହିଛନ୍ତି ।ଆଦିବାସୀ ମାନଙ୍କୁ ନେଇ ଆଗାମୀ ଦିନରେ ବିଜେପି ନିର୍ଣ୍ଣାୟକ ଲଢେଇ ଲଢ଼ିବ ବୋଲି ଶ୍ରୀ ସାମଲ ପ୍ରକାଶ କରିଛନ୍ତି । Advertisement
ସିବିଆଇ ଜାଲରେ ଏମସିଏଲର ମ୍ୟାନେଜର ଓ ଏଆରଆଇ – ଲାଞ୍ଚ ନେଲାବେଳେ ପଡିଲେ ଧରା ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ମହାନଦୀ କୋଲ ଫିଲଡ ଲିମିଟେଡ(MCL) ର ମ୍ୟାନେଜର ଏବଂ ସହକାରୀ ରାଜସ୍ଵ ନିରୀକ୍ଷକ(ARI) ୨୦ ହଜାର ଟଙ୍କା ଲାଞ୍ଚ…
ପୁଣି ନବଜାତ ଶିଶୁ ଉଦ୍ଧାର ନାଲକୋନଗର – ଅନୁଗୁଳ ଜିଲ୍ଲାର ବଅଁରପାଳ ବ୍ଲକ କୁକୁଡ଼ାଙ୍ଗ ଗାଁ ତେନ୍ତୁଳିପଶି ସ୍କୁଲ ପଛ ପାଖ ଅଙ୍ଗନବାଡ଼ି କେନ୍ଦ୍ର ନିକଟର ବିଲରୁ ୧୦ଦିନ ତଳେ ଏକ ନବଜାତ…
ଅନୁଗୁଳ ପୌରପାଳିକା ସ୍ବଚ୍ଛ ବାୟୁ ସର୍ବେକ୍ଷଣ ପାଇଁ ପୁରସ୍କୃତ ଅନୁଗୁଳ – କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ କରାଯାଇଥିବା ସ୍ବଚ୍ଛ ବାୟୁ ସର୍ବେକ୍ଷଣରେ ଅନୁଗୁଳ ପୌରପାଳିକା ଦେଶରେ ତୃତୀୟ ସ୍ଥାନ ଅଧିକାର କରିଛି ।ଏଥିପାଇଁ…