ଅନୁଗୁଳ – ଅନୁଗୁଳ ଅମଲାପଡ଼ା ବାସନ୍ତୀ ଦୁର୍ଗାପୂଜା ଅବସରରେ ଆଜି ମହା ନବମୀରେ ସୂର୍ଯ୍ୟପୂଜା,କଳସ ପୂଜା,ଚଣ୍ଡୀ ହୋମ ଓ ନବ କୁମାରୀ ପୂଜା ଅନୁଷ୍ଠିତ ହୋଇଥିଲା । ନ ଜଣ କୁମାରୀ କନ୍ୟାଙ୍କୁ ଦେବୀ ଦୁର୍ଗାଙ୍କ ଅବତାର ରୂପେ ଚିତ୍ରଣ କରାଯାଇ ଏହି ପୂଜା କରାଯାଇଥିଲା ।ଏଥିସହ ବାସନ୍ତୀ ପାଠାଗାର ପରିସରରେ
ଅନୁଗୁଳ ପୂର୍ବତନ ସୈନିକ ସଂଘ ଓ ବାସନ୍ତୀ ଭଲିବଲ ଟ୍ରଷ୍ଟ ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା।ଏହି ଶିବିରରୁ ମୋଟ ୫୪ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ସଂଘ ସଭାପତି ଅନିଲ କୁମାର ମହାନ୍ତିଙ୍କ ତତ୍ତ୍ଵାବଧାନରେ
ଏବଂ ସମ୍ପାଦକ ସୁଶାନ୍ତ କୁମାର ପ୍ରଧାନ, ବରିଷ୍ଠ ସଦସ୍ୟ ପ୍ରଶାନ୍ତ ମିଶ୍ର, ଅଦିତ୍ ମହାନ୍ତି,ପି କେ ସାହୁ,ବି କେ ସାହୁ ଆଦିଙ୍କ ସହଯୋଗ ରେ ଏହି ରକ୍ତ ଦାନ ଶିବିର ଆୟୋଜିତ ହୋଇଥିଲା । ପୂଜାକମିଟି ପକ୍ଷରୁ ସଭାପତି ଶକ୍ତି ପ୍ରସାଦ ପଟ୍ଟନାୟକ,ଉପ ସଭାପତି ଯତୀନ ସେଠୀ,ସମ୍ପାଦକ ଅନୂପ ମହାନ୍ତି, କୋଷାଧ୍ୟକ୍ଷ ରଶ୍ମିରଞ୍ଜନ ପ୍ରଧାନ, ତାପସ ରାୟଙ୍କ ସମେତ ଉପଦେଷ୍ଟା ବରିଷ୍ଠ ଆଇନଜୀବୀ ପ୍ରଦୀପ ଦେବତା ଓ ଶଶାଙ୍କ ପ୍ରଧାନ, ଶୁଭେନ୍ଦୁ ପ୍ରଧାନ, ରିତେଷ ଦଳବେହେରା, ବାପି ଦାସ, ସୌମ୍ୟ ଦାସ, ଗୁଲୁ ମହାନ୍ତି, ଶିବରାଜ ପ୍ରଧାନ, ପ୍ରତାପ ମାଝୀ, ମନୁ ପ୍ରଧାନ, ବିଜୁ ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ସନ୍ଧ୍ୟାରେ ଆକର୍ଷଣୀୟ ବେଶ ଭୂଷା ରେ ସ୍ଥାନୀୟ କଳାକାର ମାନେ ଦାଣ୍ଡିଆ ନୃତ୍ୟ ପରିବେଷଣ କରିଥିଲେ।ଏହାକୁ ଦେଖିବା ପାଇଁ ପ୍ରବଳ ଜନ ଗହଳି ଦେଖିବାକୁ ମିଳିଥିଲା। ଆସନ୍ତାକାଲି ମହାଦଶମୀ ପୂଜା ପୂର୍ଣାହୁତି ସହ ପ୍ରସାଦ ସେବନ ରହିଛି। ରାତିରେ ପ୍ରସିଦ୍ଧ ମେଲୋଡି଼ କାର୍ଯ୍ୟକ୍ରମ ରହିଛି।

