ବାଲେଶ୍ଵରରୁ ଆଣି ଅନୁଗୁଳରେ ଧଳା ଜହର ବିକ୍ରି ବେଳେ କାବୁ କଲା ପୁଲିସ

ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ଆଲୁମିନିୟମ ପାର୍କ ଅଞ୍ଚଳରୁ ବ୍ରାଉନସୁଗାର ବିକ୍ରି ପାଇଁ ଗରାଖ ଅପେକ୍ଷାରେ ଥିବା ବେଳେ ପୁଲିସ ଆଜି ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଦୁଇଜଣ ହେଲେ ଅନୁଗୁଳ ହେମସୁରପଡାର ରାଜା ବେହେରା ଓ ମଣ୍ଟୁ ଗୋଛୟତ ବୋଲି ପୁଲିସ ସୂଚନା ଦେଇଛି ।

ପୁଲିସ ସୂଚନା ଅନୁସାରେ ନାଲକୋନଗର ଅଞ୍ଚଳରେ ବ୍ୟାପକ ବ୍ରାଉନସୁଗାର କାରବାର ହେଉଥିବା ଜଣା ପଡିବା ପରେ ବିଭିନ୍ନ ସମୟରେ ପୁଲିସ ପକ୍ଷରୁ ଚଢ଼ାଉ ହେଉଛି । ଗତକାଲି ନାଲକୋ ଆଲୁମିନିୟମ ପାର୍କ ଅଂଚଳରେ ବ୍ରାଉନସୁଗାର ବିକ୍ରି ହେଉଥିବା ଖବର ପାଇ ନାଲକୋନଗର ଥାନାର ଏସ.ଆଇ. ଅର୍ଚ୍ଚନା ନାୟକଙ୍କ ନେତୃତ୍ୱରେ ଚଢ଼ାଉ କରା ଯାଇଥିଲା । ଚଢ଼ାଉ ବେଳେ ଆଲୁମିନିୟମ ପାର୍କର ବସ ଷ୍ଟାଣ୍ଡ ନିକଟରେ ଥିବା ଦୁଇ ଯୁବକଙ୍କୁ ସନ୍ଦେହରେ କାବୁ କରି ଜାଞ୍ଚ କରା ଯାଇଥିଲା । ଜାଞ୍ଚ ବେଳେ ସେମାନଙ୍କ ନିକଟରୁ ୧୫.୨୪୦ ଗ୍ରାମ ବ୍ରାଉନସୁଗାର ଜବତ କରା ଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଏକ ଲକ୍ଷ ଟଙ୍କା ହେବ । ଉଭୟ ଏହି ବ୍ରାଉନସୁଗାର ବାଲେଶ୍ଵର ଜିଲ୍ଲାରୁ ଆଣି ଅନୁଗୁଳ , ନାଲୋକନଗର ଆଦି ଅଞ୍ଚଳରେ ବିକ୍ରି କରୁଥିବା ପୁଲିସ ନିକଟରେ ସ୍ୱୀକାର କରିଛନ୍ତି । ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

Advertisement

Leave a Reply

Your email address will not be published. Required fields are marked *