ଜମିବାଡ଼ି ବିବାଦକୁ ନେଇ ଭାଇକୁ ହତ୍ୟା ଅଭିଯୋଗ

ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୋଶଳା ବହିଆଳିସାହି ନିକଟସ୍ଥ ଏକ ଘରୁ ଯୁବକଙ୍କ ମୃତ ଦେହ ପୁଲିସ ଉଦ୍ଧାର କରିଛି । ମୃତକ ଜଣଙ୍କ ହେଲେ ବହିଆଳିସାହିର ସୁଗ୍ରୀବ ପ୍ରଧାନ ।

ସୂଚନା ଅନୁସାରେ , ଗତ କାଲି ରାତିରେ ସୁଗ୍ରୀବ ପ୍ରଧାନ ଘରକୁ ଫେରିବାପରେ ପଡୋଶୀ ଦାଦା ପୁଅ ସୁଶାନ୍ତଙ୍କ ସହିତ ତୀବ୍ର ବଚସା ହୋଇଥିଲା । କିନ୍ତୁ ଆଜି ସକାଳେ ସୁଗ୍ରୀବ ମୃତ ଦେହ ଘର ବାରଣ୍ଡାରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଛେଣ୍ଡିପଦା ଥାନା ପୁଲିସ ଘଟଣାର ତଦନ୍ତ କରିବା ଶହ ଗତ ରାତିରେ ଜମିବାଡ଼ି ଭାଗ ବଣ୍ଟାକୁ ନେଇ ଦାଦା ପୁଅ ସୁଶାନ୍ତଙ୍କ ଶହ ତୀବ୍ର ବଚସା ହୋଇଥିବା ଜାଣିବାକୁ ପାଇଥିଲା । ଏହି ବଚସାକୁ ନେଇ ସୁଶାନ୍ତ ହତ୍ୟା କରିଥିବା ମାମୁଁ ପୁଅ ଥାନାରେ ଅଭିଯୋଗ କରିଛନ୍ତି ।  ଏନେଇ ପୁଲିସ ଜଣଙ୍କୁ ଅଟକ ରଖି ଘଟଣାର ଅଧିକ ତଦନ୍ତ କରୁଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page