ଦୁର୍ଗା ମଣ୍ଡପ ପଛ ପାଖରୁ ବ୍ରାଉନସୁଗାର ଜବତ – ଜଣେ ଗିରଫ

ଅନୁଗୁଳ – ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ଅମଲାପଡା ଦୁର୍ଗା ପୂଜା ମଣ୍ଡପ ନିକଟରୁ ୧୨ ଗ୍ରାମରୁ ଅଧିକ ବ୍ରାଉନସୁଗାର ଜବତ ସହ ପୁଲିସ ଜଣଙ୍କୁ ଗିରଫ କରିଛି ।

ସୂଚନା ଅନୁସାରେ, ଆଜି ଦିନ ଦ୍ବିପ୍ରହର ବେଳେ ଅମଲାପଡା ଦୁର୍ଗାପୂଜା ମଣ୍ଡପ ପଛ ପାଖରେ ଅମଲାପଡା ଅଞ୍ଚଳର କିର୍ତ୍ତୀ ରଞ୍ଜନ ସାହୁ (୨୫) ନାମକ ଜଣେ ଯୁବକ ଗ୍ରାହକ ଅପେକ୍ଷାରେ ଥିବା ବେଳେ ଟାଉନ ଥାନା ଅଧିକାରୀ ଧୀରେଶ କୁମାର ଦାସଙ୍କୁ ଖବର ମିଳିଥିଲା । ଖବର ପାଇବା ପରେ ଥାନା ଅଧିକାରୀଙ୍କ ନିର୍ଦେଶରେ ପୁଲିସ ସଦଲବଳେ ଚଢ଼ାଉ କରିଥିଲେ । ଉଭୟ ପଟୁ ପୁଲିସ ଚଢ଼ାଉ କରିବା ଫଳରେ କିର୍ତ୍ତୀ ଆଉ କୁଆଡେ ଯାଇ ପାରି ନଥିଲା । ପୁଲିସ କିର୍ତ୍ତୀକୁ କାବୁ କରିନେବା ସହ ତାକୁ ଜାଞ୍ଚ ବେଳେ କିର୍ତ୍ତୀ ଠାରୁ ୧୨ ଗ୍ରାମରୁ ଅଧିକ ବ୍ରାଉନ ସୁଗାର ଜବତ କରାଯାଇଥିଲା । ବ୍ରାଉନସୁଗାର ଜବତ ପରେ କିର୍ତ୍ତୀ କୁ ଟାଉନ୍ ପୁଲିସ ଗିରଫ କରିଛି । ଜବତ ହୋଇଥିବା ବ୍ରାଉନ ସୁଗାର ର ଆନୁମାନିକ ମୂଲ୍ଯ ୧ ଲକ୍ଷ ୩୦ ହଜାର ହେବ ।

Advertisement

Leave a Reply

Your email address will not be published. Required fields are marked *