ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ ପୁଣି ଲଜ୍ୟା । ଗତ ଅଗଷ୍ଟ ମାସରେ ଜଣେ ଆଦିବାସୀ ମହିଳା ଗଣଦୁଷ୍କର୍ମର ଶିକାର ହୋଇଥିବା ବେଳେ ଗତ ସେପ୍ଟେମ୍ବର ମାସରେ ଜଣେ ଦିବ୍ୟାଙ୍ଗ ଦୁଷ୍କର୍ମର ଶିକାର ହୋଇଥିଲେ । ଏହି ଘଟଣା ମନରୁ ଲିଭି ନଥିବା ବେଳେ ପୁଣି ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି । ଛେଣ୍ଡିପଦା ଥାନା ଅଞ୍ଚଳରେ ନାବାଳିକା ଭଉଣୀକୁ ଦୁଷ୍କର୍ମ କରିଛି ଭାଇ ।
ନିଜର ବଡ଼ ବାପା ପୁଅ ଭାଇ ଦୁଷ୍କର୍ମ କରିଥିବା ନେଇ ନାବାଳିକା ଜଣଙ୍କ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୁଲିସ ନାବାଳିକାଙ୍କ ବୟାନକୁ ରେକର୍ଡ କରିବା ସହିତ ଏନେଇ ଘଟଣାର ଛାନ ଭିନ ଚଳାଇଛି । ଘରେ କେହି ନଥିବା ବେଳେ ଘର ଭିତରକୁ ଡାକି ବଳତ୍କାର କରିଥିବା ଅଭିଯୋଗ ହୋଇଛି । ଏନେଇ ଛେଣ୍ଡିପଦା ଥାନା କେସ ନଂ ୫୬୧/୨୫ରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

