ରାଜନୀତି ନୂଆଦିଲ୍ଲୀରେ ବିଜେପିର ମିଶ୍ରଣ ପର୍ବ Angul OnlineNovember 29, 2023November 29, 2023 ଅନୁଗୁଳ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ତାଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀର ୨ ନମ୍ବର ଜୋନର ପୋକତୁଙ୍ଗା ପଞ୍ଚାୟତର ବରିଷ୍ଠ କଂଗ୍ରେସ ନେତା ଫକୀର ମୋହନ ପ୍ରଧାନଙ୍କ ସମେତ ଅନେକ କଂଗ୍ରେସ ଓ ବିଜେଡ଼ି ଦଳର ସଦସ୍ୟମାନେ ବିଜେପିରେ ଯୋଗଦେଇଛନ୍ତି । ସମସ୍ତଙ୍କୁ ଦଳରେ ସ୍ୱାଗତ କରିବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଆଦର୍ଶ ଓ ଜନକଲ୍ୟାଣକାରୀ ଯୋଜନାରେ ଅନୁପ୍ରାଣିତ ହୋଇ ଦଳରେ ସାମିଲ ହୋଇଥିବାରୁ ଧନ୍ୟବାଦ । ସମସ୍ତଙ୍କ ଯୋଗଦାନ ଅନୁଗୋଳ ସମେତ ଓଡ଼ିଶାରେ ଦଳୀୟ ସଂଗଠନକୁ ଆହୁରି ସୁଦୃଢ଼ କରିବ । ରାଜ୍ୟରେ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ପାଇଁ କାର୍ଯ୍ୟକର୍ତ୍ତାମାନଙ୍କୁ ପରିଶ୍ରମ କରିବା ଏବଂ ତାଙ୍କର ବିକାଶର ନାରା ଓ କଲ୍ୟାଣକାରୀ ଯୋଜନାକୁ ଘରେ ଘରେ ପହଞ୍ଚାଇବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ । ଏହି ମିଶ୍ରଣ ପର୍ବରେ ପୋକତୁଙ୍ଗା ସେବା ସମବାୟ ସମିତିର ସଭାପତି ମାମିଲତା ପ୍ରଧାନ, କଂଗ୍ରେସ ନେତା ରଞ୍ଜନ ସାହୁ, ବିଜେଡି ନେତା ଦେବାଞ୍ଜନ ଦେହୁରୀ ଯୋଗଦେଇଥିଲେ । ସେହିପରି ଅଜୟ ପ୍ରଧାନ, ଅମର ବେହେରା, ସୁଶାନ୍ତ ସାହୁ, ଦୁଷ୍ମନ୍ତ ପ୍ରଧାନ, ଅରୁଣ ପ୍ରଧାନଙ୍କ ସମେତ କଂଗ୍ରେସ ଓ ବିଜେଡି ଦଳର ସଦସ୍ୟମାନେ ସାମିଲ ହୋଇଥିଲେ । Advertisement
ଛେଣ୍ଡିପଦାରେ ବିଜେପିର ‘ବିଜୟ ସଂକଳ୍ପ ସମାବେଶ’ରେ କେନ୍ଦ୍ରମନ୍ତ୍ରୀ ଛେଣ୍ଡିପଦା – ରାଜ୍ୟରେ ମୋଦୀଙ୍କ ଡବଲ ଇଞ୍ଜିନ ସରକାର ହେଲେ ମାଆ ମାନଙ୍କୁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ମୂଲ୍ୟର କୁପନ ଦିଆଯିବ । ଏହି…
ପୌରାଧ୍ୟକ୍ଷ ପାଇଁ ୩ ଓ କାଉନସିଲର ପାଇଁ ୧୯ ଜଣଙ୍କ ନାମାଙ୍କନ ଦାଖଲ ଅନୁଗୁଳ – ଅନୁଗୁଳ ପୌରପାଳିକାର ପୌରାଧକ୍ଷ ପଦବୀ ପାଇଁ ରବିବାର ଦିନ ୩ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ୧୯ ଜଣ କାଉନସିଲର ପଦବୀ…
ନୀଳବର୍ଣ୍ଣ ଶୃଗାଳ ମାନଙ୍କ ମୁଖା ଖୋଲିବାକୁ ହେବ – ଧର୍ମେନ୍ଦ୍ର ପ୍ରଧାନ ଛେଣ୍ଡିପଦା – ମୋଦି ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଓ ଉନ୍ନୟନ ଯୋଜନାରେ ଦିଲ୍ଲୀରୁ ଓଡ଼ିଶାକୁ କୋଟି କୋଟି ଟଙ୍କା ଆସିବା ପରେ ମଧ୍ୟ ଏଠାକାର ଶାସନତନ୍ତ୍ର ଭୁଷୁଡି…