ଯୁବକଙ୍କ ରକ୍ତାକ୍ତ ମୃତ ଦେହ ଉଦ୍ଧାର – ଛୁରୀ ଭୁଷି ହତ୍ୟା ସନ୍ଦେହ

ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ଭେଜିଡିହ ଗାଁ ନିକଟସ୍ଥ ଜାତୀୟ ରାଜପଥ ୧୫୩-ଵି ପାର୍ଶ୍ଵରୁ ଜଣେ ଯୁବକଙ୍କ କ୍ଷତ ବିକ୍ଷତ ମୃତ ଦେହ ଉଦ୍ଧାର କରାଯାଇଛି । ମୃତକ ଜଣଙ୍କ ହେଲେ ବାଗଡ଼ିଆ ଗାଁର ତୁଷାର କାନ୍ତ ଦେହୁରୀ ବୋଲି ଜଣା ପଡ଼ିଛି । ପାରିପାର୍ଶ୍ଵିକ ସ୍ଥିତିରୁ ଯୁବକଙ୍କୁ କେହି ଛୁରୀ ଭୁଷି ହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ସୂଚନା ଅନୁସାରେ ଜାତୀୟ ରାଜପଥର ଭେଜିଡିହ ଗାଁ ନିକଟ ରାସ୍ତା ପାର୍ଶ୍ଵରେ ମୃତ ଦେହ ପଡି ରହିଥିବା ବେଳେ ସେହିପରି ବାଟ ଦେଇ ଯାଉଥିବା କିଛି ଲୋକ ଦେଖିବାକୁ ପାଇଥିଲେ । ମୃତ ଦେହ ଦେଖି ସେମାନେ ସ୍ଥାନୀୟ ଲୋକଙ୍କୁ ଏ ସମ୍ପର୍କରେ ସୂଚନା ଦେବା ସହ ବାଗଡିଆ ଥାନା ପୁଲିସକୁ ଖବର ଦେଇଥିଲେ । ଖବର ପାଇ ବାଗଡିଆ ଥାନା ପୁଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତ ସମୟରେ ଯୁବକ ଜଣଙ୍କ ବାଗଡ଼ିଆ ଗାଁର ତୁଷାର କାନ୍ତ ଦେହୁରୀ ବୋଲି ଜଣା ପଡିଥିବା ବେଳେ ତାଙ୍କୁ କେହି ଛୁରୀ ଭୁଷି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ତୁଷାରଙ୍କ ପେଟ ଓ ମୁହଁରେ ଧାରୁଆ ଅସ୍ତ୍ରରରେ ଆକ୍ରମଣ କରିଥିବା ଜଣାପଡିଛି । ତେବେ କିଏ ଓ କାହିଁକି ହତ୍ୟା କଲା ସେ ନେଇ ପୁଲିସ ତଦନ୍ତ ଜାରୀ ରଖିଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page