ତାଳଚେର – ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗକୁ ସଫଳତା । ତାଳଚେର କୋଲିୟରୀ ଥାନା, ଡେରା ନିକଟରୁ ୪୬ ଗ୍ରାମ ବ୍ରାଉନସୁଗାର ଜବତ । ତାଳଚେର ଅବକାରୀ ବିଭାଗ , ଡେରା ଜିଏମ କଲୋନୀରେ ଚଢ଼ଉ କରି ଏହି ୪୬ ଗ୍ରାମ ହେରୋଇନ୍ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ।

ସୂଚନା ଅନୁସାରେ , ଡେରା କଲୋନୀର ପୁପୁନ ସାହୁ ବ୍ରାଉନସୁଗାର କାରବାର କରୁଥିବା ଅବକାରୀ ବିଭାଗ ସୂଚନା ପାଇଥିଲା । ଏଥିପାଇଁ ଅନେକ ଦିନ ହେଲା ପୁପୁନ ଉପରେ ନଜର ରଖିଥିଲା । ଆଜି ପୁପୁନ ବିକ୍ରି ପାଇଁ ବ୍ରାଉନସୁଗାର ରଖିଥିବା ଖବର ପାଇ ଅବକାରୀ ଟିମ୍ ଚଢ଼ଉ କରି ପୁପୁନ ସାହୁକୁ ଅଟକାଇ ଜାଞ୍ଚ କରିଥିଲା । ଜାଞ୍ଚ ବେଳେ ତା ଠାରୁ ୪୬ ଗ୍ରାମ ବ୍ରାଉନସୁଗାର ସହ ଅବକାରୀ ବିଭାଗ ଏକ ମୋଟରସାଇକେଲ (ଓଡି ୩୫ଜେ-୦୦୩୧) ଓ ଏକ ମୋବାଇଲ୍ ଫୋନ୍ ଜବତ କରିଥିଲା । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୪ଲକ୍ଷ ୬୦ହଜାର ଟଙ୍କା ହେବ ।