ଅପରାଧ ୬ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ Angul OnlineNovember 25, 2022November 25, 2022 ଅନୁଗୁଳ – ଅନୁଗୁଳ ଅବକାରୀ ବିଭାଗକୁ ପୁଣି ଏକ ସଫଳତା ମିଳିଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଛଡାଉ କରି ୬୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣକୁ ଗିରଫ କରିବାରେ ସଫଳ ହୋଇଛି । ସୂଚନା ଅନୁସାରେ ଗୁରୁବାର ସକାଳେ ନାଲକୋନଗର ଥାନା ଅନ୍ତର୍ଗତ ବଳରାମ ପ୍ରସାଦ ର ୨୪ ବର୍ଷୀୟ ସୌଭାଗ୍ୟ ସୁବୁଦ୍ଧି ଓରଫ ସନା ବ୍ରାଉନ ସୁଗାର ନେଇ ଯାଉଥିବାର କୌଣସି ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ଅନୁଗୁଳ ଅବକାରୀ ବିଭାଗ ମୋବାଇଲ ଇନ୍ସପେକଟର କୌଶଲ୍ୟ ଜେନା ତାକୁ ଧରିବା ପାଇଁ ତାର ପିଛା କରିଥିଲେ ।ଇନ୍ସପେକ୍ଟର ଶ୍ରୀ ଜେନା ତାର ପିଛା କରି ଅମାନ୍ତପୁର ସ୍ଥିତ ନାଳୁ ବାବା ମଠ ନିକଟରେ ସୌଭାଗ୍ୟକୁ ଗିରଫ କରିଥିଲେ । ଜାଞ୍ଚ ବେଳେ ସୌଭାଗ୍ୟଠାରୁ ୬୦ ଗ୍ରାମ ବ୍ରାଉନସୁଗାର ଜବତ କରା ଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୬ ଲକ୍ଷ ଟଙ୍କା ହେବ । ଅବକାରୀ ବିଭାଗ ସୁବୁଦ୍ଧିକୁ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ବାଘ ଶିକାର କରି ଚାରି ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ମହାବଳ ବାଘଙ୍କ ପରେ କଲରାପତରିଆ ବାଘ ଉପରେ ବିପଦ ପଡିଛି । ଗତ ସପ୍ତାହରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଦୁଇଟି କଲରାପତରିଆ…
ଡବଲ ମର୍ଡ଼ର ଘଟଣାରେ ଦୁଇଭାଇଙ୍କୁ ଆଜୀବନ କାରାଦଣ୍ଡ ଅନୁଗୁଳ – ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଅନୁଗୁଳ ସହର ଉପକଣ୍ଠ ରନ୍ତଲେଇରେ ହୋଇଥିବା ଡବଲ ମର୍ଡର ଘଟଣାର ରାୟ ପ୍ରକାଶ ପାଇଛି। ହତ୍ୟା କରିଥିବା ଦୁଇ…
ଅନୁଗୁଳରେ ଲଜ୍ୟା – ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରେ ଲଜ୍ୟା । ପାଲଲହଡା ଥାନା ଅଞ୍ଚଳର ଜଣେ ଆଦିବାସୀ ମହିଳାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ବାଗଡ଼ିଆ ଥାନାରେ ଅଭିଯୋଗ ହୋଇଛି…