ଅପରାଧ ବ୍ରାଉନସୁଗାର୍ ଓ ଗଞ୍ଜେଇ ଜବତ – ୨ ଗିରଫ Angul OnlineApril 25, 2022April 25, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗର ସଦର ଏବଂ ମୋବାଇଲ ରେଞ୍ଜ ପକ୍ଷରୁ ଜରପଡା ଓ ନାଲକୋ ଅଞ୍ଚଳରେ ଚଢାଉ କରାଯାଇଥିଲା । ଏହି ଚଢାଉ ବେଳେ ଜରପଡା ଉପର ସାହିର ଆଦିତ୍ୟ ସାହୁଙ୍କ ଠାରୁ ଦଶ କିଲୋ ଗଞ୍ଜେଇ ଜବତ କରାଯିବା ସହ ତାଙ୍କୁ ଗିରଫ କରାଯାଇଛି । ସେ ଗଞ୍ଜେଇ ବେପାର ପାଇଁ ଗଞ୍ଜେଇ ମହଜୁଦ ରଖିଥିବା ଖବର ପାଇ ଅବକାରୀ ବିଭାଗ ଚଢାଉ କରିଥିଲା । ସେହିଭଳି ନାଲକୋ ନିକଟସ୍ଥ ଗିରାଙ୍ଗ ଗାଁରେ ଚଢାଉ କରି ଅବକାରୀ ବିଭାଗ ୧୨୦ ଗ୍ରାମ ବ୍ରାଉନସୁଗାର୍ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଗିରଫ ଭିଯୁକ୍ତ ଜଣଙ୍କ ସେହି ଗାଁର ମୁନା ବେହେରା ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ସେ ଅନେକ ଦିନ ହେଲା ଏହି ବ୍ରାଉନସୁଗାର୍ ବେପାର କରି ଆସୁଥିବା ବେଳେ ଅବକାରୀ ଓ ପୁଲିସ ସ୍କାନରରେ ରହିଥିଲା । ଶେଷରେ ବକରୀ ବିଭାଗ ତାକୁ ଧରିବାରେ ସଫଳ ହୋଇଛି । Advertisement
ରାତ୍ର ଜଗୁଆଳଙ୍କ ଘରୁ ଚୋରି ଅନୁଗୁଳ – ଅନୁଗୁଳ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ରାତ୍ର ଜଗୁଆଳ ସରୋଜ ମୁଖୀଙ୍କ ଘରାଉ ଚୋରି ହୋଇଥିବା ଅନୁଗୁଳ ଥାନାରେ ଅଭିଯୋଗ ହୋଇଛି । ଅନୁଗୁଳ ହୁଲୁରୁସିଂହା…
ଟ୍ରକରେ ଗୋରୁ ଚାଲାଣ ବେଳେ ଖରାପ ହେଇଗଲା ଗାଡି – କାବୁ କରିନେଲେ ଲୋକେ ଅନୁଗୁଳ – ଅନୁଗୁଳ ଜିଲ୍ଲା ମହୀଧରପୁର ଫାଣ୍ଡି ଅନ୍ତର୍ଗତ ମହୀଧରପୁର ଛକ ନିକଟରେ ଗୋରୁ ବୋଝେଇ ଗାଡି ଧରିଲେ ସ୍ଥାନୀୟ ଲୋକେ। ସୂଚନା ଅନୁସାରେ , ଆଜି…
ଶିକାରୀ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଷୀଙ୍କ ଜୀବନ ଗଲା ବନ୍ତଳା – ଅନୁଗୁଳ ବନଖଣ୍ଡ ଅଞ୍ଚଳରେ ଶିକାରୀଙ୍କ ପାଦ୍ରୁଭାବ ଥମିବାରେ ନା ଧରୁନି । ତେବେ ଶିକାରୀଙ୍କ ବନ୍ୟଜନ୍ତୁ ଶିକାର ଲାଳସା ଯୋଗୁଁ ଗୋଟିଏ ପରେ ଗୋଟିଏ…