ବିଜେପିର ମଣ୍ଡଳ ସଭାପତି ତାଲିକା ହେଲା ଘୋଷଣା , କିଏ ହେବ ଜିଲ୍ଲା ସଭାପତି ?

ଅନୁଗୁଳ – ବିଜେପିର ସଂଗଠନ ପର୍ବରେ ଅନୁଗୁଳ ଜିଲ୍ଲାର ୩୧ ଟି ମଣ୍ଡଳରୁ ୨୭ ଟି ମଣ୍ଡଳର ସଭାପତି ନିର୍ବାଚିତ ହୋଇଥିବା ନେଇ ରାଜ୍ୟ ବିଜେପିର ନିର୍ବାଚନ ଅଧିକାରୀ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଅନୁଗୁଳ ଜିଲ୍ଲା ନିର୍ବାଚନ ଅଧିକାରୀ ପ୍ରାକ୍ତନ ବିଧାୟକ ନାଉରି ନାୟକଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ମଣ୍ଡଳ ସଭାପତି ଭାବେ ଅନୁଗୁଳ ପୌରମଣ୍ଡଳ ପବନ କୁମାର ମାଣ୍ଡୋଠିଆ, ବଡକେରା ମଣ୍ଡଳ ସୁଲଭ ଚନ୍ଦ୍ର ଦେହୁରୀ, ବନରପାଳ ମଣ୍ଡଳ ପ୍ରତ୍ୟୁଷ ରଞ୍ଜନ ପଣ୍ଡା, ବନ୍ତଳା ମଣ୍ଡଳ କାଁହୁ ଚରଣ ପ୍ରଧାନ, ଖଲାରୀ ପ୍ରିୟବ୍ରତ ପାଗଲ, ମହୀଧରପୁର ମଣ୍ଡଳ ରାଧାକାନ୍ତ ପଟ୍ଟନାୟକ, ଅଇଡା ମଣ୍ଡଳ ରଂଜିତ କୁମାର ମୁଣ୍ଡା, ଆଠମଲ୍ଲିକ ଏନ ଏସ ସି ମଣ୍ଡଳ ଶୈଳବାଳା ଅମାନ୍ତ, କିଶୋରନଗର ମଣ୍ଡଳ ଧନୁର୍ଜୟ ପ୍ରଧାନ, ମାଧପୁର ମଣ୍ଡଳ ଅନ୍ତର୍ଯ୍ୟାମୀ ମହାଖୁଡ଼, ନାକଚି ମଣ୍ଡଳ ସଂଜୀବ କୁମାର ପାତ୍ର, ସାତକୋଶିଆ ମଣ୍ଡଳ ରାଧାକାନ୍ତ ପଳେଇ, ଠାକୁରଗଡ଼ ମଣ୍ଡଳ ସୁଜିତ କୁମାର ଦେହୁରୀ, ବଡ଼ କେରଜଙ୍ଗ ମଣ୍ଡଳ ସନ୍ତୋଷ କୁମାର ସାହୁ, ବାଗଡ଼ିଆ ମଣ୍ଡକ ତ୍ରିଲୋଚନ ବେହେରା, ଛେଣ୍ଡିପଦା ମଣ୍ଡଳ ଦୀପକ କୁମାର ପ୍ରଧାନ, ଜରପଡା ମଣ୍ଡଳ ଜୀବନାନନ୍ଦ ସାହୁ, କୋଶଳା ମଣ୍ଡଳ ସୁନୀଲ କୁମାର ପ୍ରଧାନ, କୁକୁଡାଙ୍ଗ ମଣ୍ଡଳ ସମରେନ୍ଦ୍ର ଦେହୁରୀ, ଖମାର ମଣ୍ଡଳ କାର୍ତିକ ହୃଦୟ ଚନ୍ଦ୍ର ପ୍ରଧାନ, ପବିତ୍ର ନଗର ମଣ୍ଡଳ ମନୋଜ କୁମାର ବିଶ୍ୱାଳ, ପାଲଲହଡା ମଣ୍ଡଳ ଆଶିଷ କୁମାର ସାମଲ, ରେଙ୍ଗାଳି ମଣ୍ଡଳ ହରେକୃଷ୍ଣ ପ୍ରଧାନ, ବ୍ରାହ୍ମଣୀ ମଣ୍ଡଳ ଅଜୟ କୁମାର ସାହୁ, ହିଙ୍ଗୁଳା ମଣ୍ଡଳ ମାନସ ରଞ୍ଜନ ସାହୁ, କଣିହାଁ ମଣ୍ଡଳ ସୁଶାନ୍ତ କୁମାର ସାମଲ ଓ ସାରଶକ୍ତି ମଣ୍ଡଳର ଦୀପକ କୁମାର ଦାସ ପ୍ରମୁଖ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।

ତେବେ ଏହି ମଣ୍ଡଳ ସଭାପତି ଘୋଷଣା ପରେ ଏବେ ସମସ୍ତଙ୍କ ନଜର ବିଜେପି ଜିଲ୍ଲା ସଭାପତି ଉପରେ ରହିଛି । ବର୍ତ୍ତମାନର ସଭାପତି ଡିଲେଶ୍ଵର ପ୍ରଧାନ ଗତ ଦୁଇଟି ଟର୍ମ ହେଲା ସଭାପତି ଦାୟିତ୍ଵ ତୁଲାଇ ଆସୁଛନ୍ତି । ତାଙ୍କ ସମୟରେ ଦଳ ଜିଲ୍ଲାରେ ଭଲ ଭଲ ପ୍ରଦର୍ଶନ କରିଛି । ହେଲେ ଦଳର ନିୟମ ଅନୁସାରେ ତାଙ୍କୁ ଏଥର ଜିଲ୍ଲା ସଭାପତି ଦାୟିତ୍ଵ ମିଳି ପାରିବ ନାହିଁ । କାରଣ ଯିଏ ଲଗାତାର ଦୁଇଟି ଟର୍ମ ସଭାପତି ରହିବ ସେ ତୃତୀୟ ଥର ପାଇଁ ସଭାପତି ହୋଇ ପାରିବ ନାହିଁ ବୋଲି ଦଳରେ ନିୟମ ରହିଛି । ଏଥିପାଇଁ ଏବେ ଜିଲ୍ଲା ସଭାପତି ଦୌଡରେ ଜିଲ୍ଲା ବିଜେପିର ୪ ଜଣ ବରିଷ୍ଠ ନେତାଙ୍କ ନାମ ବେଶ ଚର୍ଚ୍ଚା ହେଉଛି । ଏହି ଚାରି ଜଣ ହେଲେ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ଚୌଧୁରୀ ପ୍ରଧାନ , ଅନୁଗୁଳର ଦିଲ୍ଲୀପ ପ୍ରଧାନ , ତାଳଚେରର ଯଯାତୀ ପଟ୍ଟନାୟକ ଓ ପାଲଲହଡା ନିର୍ବାଚନ ମଣ୍ଡଳୀର ନୃସିଂହ ବରାଳ । ତେବେ ଏମାନଙ୍କ ମଧ୍ୟରୁ ଯଯାତୀ ପଟ୍ଟନାୟକ ତାଙ୍କ ଅଞ୍ଚଳର ବରିଷ୍ଠ ନେତା କାଳନ୍ଦି ସାମଲଙ୍କ ସୁସମ୍ପର୍କ ନଥିବା ବେଳେ ତାଙ୍କୁ ତାଳଚେର ବଦଳରେ ଅନୁଗୁଳ ଦାୟିତ୍ଵ ଦିଆ ଯାଇଥିଲା । କାଳନ୍ଦିଙ୍କ ସହ ଯଯାତୀଙ୍କ ସୁସମ୍ପର୍କ ନଥିବା ବେଳେ କାଳନ୍ଦିଙ୍କର ଦଳରେ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଯେଉଁଭଳି ଭଲ ସମ୍ପର୍କ ଅଛି ସେଥିପାଇଁ ଜିଲ୍ଲା ସଭାପତି ଦାୟିତ୍ଵରେ ଏହା ବାଧକ ସୃଷ୍ଟି କରି ପାରେ । ସେହିପରି ଅନୁଗୁଳର ଦିଲ୍ଲୀପ ପ୍ରଧାନଙ୍କ ମଧ୍ୟ ଅତୀତରେ ଟିକେଟ ବଣ୍ଟାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆକ୍ଷେପ କରି କିଛି କଥା କହିଥିଲେ । ଏଥିପାଇଁ କେନ୍ଦ୍ରମନ୍ତ୍ରୀଙ୍କର ତାଙ୍କ ପ୍ରତି କିଭଳି ଦ୍ରୁଷ୍ଟି ରହିବ ତାହା ନିର୍ଭର କରିବ । ତେବେ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ଚୌଧୁରୀ ପ୍ରଧାନ ଅନେକ ବର୍ଷ ହେଲା ଦଳରେ ରହିବା ସହ ଦଳ ପାଇଁ ତୃଣମୂଳ ସ୍ତରରେ ଅନେକ କାମ କରିଛନ୍ତି । ଏହା ସହ ସେ କୌଣସି ବିବାଦୀୟ ବା ଦଳ ବିରୋଧୀ କାମ କରିଥିବା ଅଭିଯୋଗ ନାହିଁ । ଅନ୍ୟପଟେ ଦୌଡରେ ଥିବା ପାଲଲହଡାର ନୃସିଂହ ବରାଳ ମଧ୍ୟ ଦଳରେ ରହି ଅନେକ ବର୍ଷ ହେଲା ଦଳ ପାଇଁ କାମ କରିଛନ୍ତି । ତେବେ ବହୁ ପୂର୍ବରୁ ବିଜେଡିର ମହେଶ ସାହୁଙ୍କୁ ଭିତିରିଆ ସମର୍ଥନ କରିଥିବା ତାଙ୍କ ନାମରେ ଅଭିଯୋଗ ଆସିଥିଲା । ଏହାକୁ ସେ ସେତେବେଳେ ଖଣ୍ଡନ ମଧ୍ୟ କରିଥିଲେ । ତେବେ ଜିଲ୍ଲା ସଭାପତି ଚୟନ ବେଳେ ଏହି କଥା ପ୍ରଭାବ ପକାଇ ପାରେ ବୋଲି ରାଜନୈତିକ ସମୀକ୍ଷକ ମାନେ କହୁଛନ୍ତି । ତେବେ ସେ ଯାହା ହେଉନା କାହିଁକି କେନ୍ଦ୍ରମନ୍ତ୍ରୀ ତଥା ଜିଲ୍ଲାର ଟାଣୁଆ ନେତା ଧର୍ମେନ୍ଦ୍ରଙ୍କ ଉପରେ ଜିଲ୍ଲା ସଭାପତି ଚୟନ ସଂପୂର୍ଣ୍ଣ ନିର୍ଭର କରିବ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ଦେଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page